ଏସ୍ଆଇଆର୍ରେ ୨୭ ଲକ୍ଷ ଭୋଟରଙ୍କ ନାମ କଟିଛି: ବିଜେଡି
ଭୁବନେଶ୍ୱର,୧୬।୭(ସୁନିତ୍ ମିଶ୍ର): ଏସ୍ଆଇଆର ପ୍ରକ୍ରିୟାକୁ ନେଇ ବିଜେଡି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏଥିରେ ନୂତନ ଭୋଟର ନାମ ଯୋଡା ଏବଂ ଅନ୍ୟ ରାଜ୍ୟରୁ ଭୋଟର ତାଲିକାକୁ ସ୍ଥାନାନ୍ତର ପାଇଁ ଆବଶ୍ୟକ ଘୋଷଣାନାମା ଫର୍ମ ଓ ଅତିରିକ୍ତ ତଥ୍ୟକୁ ସରଳୀକରଣ କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି। ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅନୁସରଣ କରିବା ପରେ ୨୭ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ତାଲିକାରୁ ବାଦ୍ ପଡିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସିଆଲ ଓ୍ବେବ୍ସାଇଟ୍ରେ ମଧ୍ୟ ଟେକ୍ନିକାଲ ସମସ୍ୟା ରହିଛି ବୋଲି ବିଜେଡି ଉଲ୍ଲେଖ କରିଛି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।