ଏଇ ଭାରତରେ
ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ ୧୩ ଗାଁର ୭୦ ଜଣ କୃଷକଙ୍କୁ ଚାଷ କାର୍ଯ୍ୟରେ ସହଯୋଗ କରୁଛନ୍ତି। କୃଷକ ସିଧାସଳଖ ଜଡ଼ିତ ହେବା ଯୋଗୁ ପିଲାମାନେ ଚାଷ ସମ୍ପର୍କରେ ଅଧିକ ଅଭିଜ୍ଞତା ହାସଲ କରିପାରୁଛନ୍ତି। ଶିକ୍ଷାନୁଷ୍ଠାନରେ ପ୍ରତ୍ୟେକ ଶ୍ରେଣୀର ପିଲାଙ୍କ ପାଇଁ ସ୍ବତନ୍ତ୍ର ଜମି ଯୋଗାଇ ଦିଆଯାଇଛି। ସେମାନେ ସେହି ଜମିର ମାଟିର ସୁସ୍ଥତା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି। ସେମାନେ ମଧ୍ୟ ସେହି ସବୁ ଜମିରେ ବାଇଗଣ, ପୋଇ, ଟମାଟୋ, ଲଙ୍କା ଆଦି ପରିବା ଚାଷ କରି ବିକ୍ରି କରୁଛନ୍ତି। ଏହି ବିକ୍ରି ଲବ୍ଧ ଅର୍ଥ ସ୍କୁଲ ଉନ୍ନୟନ କାର୍ଯ୍ୟରେ ବିନିିଯୋଗ ହେଉଛି। ଛାତ୍ରୀଛାତ୍ରମାନେ କୃଷକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ରଖୁଛନ୍ତି। ସେମାନେ ମାଟି, ଶସ୍ୟ, ଜଳସେଚନ ବ୍ୟବସ୍ଥା ସହ ସବୁ ତଥ୍ୟ ସଏଲସେନ୍ସ ଆପ୍ରେ ରଖିଛନ୍ତି। ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ଅଧିକ ବୈଷୟିକ ପଦ୍ଧତି ଅବଲମ୍ବନ କରିବାକୁ ସୁଯୋଗ ଦିଆଯାଇଛି।