କାହିଁକି ଆଉ କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌ ଜାଣନ୍ତୁ…

Aug 03, 2026 - 15:02
କାହିଁକି ଆଉ କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌ ଜାଣନ୍ତୁ…

ଡାୟାଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ ଡାୟାଲିସିସ୍‌ ପଦ୍ଧତିଟି କିଡ୍‌ନୀ ଭଳି ରକ୍ତ ଛାଣିବା କାମ ତୁଲେଇଥାଏ। ରକ୍ତରେ ଥିବା କୋଷିକା ଓ ପ୍ରୋଟିନ୍‌ ଅଣୁ ଇତ୍ୟାଦିକୁ ରକ୍ତରୁ ବାହାର କରି ନ ଦେଇ ରକ୍ତରେ ଜମି ଯାଇଥିବା ଅଦରକାରୀ ତଥା କ୍ଷତିକାରୀ ଉପାଦାନଗୁଡ଼ିକୁ ରକ୍ତରୁ ନିଷ୍କାସନ କରିଦିଏ। ଡାୟାଲିସିସ୍‌ରେ ସେମିଘର୍‌ମିଏବଲ୍‌ ପରଦା ବ୍ୟବହୃତ ହୋଇଥାଏ । ଏହି ପରଦାଟି ସେଲ୍ୟୁଲୋଜ୍‌ ଏସିଟେଟ୍‌ କିମ୍ବା ପଲି ୟୁରେଥେନ୍‌ କିମ୍ବା ନାଇଟ୍ରୋ ସେଲ୍ୟୁଲୋଜ୍‌ ନାମକ ଉପାଦାନରେ ତିଆରି। ପରଦାଟିରେ ବିଭିନ୍ନ ଆକାର ବିଶିଷ୍ଟ ସୂକ୍ଷ୍ମ ଛିଦ୍ରମାନ ରହିଥାଏ । ସେହି ଛିଦ୍ରଗୁଡ଼ିକ ମଧ୍ୟ ଦେଇ ରକ୍ତରେ ଜମି ଥିବା କ୍ଷତିକାରୀ ବର୍ଜ୍ୟ ଉପାଦାନମାନ ରକ୍ତ ଭିତରୁ ପରଦାର ଅନ୍ୟପଟେ ରହିଥିବା ଡାୟାଲିସିସ୍‌ ଦ୍ରବଣ ବା ଡାୟାଲାଇସେଟ୍‌ ଭିତରକୁ ସ୍ଥାନାନ୍ତରିତ ହୋଇଯାଏ। ଫଳରେ ରକ୍ତରେ ସେହି ସବୁ ବର୍ଜ୍ୟର ପରିମାଣ ହ୍ରାସ ପାଏ। ରକ୍ତ କୋଷିକା ଓ ପ୍ରୋଟିନ୍‌ ଅଣୁ ଭଳି ବଡ଼ ଆକାରର ଉପାଦାନମାନ ଉକ୍ତ ସେମିପର୍‌ମିଏବଲ୍‌ ପରଦାକୁ ଭେଦି ଅନ୍ୟପଟକୁ ଯାଇପାରନ୍ତିନି। ଆକ୍ୟୁଟ୍‌ ରେନାଲ୍‌ ଫେଲ୍ୟୁଓର୍‌ରେ ରୋଗୀ ଓ ଟ୍ରାନ୍ସପ୍ଲାଣ୍ଟେଶନ୍‌ ପାଇଁ ଅପେକ୍ଷା କରିଥିବା କ୍ରନିକ୍‌ ରେନାଲ୍‌ ଫେଲ୍ୟୁଓର୍‌ ରୋଗୀ ଓ ଟ୍ରାନ୍ସପ୍ଲାଣ୍ଟେସନ୍‌ ସମ୍ଭବ ହୋଇ ପାରୁ ନଥିବା ରୋଗୀମାନଙ୍କ ପାଇଁ ଡାୟାଲିସିସ୍‌ ହିଁ ଏକମାତ୍ର ସନ୍ତୋଷଜନକ ପନ୍ଥା।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।