ଆଜି ଆସୁଛନ୍ତି ରାଷ୍ଟ୍ରପତି, ଟ୍ରେନ୍‌ରେ ଯାତ୍ରା କରି…

Aug 03, 2026 - 08:15
ଆଜି ଆସୁଛନ୍ତି ରାଷ୍ଟ୍ରପତି, ଟ୍ରେନ୍‌ରେ ଯାତ୍ରା କରି…

ଭୁବନେଶ୍ୱର,୩ା୮(ତ୍ରିନାଥ ମହାନ୍ତି): ସୋମବାରଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ ଲୋକଭବନରେ କିଛି ସମୟ ବିତାଇବେ। ଏହାପରେ ସଡ଼କ ପଥରେ ଯାଇ କଟକ ଜିଲା ବାଆଁରା ନିକଟ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଶୁଭ ଉଦ୍‌ଘାଟନ କରିବେ। ୪ ତାରିଖ ସକାଳେ ରାଷ୍ଟ୍ରପତି ଭୁବନେଶ୍ବର ରେଳ ଷ୍ଟେଶନରୁ ଟ୍ରେନରେ ବ୍ରହ୍ମପୁରରେ ପହଞ୍ଚତ୍ବା ପରେ ସଡ଼କପଥରେ ଗଞ୍ଜାମ ଜିଲାର ତପ୍ତପାଣି ଯାଇ ମା’ କନ୍ଧୁଣୀଦେବୀ ପୀଠରେ ଦର୍ଶନ, ଆଳତି ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବେ। ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ର ରହଣି ସହ ବ୍ରହ୍ମପୁର-ଗୋପାଳପୁରସ୍ଥିତ ଧବଳେଶ୍ବର ମନ୍ଦିର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ୫ ତାରିଖରେ ରାଷ୍ଟ୍ରପତି ଟ୍ରେନ ଯୋଗେ ଭୁବନେଶ୍ୱର ଫେରିବା ପରେ ସ୍ବତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।
ତେବେ ବ୍ଲ୍ୟୁ-ବୁକ୍‌ ଅନୁସାରେ ରାଷ୍ଟ୍ରପତିଙ୍କ ପାଇଁ ୩ରୁ ୫ ତାରିଖ ଯାଏ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ କମିଶନରେଟ ପୋଲିସ ପକ୍ଷରୁ ରବିବାର ଅପରାହ୍ନରେ ବିମାନବନ୍ଦରରୁ ଲୋକଭବନ ଏବଂ ଷ୍ଟେଶନ ପର୍ଯ୍ୟନ୍ତ କାର୍‌କେଡ୍‌ ରିହର୍ସାଲ କରାଯାଇଥିଲା। ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ଏସ୍‌ପିଜି ଏବଂ ରାଜ୍ୟ ପୋଲିସ ରହିଥାନ୍ତି। ତେଣୁ ଏହି କାରକେଡ୍‌ରେ ଆମ୍ବୁଲାନ୍ସ, ଫାୟାର ଗାଡି, ମେଡିକାଲ ଟିମ୍‌, ଜାମର ଗାଡ଼ି ଆଦି ସାମିଲ ହୋଇଥିଲା। ରାଷ୍ଟ୍ରପତିଙ୍କ ଗସ୍ତ ରୁଟ୍‌ରେ ନିର୍ଦ୍ଧାରିତ ସମୟରେ ସାଧାରଣ ଲୋକଙ୍କ ଚଳାଚଳ ବନ୍ଦ କରାଯିବାକୁ ମଧ୍ୟ କୁହାଯାଇଛି। ଏୟାରପୋର୍ଟରୁ ରେଳ ଷ୍ଟେଶନ ଏବଂ ରାଷ୍ଟ୍ରପତିଙ୍କ ଗସ୍ତ ରୁଟ୍‌ରେ ତ୍ରିସ୍ତରୀୟ ସୁରକ୍ଷା ହୋଇଥିବାବେଳେ ଦାୟିତ୍ୱରେ ପ୍ରାୟ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଡିସିପି ର଼୍ୟାଙ୍କ୍‌ର ଅଧିକାରୀଙ୍କ ସହ ଏସ୍‌ପି ଓ ଏସିପି ର଼୍ୟାଙ୍କ୍‌ର ଅଧିକାରୀମାନେ ରୁଟ ଓ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ। ରାଷ୍ଟ୍ରପତିଙ୍କ କାରକେଡ୍‌ର ମୁଭ୍‌ମେଣ୍ଟ, ରୁଟ୍‌ କ୍ଲିୟରାନ୍ସ, ଟ୍ରାଫିକ ମ୍ୟାନେଜମେଣ୍ଟ ଓ ଆପାତକାଳୀନ ପରିସ୍ଥିତିରେ ପୋଲିସର ପ୍ରତିକ୍ରିୟା ସବୁ ଦିଗକୁ ନେଇ ରିହର୍ସାଲ କରାଯାଉଛି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷାରେ ଯେପରି କୌଣସି ତ୍ରୁଟି ନରହେ, ସେଥିପାଇଁ ଫୁଲ ପ୍ରୁଫ ପ୍ରସ୍ତୁତି କରିଛି କମିଶନରେଟ ପୋଲିସ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।