ଅନଶନ ଭାଙ୍ଗିଲେ ୱାଙ୍ଗଚୁକ

Jul 24, 2026 - 14:01
ଅନଶନ ଭାଙ୍ଗିଲେ ୱାଙ୍ଗଚୁକ

ନୂଆଦିଲ୍ଲୀ : ୨୬ ଦିନ ପରେ ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ । ଅହିଂସାର ପଥରେ ଆନ୍ଦୋଳନ ଜାରି ରଖିବାକୁ ଦେଲେ ଆହ୍ୱାନ । ଜନ୍ତର ମନ୍ତର ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ସରକାରଙ୍କ ପ୍ରତିଶ୍ରୁତି ପରେ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରଖ୍ୟାତ ଶିକ୍ଷାବିତ୍ ଓ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ୍ ଅନଶନରୁ ହଟିଛନ୍ତି । 

ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ସୋନମ ୱାଙ୍ଗଚୁକଙ୍କୁ ଭେଟିଥିଲେ । କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଓ ଡ଼. ଜିତେନ୍ଦ୍ର ସିଂହଙ୍କ ସହ ହୋଇଥିବା ଦୀର୍ଘ ଆଲୋଚନା ଏବଂ ବିଭିନ୍ନ ଦଳର ପ୍ରାୟ ୬୫ ଜଣ ସାଂସଦଙ୍କ ଅନୁରୋଧ କ୍ରମେ ସେ ଅନଶନରୁ ଓହରିଥିବା ସୂଚନା ମିଳିଛି   ।

ୱାଙ୍ଗଚୁକ ସୋସିଆଲ ମିଡ଼ିଆ ଏକ୍ସ ରେ ସୂଚନା ଦେଇ କହିଛନ୍ତି, ଦେଶରେ କୌଣସି ପ୍ରକାର ହିଂସା ନ ଘଟୁ ବୋଲି ସେ ଅନଶନ ଶେଷ କରିବାକୁ ରାଜି ହୋଇଛନ୍ତି । ଆନ୍ଦୋଳନକାରୀଙ୍କୁ ସେ ଅହିଂସାର ପଥରେ ରହିବା ସହ କାହା କଥାରେ ନମାତିବାକୁ ଆହ୍ୱାନ ଦେଇଛନ୍ତି । ଆଲୋଚନାରେ କେଉଁ ସର୍ତ୍ତରେ ସହମତି ହୋଇଛି, ସେ ସମ୍ପର୍କରେ ଶୀଘ୍ର ଏକ ପୃଥକ ଭିଡିଓ ଜାରି କରିବେ ବୋଲି ଜଣାଇଛନ୍ତି । 

ଶାନ୍ତିପୂର୍ଣ୍ଣ ଛାତ୍ର ଆନ୍ଦୋଳନକାରୀଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନ ନେବା, ପ୍ରଭାବିତ ପରିବାରଙ୍କୁ କ୍ଷତିପୂରଣ ବିଚାର କରିବା ଏବଂ ପରୀକ୍ଷା ବ୍ୟବସ୍ଥାର ସଂସ୍କାର ନେଇ ସଂସଦରେ ଆଲୋଚନା କରିବା ଭଳି ବିଷୟରେ ଦୁଇ କେନ୍ଦ୍ରମନ୍ତ୍ରୀ ସୋନମ ୱାଙ୍ଗଚୁକ୍ ଙ୍କୁ ଆଶ୍ୱାସନା ଦେଇଥିଲେ । ତେବେ କକରୋଚ୍ ଜନତା ପାର୍ଟି ସୋନମ ୱାଙ୍ଗଚୁକଙ୍କ ଅନଶନ ଶେଷକୁ ସ୍ୱାଗତ କରିଥିଲେ ମଧ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ କରିଛି । 

ସୂଚଚନାନୁସାରେ, ଜୁନ୍ ୨୮ରୁ ଆରମ୍ଭ ହୋଇଥିବା ଏହି ଅନଶନରେ ୱାଙ୍ଗଚୁକ କେବଳ ପାଣି ଓ ଲୁଣ ଗ୍ରହଣ କରୁଥିଲେ । ଦୀର୍ଘ ଦିନର ଅନଶନ କାରଣରୁ ଡିହାଇଡ୍ରେସନ୍ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସୋନମ ୱାଙ୍ଗଚୁକ୍ଙ୍ ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ସେ ହସ୍ପିଟାଲ ବେଡରେ ବସି କେନ୍ଦ୍ରମନ୍ତ୍ରୀଙ୍କ ଯେ.ପି.ନଡ୍ଡାଙ୍କୁ ହାତରୁ ଜୁସ ଗ୍ରହଣ କରି ନିଜର ଅନଶନ ଶେଷ କରିଥିଲେ। ଏହାପରେ ସରକାରୀ ପ୍ରତିନିଧି ଏବଂ ଲେହ ଲଦାଖ ଆପେକ୍ସ ବଡିର ନେତାମାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା ।  ନିଟ ପ୍ରଶ୍ନପତ୍ର ଲିକ ଘଟଣାରେ ଦିଲ୍ଲୀର ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ସେ ଏହି ପଦକ୍ଷେପ ନେଇଥିଲେ ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।