ଇସ୍କନର ମନମାନୀକୁ ନେଇ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜ

Jul 07, 2026 - 11:54
ଇସ୍କନର ମନମାନୀକୁ ନେଇ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜ

ପୁରୀ : ଅମାନିଆ ଇସ୍କନ । ପୁଣି ଆରମ୍ଭ କରିଛି ଅଦିନିଆ ରଥଯାତ୍ରା । ଇସ୍କନର ଅଦିନିଆ ସ୍ନାନ ଯାତ୍ରା ଏବଂ ରଥଯାତ୍ରାକୁ ନେଇ ବର୍ଷିଛନ୍ତି ଗଜପତି ମହାରାଜ । ଜଗନ୍ନାଥ ପରମ୍ପରାକୁ ଉଲ୍ଲଙ୍ଘନ କରି ବାରମ୍ବାର ଏପରି କରୁଥିଉବାରୁ ଏନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଏହି ମାମଲାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । 

ଗତ ସ୍ନାନ ପୂର୍ଣ୍ଣିମାରେ ଇସ୍କନ ଯୁକ୍ତି ଦର୍ଶାଇଥିଲା ଯେ ଜୁନ୍ ୨୮ରେ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି ରହିଛି । କିନ୍ତୁ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଉଦୟ ପର୍ବ ଅର୍ଥାତ୍ ସୂର୍ଯ୍ୟୋଦୟକୁ ତିଥି ନଥିଲେ ତାହା ବିଚାରକୁ ନିଆଯାଏ ନାହିଁ ବୋଲି ମୁକ୍ତି ମଣ୍ଡପ ପଣ୍ଡିତ ସଭା ସ୍ପଷ୍ଟ କରିଛନ୍ତି ।

ସେହି ଆଧାରରେ ଜୁଲାଇ ୧୫ ତାରିଖ ମଧ୍ୟାହ୍ନରୁ ଦ୍ୱିତୀୟା ତିଥି ଆସୁଥିବା ବେଳେ ଉଦୟ ପର୍ବ ଅନୁଯାୟୀ କେବଳ ୧୬ ତାରିଖରେ ହିଁ ଦ୍ୱିତୀୟା ପାଳନ ହୋଇ ପାରିବ ବୋଲି ଆଗୁଆ ସ୍ପଷ୍ଟ କରିଛନ୍ତି ଗଜପତି ମହାରାଜା । ଇସ୍କନ ଗଭର୍ଣିଂ ବଡି ଅଧ୍ୟକ୍ଷ ପରିବର୍ତ୍ତନ ହୋଇଛନ୍ତି । କୋଲକାତାରୁ ଅନ୍ତର୍ଜାତୀୟ ଇସ୍କନ ସଂସ୍ଥା ପରିଚାଳିତ ହେବାନେଇ ବାଟ ଫିଟିଛି । ଗଭର୍ଣ୍ଣିଂ ବଡିର ଅକ୍ଟେବର ୧୯ର ୨୦୨୫ ଚିଠିରେ ପରିବର୍ତ୍ତନ ହେବ ବୋଲି ଆଶା ଥିବା କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଅନ୍ୟପରେ ବିଦେଶରେ ପ୍ରବାସୀ ଭାରତୀୟ ମାନଙ୍କ ଅଦିନିଆ ରଥଯାତ୍ରା ବିରୋଧକୁ ସ୍ୱାଗତ କରିଛନ୍ତି ଗଜପତି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।