‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

Aug 05, 2026 - 08:28
‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୫।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କରିଥିବା ବିବାଦୀୟ ମନ୍ତବ୍ୟ ପରେ ଭାରି ବିବାଦରେ ଫସିଯାଇଛନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ ଘରୁ ହେପାଜତକୁ ନେଇଥିଲା। ପରେ ସେ ଘରକୁ ଫେରି ଆସିଛନ୍ତି। ଷ୍ଟାଲିନଙ୍କ ଡବଲ ମିନିଂ ମନ୍ତବ୍ୟ ପରେ ଅନେକ ଲୋକ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଭାଜପା ନେତ୍ରୀ ତଥା ଅଭିନେତ୍ରୀ ଖୁସବୁ ସୁନ୍ଦର ମଧ୍ୟ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଉଦୟନିଧି ଷ୍ଟାଲିନଙ୍କୁ ନିଜକୁ ନେତା ବୋଲି କହିବାକୁ ଲଜ୍ଜା ଲାଗିବା ଉଚିତ୍‌।

ସାକ୍ଷାତକାର ଦେଇ ଖୁସବୁ କହିଛନ୍ତି, ମୋତେ ଏଥିରେ ଟିକିଏ ବି ଆଶ୍ଚର୍ଯ୍ୟ ଲାଗିନାହିଁ। ଏହା ପୂର୍ବରୁ ମଧ୍ୟ ଡିଏମକେ ଦଳରେ ମହିଳାଙ୍କ ବିରୋଧରେ ଏଭଳି ନିକୃଷ୍ଟ ଓ ଅପମାନଜନକ ମନ୍ତବ୍ୟ ଦେଖିଛି। ଲାଗୁଛି ଆପଣମାନେ ସେହି ପୁରୁଣା ଚିନ୍ତାଧାରା ଓ ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି।

ଖୁସବୁ କହିଛନ୍ତି, ସାର୍ବଜନୀନ ମଞ୍ଚରୁ ଜଣେ ମହିଳାଙ୍କୁ ଗାଳି ଦେବାର ଅଧିକାର ଆପଣଙ୍କୁ କିଏ ଦେଇଛି? ଏହା କେବଳ ଉଦୟନିଧି ଷ୍ଟାଲିନଙ୍କ କଥା ନୁହେଁ, ପ୍ରାୟ ସମସ୍ତ ରାଜନୈତିକ ଦଳରେ ଏଭଳି ଘଟଣା ଦେଖାଯାଉଛି। ନିଜ କଥାକୁ ସାବ୍ୟସ୍ତ କରିବା ପାଇଁ ଆପଣମାନେ ଆଉ କେତେଦିନ ପର୍ଯ୍ୟନ୍ତ ମହିଳାଙ୍କୁ ଟାର୍ଗେଟ କରିବେ?

ଜଣେ ପୁରୁଷ କେତେ ଦୁର୍ବଳ ହୋଇପାରେ ଯେ, ସେ ଜଣେ ମହିଳାଙ୍କ ବିଷୟରେ ଏତେ ଅପମାନଜନକ ଭାଷା ବ୍ୟବହାର କରିବ, ମହିଳାଙ୍କ କାନ୍ଧ ଉପରେ ବନ୍ଧୁକ ରଖି ଗୁଳି ଚଳାଇବ ଏବଂ କହିବ, ‘ମୁଁ ଜଣେ ଶକ୍ତିଶାଳୀ ପୁରୁଷ, ମୁଁ ଜଣେ ନେତା।’ ଆପଣଙ୍କୁ ନିଜକୁ ନେତା ବୋଲି କହିବାରେ ଲଜ୍ଜା ଲାଗିବା ଉଚିତ୍‌।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।