ଇରାନର ସର୍ବୋଚ୍ଚ ନେତା ମୋଜତବା ୯୦% ମୃତ: ଟ୍ରମ୍ପ
ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣରେ ଇରାନ ନିଜର ସାମରିକ ଶକ୍ତି ଏବଂ ଶୀର୍ଷ କମାଣ୍ଡରଙ୍କୁ ହରାଇଛି। ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖେମିନି ମଧ୍ୟ ‘୯୦ ପ୍ରତିଶତ ମୃତ’ ବୋଲି ଟ୍ରମ୍ପ ଦାବି କରିଛନ୍ତି। ମୋଜତବା ପଦ ଗ୍ରହଣ କରିବା ପରଠାରୁ ସାଧାରଣରେ ଦେଖାଯାଇନାହାନ୍ତି। ସେ ଗତ ସପ୍ତାହରେ ତାଙ୍କ ପିତା ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ଅନୁପସ୍ଥିତ ଥିଲେ। ଫକ୍ସ ନ୍ୟୁଜ୍ ସହିତ ଏକ ସାକ୍ଷାତକାରରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ସେମାନଙ୍କର କୌଣସି ନୌସେନା ନାହିଁ, ବାୟୁସେନା ନାହିଁ,ସବୁ ଶେଷ ହେଲାଣି। ସେମାନଙ୍କର ବିମାନ ପ୍ରତିରୋଧୀ ପ୍ରଣାଳୀ ସରିଗଲାଣି, ସେମାନଙ୍କର ସମସ୍ତ ନେତା ମରିଗଲେଣି, ସେମାନଙ୍କର ଶ୍ରେଷ୍ଠ ନେତା ମରିଗଲେଣି। ଯୁଦ୍ଧରେ ଇରାନର ବଡ଼ ବଡ଼ ନେତା ନିହତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ମୋଜତବାଙ୍କୁ ଫେବ୍ରୁଆରି ୨୮ ତାରିଖଠାରୁ ସାଧାରଣରେ ଦେଖାଯାଇନାହିଁ। ଯେଉଁଦିନ ତାଙ୍କ ପିତା ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣରେ ପ୍ରାଣ ହରାଇଥିଲେ ସେ ନିଜେ ଆହତ ହୋଇଥିଲେ। ତାଙ୍କର ନିରନ୍ତର ଅନୁପସ୍ଥିତି ତାଙ୍କ ଅସ୍ଥିତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।