କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

Jun 02, 2026 - 12:58

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା ମୋହନା ଅଞ୍ଚଳରେ ଆଜି ସନ୍ଧ୍ୟା ସମୟରେ ଘଡ଼ଘଡ଼ି ସହ ପ୍ରବଳ ପବନ ବର୍ଷା ହୋଇଥିଲା । ପବନ ବର୍ଷାରେ ବଡ଼ ସିନ୍ଧବା ଗ୍ରାମ ପଞ୍ଚାୟତ ଜାମଡିହ ସ୍ଥିତ ସରକାରୀ ସ୍କୁଲର ୪ ଗୋଟି ଶ୍ରେଣୀଗୃହର ଟିଣ ଛପର ଉଡ଼ିଯାଇଥିବାବେଳେ ଅନ୍ୟ ଏକ ଶ୍ରେଣୀ ଗୃହ ଉପରେ ବିରାଟକାୟ ଗଛ ପଡିଯାଇଥିଲା। ସ୍ଥାନୀୟ ସରପଞ୍ଚ ବିଦ୍ୟାଳୟରେ ପହଞ୍ଚି ମୋହନା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ମୋହନା ଅଗ୍ନିଶମ ବାହିନୀ ଟିମ ପହଞ୍ଚି ଗଛ କାଟି ସ୍କୁଲ ଘର ଉପରୁ ହଟାଇଥିଲେ । ବିଦ୍ୟାଳୟର ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷତି ହୋଇଥିବା ପ୍ରଧାନଶିକ୍ଷକ କହିଛନ୍ତି ।

Odisha’s No.1 Odia Daily

The post କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।