11 JULY 2026

Welcome!

Unlock your personalized experience.
Sign Up

କ’ଣ ସତରେ ଅଛନ୍ତି ଏଲିଅନ୍ ? ରହସ୍ୟମୟ ୟୁଏଫ୍ଓର ଫଟୋ ଜାରି କଲା ପେଣ୍ଟାଗନ୍

Jul 11, 2026 - 20:46
କ’ଣ ସତରେ ଅଛନ୍ତି ଏଲିଅନ୍ ? ରହସ୍ୟମୟ ୟୁଏଫ୍ଓର ଫଟୋ ଜାରି କଲା ପେଣ୍ଟାଗନ୍

ଓ୍ବାଶିଂଟନ୍,୧୧।୭:  ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ୟୁଏଫ୍‌ଓ ସମ୍ପର୍କିତ ୪୦ ନୂଆ ଦସ୍ତାବିଜ ଜାରି କରିଛି। ଏଥିରେ ୧୪ ଫାଇଲ, ୧୯ ଭିଡିଓ, ୪ ଅଡିଓ ରେକର୍ଡିଂ ଓ ତିନୋଟି ଫଟୋ ରହିଛି। ଏହି ରେକର୍ଡ ପେଣ୍ଟାଗନ୍, ନାସା, ସିଆଇଏ,ଏଫ୍‌ବିଆଇ ଓ ଶକ୍ତି ବିଭାଗ ଭଳି ବହୁ ସରକାରୀ ଏଜେନ୍ସିରୁ ଏକାଠି କରାଯାଇଛି। ଏହାକୁ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ସେହି କାର୍ଯ୍ୟକାରୀ ନିର୍ଦେଶ ଅନୁସାରେ ଜାରି କରାଯାଇଛି, ଯେଉଁଥିରେ ୟୁଏଫ୍‌ଓ ସମ୍ପର୍କୀତ ସରକାରୀ ରେକର୍ଡ ୨୦୧୦ ପରେ ରହିଛି ଓ ଏଥିରେ ପଶ୍ଚିମ ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍ ମହାସାଗର ଓ ମଧ୍ୟ-ପୂର୍ବ ଭଳି ଅଞ୍ଚଳରେ ସାମରିକ କ୍ୟାମେରାରୁ ରେକର୍ଡ କରାଯାଇଥିବା ଇନଫାରେଡ୍ ଭିଡିଓ ମଧ୍ୟ ରହିଛି।

ପେଣ୍ଟାଗନ୍ ସ୍ପଷ୍ଟ କରିଛି ଏହି ଦସ୍ତାବିଜରେ କୌଣସି ଏଲିଅନ୍‌ କିମ୍ବା ପୃଥିବୀ ବାହାର ଜୀବନର ପ୍ରମାଣ ନାହିଁ। ଜାରି ଦସ୍ତାବିଜରେ ସବୁଠାରୁ ଅଧିକ ଚର୍ଚ୍ଚା ଏକ ସେନା ପାଇଲଟଙ୍କ ରିପୋର୍ଟକୁ ନେଇ ରହିଛି। ୨୦୧୯ ରେ ଆମେରିକାର ପୂର୍ବ ଭାଗରେ ଏକ ବିମାନର ପାଇଲଟ୍ ଓ ତାଙ୍କ ସହ ଥିବା ୪ ଜଣ ଅନ୍ୟ ସେନା କର୍ମଚାରୀ ଏକ ରହସ୍ୟମୟ ବସ୍ତୁ ଦେଖିଥିଲେ। ପାଇଲଟ୍‌ ନିଜ ରିପୋର୍ଟରେ ଲେଖିଛନ୍ତି ବାୟୁସେନା ଓ ନୌସେନାରେ ୨୮ ବର୍ଷର ସେବା ଦେବାପରେ ବି ସେ କେବେ ଏଭଳି ଉଡାଣ କ୍ଷମତା ଥିବା ବସ୍ତୁ ପୂର୍ବରୁ କେବେ ଦେଖି ନଥିଲେ। ଏହି ଛୋଟ ଆକାରର ଅବଜେକ୍ଟ ବିମାନର ତ​‌ଳେ ଖୁବ୍ ଦ୍ରୁତ ଗତିରେ ଉଡୁଥିଲା।

ପାଇଲଟ୍ କହିଛନ୍ତି, ପ୍ରାୟ ୧୦ ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ସେ ଏହାର ପିଛା କରିବା ପରେ ଭିଡିଓ ରେକର୍ଡ କରିଥିଲେ, କିନ୍ତୁ ଯେତେବେଳେ କ୍ୟାମେରା ଜୁମ୍ କରିଥିଲେ, ତାହା ଏତେ ଦ୍ରୁତ ଗତିରେ ଆଗକୁ ବଢି ଯାଇଥିଲା ଯେ, ତାହା କ୍ୟାମେରାର ସୀମାରୁ ବାହାରକୁ ଚାଲି ଯାଇଥିଲା। ପରେ ଭିଡିଓର ସମୀକ୍ଷା କରିବା ପରେ ତାହା ଆୟାତକାର ଦେଖାଯାଇଥିଲା ଓ ବିମାନରେ ଥିବା ଅନୁଭବୀ କର୍ମୀ ମଧ୍ୟ ତାଙ୍କର ଚିହ୍ନଟ କରିପାରିନଥିଲେ।

ସେଭଳି ଆଉ ଏକ ଘଟଣା ୨୦୧୫ର ରହିଛି। ଯେତେବେଳେ ଟେକ୍ସାସର ଅମାରିଲୋ ସ୍ଥିତ ପେନଟେକ୍ସ ପରମାଣୁ ହତିଆର ୟୁନିଟ୍‌ ଉପରେ ଏକ ଅଜଣା ଉଡନ୍ତା ବସ୍ତୁ ଦେଖିବାକୁ ମିଳିଥିଲା। ଶକ୍ତି ବିଭାଗର ରିପୋର୍ଟ ଅନୁସାରେ, ସୁରକ୍ଷାକର୍ମୀ ତୁରନ୍ତ ପୁରା ପରିସରକୁ ଲକଡାଉନ୍ କରିଦେଇଥିଲେ। ଗାର୍ଡ ଦୂରବୀକ୍ଷଣ ସାହାର୍ଯ୍ୟରେ ସେହି ବସ୍ତୁ ଉପରେ ନଜର ରଖିଥିଲେ ଓ ଏହାର ପିଛା କରିବାକୁ ଚେଷ୍ଟା କରିଥିଲେ। ରିପୋର୍ଟରେ କୁହାଯାଇଛି ସେହି ବସ୍ତୁ ସମ୍ପୂର୍ଣ୍ଣ ଶାନ୍ତ ଥିଲା। ଏଥିରେ କୌଣସି ଦେଖାଯାଉଥିବା ଇଞ୍ଜିନ ନଥିଲା, ଯାହାଫଳରେ ଏହାର ଚିହ୍ନଟ କରିହେବ। ଏହି ଘଟଣାକୁ ରାଷ୍ଟ୍ରୀୟ ସୁରକ୍ଷା ସମ୍ପର୍କି ସମ୍ବେଦନଶୀଳ ମାମଲାରେ ସାମିଲ କରାଯାଇଥିଲା। ଏବେ ଏହାକୁ ସାର୍ବଜନୀନ ରେକର୍ଡର ଅଂଶ ବୋଲି କୁହାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।