ଆଲାସ୍କାରେ ବିମାନ ଦୁର୍ଘଟଣା: ସେସନା-441 କ୍ରାସ୍, ୨ ପାଇଲଟ୍‌ଙ୍କ ସମେତ ୮ ମୃତ

Aug 21, 2026 - 15:04
ଆଲାସ୍କାରେ ବିମାନ ଦୁର୍ଘଟଣା: ସେସନା-441 କ୍ରାସ୍, ୨ ପାଇଲଟ୍‌ଙ୍କ ସମେତ ୮ ମୃତ

ନନ୍ଦିଘୋଷ ବ୍ୟୁରୋ: ଆମେରିକା ଆଲାସ୍କାରେ ବିମାନ ଦୁର୍ଘଟଣା। ୨ ଇଞ୍ଜିନ ବିଶିଷ୍ଟ ସେସନା ବିମାନ-୪୪୧ କ୍ରାସ। ବିମାନ ଦୁର୍ଘଟଣାରେ ସମସ୍ତ ୮ ଯାତ୍ରୀ ମୃତୟ ପଶ୍ଚିମାଞ୍ଚଳ ଆଲାସ୍କାରେ ଘଟିଛି ଦୁର୍ଘଟଣା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଡ଼ାଣ ଭରିବାର କିଛି ସମୟ ପରେ ରାଡାର ପରଦାରୁ ଉଭେଇ ଯାଇଥିଲା ବିମାନ। ବିମାନରେ ଥିଲେ ୨ ପାଇଲଟ ଓ ୬ ଯାତ୍ରୀ। ସିକୁରିଟି ଆଭିଏସନ ପକ୍ଷରୁ ପରିଚାଳିତ ହେଉଥିଲା ବିମାନ। ବିମାନ ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media