ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା
କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି। ଏହି ଅବସରରେ କୋକସରା ବ୍ଳକ ଶିକ୍ଷକ ସଂଘ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି। ସୂଚନା ଅନୁସାରେ, କୋକସରା ଗୋଷ୍ଠୀ ଶିକ୍ଷା ବିଭାଗରେ ପୂର୍ବରୁ ୩ଜଣ ଏବିଇଓ ରହିଥିଲେ। ସେଥିମଧ୍ୟରୁ ୨ଜଣ ଅବସର ନେଲାପରେ ଜଣେ ଏବିଇଓ ରହିଥିଲେ। ତେବେ ଜଣେ ଏବିଇଓରେ କାର୍ଯ୍ୟ ବଢ଼ି ଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଧରୁଆଙ୍କୁ ଏବିଇଓ ଭାବରେ ଅତିରିକ୍ତ କାର୍ଯ୍ୟଭାର ଦିଆଯାଇଥିବା ସୂଚନା ମିଳିଛି। ଏହି କ୍ରମରେ ଶ୍ରୀମନ୍ତ ଧରୁଆଙ୍କୁ ବିଆରସିସି ତଥା ଏବିଇଓ ତୋଫାନ ମାଝୀଙ୍କ ଉପସ୍ଥିତରେ କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବୀର କିଶୋର ନାଗ, ଜିଲ୍ଲା ସହ ସମ୍ପାଦକ ସୁବାଷ ଚନ୍ଦ୍ର ବାଗ, ପୂର୍ବତନ ସଭାପତି ଭୁରିଶ୍ରବା ଜାଲ, ପୂର୍ବତନ ଜିଲା ସହ ସମ୍ପାଦକ ଲିଙ୍ଗରାଜ ନାଏକ, ସମ୍ପାଦକ ଦିଲୀପ କୁମାର ସାହୁ, ଉପ ସଭାପତି ଅମୁଲ୍ୟ ବେହେରା, କୋଷାଧ୍ୟକ୍ଷ ଦୁଲ୍ଲଭ ଚନ୍ଦ୍ର ପୂଝାରି, ଲଡୁଗାଁ ସିଆରସିସି ଫାଲଗୁନି ବାଣୁଆ, ଶିକ୍ଷକ ମୁକ୍ତେଶର ପୁଞ୍ଜି, ଦୀପ୍ତି ଅଧିକାରୀ, ଭୁବନେଶ୍ୱର ଛତ୍ରିଆ, ଶିକ୍ଷକ ଅଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଏକ୍ସକେଡର ଶିକ୍ଷକ ସଂଘ ସଭାପତି ଗଗନ ବିହାରୀ ପଟ୍ଟନାୟକଙ୍କ ନେତୃତ୍ୱରେ ସମ୍ପାଦକ ଦେବିସିଂ ମାଝୀ, କୋଷାଧ୍ୟକ୍ଷ ଈଶ୍ୱରୀ ପ୍ରସାଦ ଅଗସ୍ତି, ବିଜୟ କୁମାର ରାଉତ, କୁଳମଣି ବାରିକ, ଜୟଧର ବାଗ, ମୁକ୍ତେଶର ପୁଞ୍ଜି, ଜନ୍ମେଜୟ ନାଏକ, ରଞ୍ଜିତ ଖମାରି ପ୍ରମୁଖ ଶିକ୍ଷକ ସଂଘର କର୍ମକର୍ତ୍ତା ଉପସ୍ଥିତ ରହି ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ବ୍ଲକର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।
Odisha’s No.1 Odia Daily
The post ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।