ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

Jul 26, 2026 - 22:41
ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି।

ଗ୍ରାମବାସୀ ଅଙ୍ଗନୱାଡି କର୍ମୀଙ୍କୁ ବିରୋଧ କରିବା ସହ ଅନ୍ୟତ୍ର ବଦଳି କରିବାକୁ ଦାବିରେ ସ୍ଥାନୀୟ ଏକ ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ବାଉଁଶ ପୋତି ରାସ୍ତା ଅବରୋଧ କରିବା ସହ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ।

ଏହି ଘଟଣା ଥାନାରେ ପହଞ୍ଚି ଥିବାବେଳେ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏଥିପ୍ରତି ଅବଗତ ଅଛନ୍ତି। ମାତ୍ର ସମସ୍ୟାର ସମାଧାନ ପାଇଁ କେହି ବାଟ ଫିଟାଇ ପାରି ନାହାଁନ୍ତି। ଅନ୍ୟପକ୍ଷେ କେନ୍ଦ୍ରର ସମସ୍ତ ଶିଶୁ ପ୍ରାୟ ୧୫ଦିନରୁ ଊର୍ଦ୍ଧ୍ୱ ହେବ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।