କିଏ ଏମାନଙ୍କୁ ଜନ୍ମ ଦେଇଛି… Gen-Z ପ୍ରତିବାଦକୁ ନେଇ ବିଦାଦୀୟ ମନ୍ତ୍ୱ୍ୟ ଦେଲେ କଙ୍ଗନା

Jul 28, 2026 - 12:59
କିଏ ଏମାନଙ୍କୁ ଜନ୍ମ ଦେଇଛି… Gen-Z ପ୍ରତିବାଦକୁ ନେଇ ବିଦାଦୀୟ ମନ୍ତ୍ୱ୍ୟ ଦେଲେ କଙ୍ଗନା

ନୂଆଦିଲ୍ଲୀ,୨୮।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ର ବିକ୍ଷୋଭ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ଲୋକସଭାରେ ସ୍ଲୋଗାନ ଦେଇଥିଲେ ଏବଂ ହଟ୍ଟଗୋଳ ସୃଷ୍ଟି କରିଥିଲେ। ଭାଜପା ସାଂସଦ କଙ୍ଗନା ରାଣାୱତ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ବିରୋଧୀ ଦଳ ନିଷ୍ପତ୍ତି ନେଇଛନ୍ତି ଯେ ପ୍ରସଙ୍ଗ ଯେତେ ଗୁରୁତ୍ୱପୂର୍ଣ୍ଣ ହେଉ ନା କାହିଁକି, ସେମାନେ ଗୃହର କାର୍ଯ୍ୟ ଚାଲୁ ରଖିବାକୁ ଦେବେ ନାହିଁ। ଆଜି ଯେତେବେଳେ ଶିକ୍ଷା ସଂସ୍କାର ସହିତ ଜଡିତ ଏକ ବିଲ ଆଗତ କରାଯାଇଥିଲା, ସେମାନେ ତାହାକୁ ମଧ୍ୟ ବିରୋଧ କରିଥିଲେ। ଦେଶ ଦେଖିବା ଉଚିତ ଯେ ଶିକ୍ଷା ସଂସ୍କାର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଲ ମଧ୍ୟ ସଂସଦରେ ବିରୋଧ କରାଯାଇଥିଲା। ସେମାନଙ୍କର ଉଦ୍ଦେଶ୍ୟ ହେଉଛି ଦେଶରେ କୌଣସି କାମ ନହେବା ଏବଂ ବିକାଶ ପ୍ରକ୍ରିୟା ଅଟକି ରହିବା ନିଶ୍ଚିତ କରିବା, କାରଣ ଜନସାଧାରଣ ସେମାନଙ୍କୁ ସରକାର ଚଳାଇବା ପାଇଁ ଜନାଦେଶ ଦେଇ ନ ଥିଲେ। ସେଥିପାଇଁ ସେମାନେ ଏହି ପ୍ରକାରର ରାଜନୀତିରେ ଲିପ୍ତ ଅଛନ୍ତି।
Gen-Z ପ୍ରତିବାଦ ଉପରେ କଙ୍ଗନାଙ୍କ କହିଛନ୍ତି, ମୋ ଜୀବନରେ ମୁଁ କେବେ ଗୋଟିଏ ସ୍ଥାନରେ ଏତେ ନକାରାତ୍ମକତା ଏବଂ କୁତ୍ସିତତା ଦେଖିନାହିଁ। Gen-Z ପ୍ରତିବାଦ ସହ ଜଡିତ ଏହି ରିଲଗୁଡ଼ିକୁ ଦେଖିବା ବହୁତ ଭୟଙ୍କର ଅନୁଭବ ହେଉଛି। ଲୋକମାନେ ଯେଉଁଭଳି କଥା କହୁଛନ୍ତି ଏବଂ ସେମାନେ ଯେଉଁ ଭାଷା ବ୍ୟବହାର କରୁଛନ୍ତି ତାହା ମୋତେ ଅତ୍ୟନ୍ତ ଅପମାନଜନକ ଏବଂ ଅସଭ୍ୟ ମନେ ହେଉଛି। ପ୍ରତ୍ୟେକ ଫ୍ରେମରେ ମୁଁ ଏତେ ଅଜବ ଏବଂ ଘୃଣ୍ୟ କିଛି ଦେଖିନାହିଁ। ସେମାନଙ୍କୁ କିଏ ଜନ୍ମ ଦେଇଛି ଏବଂ ପାଳନ କିଏ କରୁଛି। ଏହି ପ୍ରକାରର ମାନସିକତା ଏବଂ ଆଚରଣ ସେମାନେ କେଉଁଠାରୁ ପାଉଛନ୍ତି। ଏହି କାରଣରୁ ନିଜ ମନର ଶାନ୍ତି ପାଇଁ ମୁଁ ସୋସିଆଲ ମିଡିଆରୁ କିଛିଦିନ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।