Ramayana Trailer : ‘ରାମାୟଣ’କୁ ନେଇ ବଡ଼ ଅପଡେଟ୍, ଗୋଟିଏ ନୁହେଁ ଦୁଇଟି ଟ୍ରେଲର ଆସିବ !
ମୁମ୍ବାଇ,୧୧/୭ : ରଣବୀର କପୁର ଷ୍ଟାରର ‘ରାମାୟଣ’କୁ ନେଇ ଦିନକୁ ଦିନ ଉତ୍ସାହ ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ କିଛି ନୂଆ ଅପଡେଟ୍ ସାମ୍ନାକୁ ଆସୁଛି । ଯାହାକୁ ନେଇ ଫ୍ୟାନ୍ସ ବି ଉତ୍ସାହିତ ଅଛନ୍ତି । ଏବେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଯାହା ରଣବୀରଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଏହାର ଟ୍ରେଲର ରିଲିଜ ହେବାକୁ ଯାଉଛି । ମାତ୍ର ଟ୍ରେଲର ଏଥର ଗୋଟିଏ ନୁହେଁ ଦୁଇଟି ରିଲିଜ୍ ହେବ । ଯାହା କୁହାଯାଉଛି ଏଥର ଡବଲ୍ ଧମାକା । ମଲ୍ଟି ଷ୍ଟାରର ଏହି ସିନେମା ଦୁଇଟି ଭାଗରେ ରିଲିଜ ହେବ ।
‘ରାମାୟଣ’ର ଟ୍ରେଲର ୧୮ଜୁଲାଇରେ ଆସିବାରେ ଅଛି । କିନ୍ତୁ ଚର୍ଚ୍ଚା ହେଉଛି କି ‘ରାମାୟଣ’ର ଗୋଟିଏ ନୁହେଁ ବରଂ ଦୁଇଟି ଟ୍ରେଲର ପ୍ରସ୍ତୁତ ହୋଇଛି । ଦୁଇଟି ଟ୍ରେଲର ଗୋଟିଏ ସପ୍ତାହ ଭିତରେ ରିଲିଜ କରାଯିବ । ବକ୍ସ ଅଫିସ ଓ୍ବାର୍ଲ୍ଡଓ୍ବାଇଡ୍ ଏବଂ ରୋଡ଼ିଂ କ୍ରିମ ନାମକ ଏକ୍ସ ପେଜ ଅନୁସାରେ ‘ରାମାୟଣ’ର ପ୍ରଥମ ଟ୍ରେଲର ୧୮ଜୁଲାଇ ଦିଲ୍ଲୀର ଭାରତ ମଣ୍ଡପମରେ ଲଞ୍ଚ ହେବ, ଯାହା ୪ମିନିଟର ଅଟେ । ଏହି ଟ୍ରେଲର ୧୭ଜୁଲାଇରେ ରିଲିଜ ହେଉଥିବା କ୍ରିଷ୍ଟୋଫର ନୋଲନଙ୍କ ଫିଲ୍ମ ‘ଦ ଓଡ଼େଶୀ’ ସହ ବି ଆଟାଚ୍ କରାଯିବ ।
ଦ୍ବିତୀୟ ଟ୍ରେଲର ୩ ମିନିଟ ୩୦ସେକେଣ୍ଡର ଅଟେ, ଏବଂ ଏହି ସିନ୍ ଡିଏଗୋ କମିକ କାନର ଓପନିଂ ଡେରେ ପ୍ରେଜେଣ୍ଟ କରାଯିବ । ଆମେରିକାରେ ୨୩ରୁ ୨୬ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଗ୍ଲୋବାଲ୍ ସିନେମା ଇଭେଣ୍ଟରେ ପ୍ରାୟ ୫ହଜାର ଲୋକଙ୍କ ମଧ୍ୟରେ ଏହି ଟ୍ରେଲର ଲଞ୍ଚ କରାଯିବ । କମିକ କାନ ଅଫିସିଆଲ୍ ଲାଇନଅପରେ ଏହା ‘ରାମାୟଣଜ ଫାଷ୍ଟ ଲୁକ’ ନାମରେ ପଞ୍ଜିକୃତ ହୋଇଛି । ଏହା ଉପରେ ଏକ ପ୍ୟାନେଲ ଡିସ୍କଶନ ହେବ । ପ୍ରଯୋଜକ ନାମିତ ମହ୍ଲୋତ୍ରା ଏବଂ ୟଶଙ୍କ ସହ ରଣବୀର କପୁର ଏବଂ ନିର୍ଦ୍ଦେଶକ ନିତେଶ ତିଓ୍ବାରୀ ବି ଏହି ପେନାଲ ଡିସ୍କଶନରେ ସାମିଲ ହେବେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।