‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Jul 10, 2026 - 07:53
‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି। ଓଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜ୍ୟୋତିର୍ମୟୀ ଏବେ ଜାତୀୟ ମଞ୍ଚରେ ମଧ୍ୟ ତାଙ୍କ ସୁମଧୁର କଣ୍ଠସ୍ବର ବିଚାରକ ଓ ଦର୍ଶକଙ୍କ ହୃଦୟ ଜିତିଛି। ଆଉ କିଛିଦିନ ମଧ୍ୟରେ ଶୋ’ର ଗ୍ରାଣ୍ଡ୍‌ ଫିନାଲେ ହେବାକୁ ଥିବାବେଳେ ତାଙ୍କ ସଫଳତାକୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ‘X’ରେ ଜ୍ୟୋତିର୍ମୟୀଙ୍କୁ ପ୍ରଶଂସା କରି ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ଜାତୀୟ ସ୍ତରର ପ୍ରତିଷ୍ଠିତ ସଙ୍ଗୀତ ମହାମଞ୍ଚ ‘ଇଣ୍ଡିଆନ ଆଇଡଲ’ର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ ଓଡ଼ିଶାର କନ୍ୟା ଜ୍ୟୋତିର୍ମୟୀ ନାୟକ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ନିଜ ସୁମଧୁର କଣ୍ଠସ୍ବର ମାଧ୍ୟମରେ ସେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ଜ୍ୟୋତିର୍ମୟୀଙ୍କ ସଫଳତା କାମନା କରିବା ସହ ତାଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଉଛି। ଜ୍ୟୋତିର୍ମୟୀଙ୍କ କ୍ରମାଗତ ସଫଳତା କେବଳ ଓଡ଼ିଶା ନୁହେଁ, ସମଗ୍ର ଓଲିଉଡ୍‌ ସଙ୍ଗୀତ ଜଗତ ପାଇଁ ମଧ୍ୟ ଗର୍ବର ବିଷୟ ପାଲଟିଛି। ଗ୍ରାଣ୍ଡ ଫିନାଲେରେ ସେ ବିଜୟର ମୁକୁଟ ପିନ୍ଧିବେ ବୋଲି ରାଜ୍ୟବାସୀ ଆଶା ପ୍ରକାଶ କରୁଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।