କାଜାଖସ୍ତାନରେ ଜୋରଦାର ଚାଲିଛି ମିଳିତ ସାମରିକ ଅଭ୍ୟାସ ‘କାଜିନ୍ଦ-୨୦୨୬’

Oct 05, 2026 - 22:38
କାଜାଖସ୍ତାନରେ ଜୋରଦାର ଚାଲିଛି ମିଳିତ ସାମରିକ ଅଭ୍ୟାସ ‘କାଜିନ୍ଦ-୨୦୨୬’

ନନ୍ଦିଘୋଷ ବ୍ୟୁରୋ: କାଜାଖସ୍ତାନ ମାଟିରେ ଭାରତୀୟ ସେନା ଆପଣାର ଅତୁଲନୀୟ ଶୌର୍ଯ୍ୟ ଓ ଅତ୍ୟାଧୁନିକ ରଣକୌଶଳ ପ୍ରଦର୍ଶନ କରିଛି। କାଜାଖସ୍ତାନର ଓସ୍କେମେନଠାରେ ଭାରତ ଏବଂ କାଜାଖସ୍ତାନ ମଧ୍ୟରେ ମିଳିତ ସାମରିକ ଅଭ୍ୟାସ ‘କାଜିନ୍ଦ-୨୦୨୬’ର ନବମ ସଂସ୍କରଣ ଅତ୍ୟନ୍ତ ଜୋରସୋରରେ ଆଗେଇ ଚାଲିଛି। ଏହି ସମରାଭ୍ୟାସରେ ଭାରତୀୟ ଓ କାଜାଖସ୍ତାନ ସଶସ୍ତ୍ର ବାହିନୀର ଯବାନମାନେ ଏକାଠି ହୋଇ କଠିନ ପ୍ରଶିକ୍ଷଣ ନେଉଛନ୍ତି।

ତେବେ ଏହି ମିଳିତ ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁଇ ଦେଶର ସେନା ମଧ୍ୟରେ ଯୁଦ୍ଧ କୌଶଳ, ସମନ୍ୱୟ ଏବଂ ସାମରିକ କାର୍ଯ୍ୟକ୍ଷମତା ବୃଦ୍ଧି କରିବା। ସେପ୍ଟେମ୍ବର ୨୮ ରୁ ଆରମ୍ଭ ହୋଇଥିବା ଏହି ୱାର୍ ଗେମ୍ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରଶିକ୍ଷଣ ସମୟରେ ଦୁଇ ଦେଶର ସୈନିକମାନେ ପରସ୍ପରର ସାମରିକ ଅଭିଜ୍ଞତା ଓ ରଣନୀତି ବିନିମୟ କରି ନିଜର ଦକ୍ଷତାକୁ ଆହୁରି ମଜବୁତ କରୁଛନ୍ତି।

ଅନ୍ୟପଟେ, ଆନ୍ତର୍ଜାତୀୟ ପ୍ରତିରକ୍ଷା ମଞ୍ଚରେ ଭାରତର ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ନିଜର ପ୍ରଭାବ ବିସ୍ତାର କରିଛି। ଅଷ୍ଟ୍ରେଲିଆର ପର୍ଥଠାରେ ଆୟୋଜିତ ‘ଲ୍ୟାଣ୍ଡ ଫୋର୍ସେସ୍-୨୦୨୬’ ପ୍ରଦର୍ଶନୀରେ ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ବା DRDO ନିଜର ନିଜସ୍ୱ ଜ୍ଞାନକୌଶଳରେ ବିକଶିତ ଉନ୍ନତ ପ୍ରତିରକ୍ଷା ପ୍ରଣାଳୀ ଓ ପ୍ରଯୁକ୍ତି ପ୍ରଦର୍ଶନ କରିଛି।

ଏହି ଆନ୍ତର୍ଜାତୀୟ ପ୍ରଦର୍ଶନୀ ଭାରତର ଆଧୁନିକ ପ୍ରତିରକ୍ଷା ସାମର୍ଥ୍ୟ ଏବଂ ବଢ଼ୁଥିବା ସ୍ୱଦେଶୀ ନବସୃଜନ ଶକ୍ତିକୁ ବିଶ୍ୱ ଦରବାରରେ ସଫଳତାର ସହ ପ୍ରତିଫଳିତ କରିଛି। DRDOର ଏହି ପ୍ରଦର୍ଶନ ଦେଶର ‘ଆତ୍ମନିର୍ଭର ଭାରତ’ ସଂକଳ୍ପ ଓ ଲକ୍ଷ୍ୟକୁ ଆହୁରି ସୁଦୃଢ଼ ଓ ମଜବୁତ କରିବାରେ ସହାୟକ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)