ଆସୁଛି ଲଘୁଚାପ : ୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର, ୧୧।୭ : ଟ୍ରପ ଲାଇନ ପ୍ରଭାବରେ ବର୍ଷା ସମ୍ଭାବନା ଥିବା ବେଳେ ଆଗାମୀ ୫ ଦିନ ଯାଏ ବର୍ଷା ଲାଗିରହିବ। ରାଜ୍ୟରେ ମୌସୁମୀ ବର୍ଷା ମଧ୍ୟ ସକ୍ରିୟ ରହିଛି। ଫଳରେ ଆସନ୍ତା ୫ ଦିନଯାଏ କିଛି କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏପରିକି ଗୋଟେ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି।
ଆସନ୍ତା ୨୪ ଘଂଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ ମୟୁରଭଞ୍ଜ କେନ୍ଦୁଝର ଓ ସୁନ୍ଦରଗଡ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାସହ ଗଂଜାମ, ଗଜପତି , ନୟାଗଡ, ଖୋର୍ଦ୍ଧା,ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଯାଜପୁର, ଦେଓଗଡ ସମ୍ବଲପୁର, ଝାରସୁଗୁଡା ଓ ବରଗଡ଼ ରେ ବିଜୁଳି ଘଡଘଡି ସହ ଵର୍ଷା ଓ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା କୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ମୟୁରଭଞ୍ଜ ଓ କେନ୍ଦୁଝର ରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ଗଂଜାମ, ଗଜପତି , ନୟାଗଡ, ଖୋର୍ଦ୍ଧା,ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଯାଜପୁର ଓ ବାଲେଶ୍ୱର ଏହି ୧୧ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ। ୧୫ ତାରିଖ ଯାଏ ରାଜ୍ୟରେ କିଛି କିଛି ଅଂଚଳରେ ବର୍ଷା ସହ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ ।
ଆହୁରି ପଢନ୍ତୁ : ଭୁବନେଶ୍ବର ବିଜେବି ନଗରରେ ଅଘଟଣ , ପାଇଖାନା ଟାଙ୍କିରେ ପଡି ୨ ଶ୍ରମିକ ମୃତ
ଘୂର୍ଣ୍ଣିବଳୟ ଆସୁଥିବାରୁ ଏହା ପ୍ରଭାବରେ ବର୍ଷା ହୋଇପାରେ । ଆସନ୍ତା ୧୩ ରୁ ସାରା ରାଜ୍ୟରେ ବର୍ଷା ହେବାର ସଂଭାବନା ରହିଛି। ରଥଯାତ୍ରା ସମୟରେ ଯଦିଓ ପ୍ରବଳ ବର୍ଷା ହୋଇ ନ ପାରେ କିନ୍ତୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ । ବର୍ତ୍ତମାନ ବାୟୁ ମଣ୍ଡଳର ଉପରି ଭାଗରେ ଜଳୀୟବାଷ୍ପର ମାତ୍ରା ଅଧିକ ଥିବା ବେଳେ ଦକ୍ଷିଣ ପଶ୍ଚିମ ଦିଗରୁ ପଵନ ବହୁଛି । ପ୍ରଭାଵରେ ତାତି ସାଙ୍ଗକୁ ସନ୍ଧ୍ୟାରେ କେତେକ ସ୍ଥାନରେ ବର୍ଷା ହେଉଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।
ସେପଟେ ୧୩ ଟି ସ୍ଥାନରେ ଵର୍ଷା ରେକର୍ଡ ହୋଇଥିବା ବେଳେ ୨ ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ସର୍ବାଧିକ ବର୍ଷା ଖୋର୍ଦ୍ଧା ବାଲିପାଟଣାରେ ୯୦ ମିମି ରେକର୍ଡ ହୋଇଛି।ସେପଟେ ଚଳିତ ମୌସୁମୀ ଅର୍ଥାତ ଜୁନ ୧ ରୁ ଏଯାବତ ରାଜ୍ୟରେ ୩୪୭.୫ ମିମି ବର୍ଷା ରେକର୍ଡ ହୋଇଛି । ଏହା ସ୍ୱାଭାବିକ ବର୍ଷାଠାରୁ ୧୧ ପ୍ରତିଶତ ଅଧିକ ବର୍ଷା ରାଜ୍ୟରେ ହୋଇଛି। ଏବେ ୪ ଟି ଜିଲ୍ଲା କଳାହାଣ୍ଡି ନବରଙ୍ଗପୁର ଦେଓଗଡ ଓ ବାଲେଶ୍ୱର ଜିଲ୍ଲାରେ ଏବେବି ନିଅଣ୍ଟିଆ ବର୍ଷା ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।