କର୍ତ୍ତବ୍ୟରତ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ, ଚାପା ଉତ୍ତେଜନା
ବରଗଡ଼୨୦।୭(ପ୍ରେମାନନ୍ଦ ଖମାର): ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ବିଳମ୍ବିତ ରାତିରେ ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଡା. ସୁଦୀପ୍ତ କୁମାର ରାଉତ ଡାକ୍ତରଖାନାରେ କର୍ତ୍ତବ୍ୟରତ ଥିବାବେଳେ ଜଣେ ଅଭିଯୁକ୍ତ ସେଠାରେ ରହିଥିବା ଏକ ଷ୍ଟୁଲ ଉଠାଇ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଡା. ରାଉତଙ୍କ ମୁଣ୍ଡରେ ଆଘାତ ଲାଗିଛି। ଅଭିଯୋଗ ପାଇବା ପରେ ପୋଲିସ୍ ଅଭିଯୁକ୍ତଙ୍କୁ ଥାନାକୁ ଉଠାଇ ଆଣିଥିବା ସୂଚନା ମିଳିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।