ଆସନ୍ତା କାଲି ଯାଏଁ ଖୋର୍ଦ୍ଧା ରେ ସ୍କୁଲ ଛୁଟି ଘୋଷଣା

Jul 30, 2026 - 11:49
ଆସନ୍ତା କାଲି ଯାଏଁ ଖୋର୍ଦ୍ଧା ରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର : ଆସନ୍ତା କାଲି ଯାଏଁ ଖୋର୍ଦ୍ଧା ରେ ସ୍କୁଲ ଛୁଟି ଘୋଷଣା । କିନ୍ତୁ ଶିକ୍ଷକ ,ଶିକ୍ଷୟିତ୍ରୀ ମାନେ ସ୍କୁଲ ରେ ଉପସ୍ଥିତ ରହିବେ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛୁଟି ନେଇ ପାରିବେ ନାହିଁ ବୋଲି ନୋଟିସ ଜାରି ହୋଇଛି । ଆଜି ମହାନଦୀରେ ମଧ୍ୟମ ଧରଣର ବନ୍ୟାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟେ,ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ୪ ଜିଲ୍ଲାରେ ସ୍କୁଲ ଛୁଟି କରାଯାଇଛି । ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଭଦ୍ରକ, ଯାଜପୁର, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ସ୍କୁଲ ଛୁଟି ନିଷ୍ପତ୍ତି ଲାଗୁ କରାଯାଇଛି । ଏପରି ସ୍ଥିତିରେ ସମସ୍ତ ଅଙ୍ଗନବାଡି, ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ ବୋଲି କୁ ହାଯାଇଛି । 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।