କଷ୍ଟଦାୟକ ଜୀବନ
ବଲିଉଡ୍ ଅଭିନେତ୍ରୀ ସେଲିନା ଜେଟ୍ଲୀ ଏବେ ନିଜ ସ୍ୱାମୀ ପିଟର ହାଗ୍ଙ୍କ ସହ ବିବାହ ବିଚ୍ଛେଦ ଏବଂ ପିଲାମାନଙ୍କ କଷ୍ଟଡି ପାଇଁ ଆଇନଗତ ଲଢ଼େଇ ଲଢ଼ୁଛନ୍ତି । ତେବେ ଏ ସବୁକୁ ନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ଖୁବ ଭାଇରାଲ ହେବାରେ ଲାଗିଛି । ସେଲିନା ୨୦୧୦ରେ ବିବାହ କରିଥିବା ବେଳେ ତାଙ୍କର ତିନୋଟି ସନ୍ତାନ ଅଛନ୍ତି ଏବଂ ଅନ୍ୟ ଏକ ଯାଆଁଳା ସନ୍ତାନର ହୃଦ୍ରୋଗ ଯୋଗୁଁ ମୃତ୍ୟୁ ଘଟିଥିଲା। ଗତ ବର୍ଷ ସେପ୍ଟେମ୍ବର ୨୦୨୫ରେ ତାଙ୍କୁ ପ୍ରତାରଣା କରି ଛାଡପତ୍ର ନୋଟିସ୍ ଦିଆଯିବା ପରେ ସେ ମୁମ୍ବାଇର ଅନ୍ଧେରୀ କୋର୍ଟରେ ପିଟରଙ୍କ ବିରୋଧରେ ଶାରୀରିକ, ମାନସିକ ଓ ଆର୍ଥିକ ନିର୍ଯାତନାର ମାମଲା ଦାୟର କରିଥିଲେ। ଅଭିନେତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ ପିଲାମାନଙ୍କୁ କୌଣସି ଏକ ଗୁପ୍ତ ସ୍ଥାନରେ ଲୁଚାଇ ରଖିଛନ୍ତି ଏବଂ କୋର୍ଟଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ତାଙ୍କୁ ପିଲାମାନଙ୍କ ସହ ମିଶିବାକୁ ଦିଆଯାଉ ନାହିଁ। ଯାହାକୁ ନେଇ ନିକଟରେ ସେ ଅଷ୍ଟ୍ରିଆ ଯାଇ ନିଜର ମୃତ ପୁତ୍ରର କବର ପାଖରେ କାନ୍ଦୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଏବେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପିଲାମାନଙ୍କ ସହ ଏକ ପୁରୁଣା ଭିଡିଓ ଶେୟାର କରି ସେଲିନା ଲେଖିଛନ୍ତି ଯେ, ଏହି ଯନ୍ତ୍ରଣା ଓ ଆଘାତ ତାଙ୍କୁ ଭିତରୁ ବାରମ୍ବାର ଭାଙ୍ଗି ଦେଇଛି ଏବଂ ତାଙ୍କଠାରୁ ସବୁକିଛି ଛଡ଼ାଇ ନେଇଛି। ସେଲିନାଙ୍କର ଏହି ପୋଷ୍ଟଟି ତାଙ୍କ ଫ୍ୟାନମାନଙ୍କୁ ଖୁବ କଷ୍ଟ ଦେଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।