09 JULY 2026

Welcome!

Unlock your personalized experience.
Sign Up

ଅଂଶୁଲାଙ୍କୁ ଏହି ଗଛ ଉପହାର ହେଲେ ଜ୍ୟାକି ଶ୍ରଫ୍, ଭାଇରାଲ ହେଉଛି ଭିଡିଓ...

Jul 08, 2026 - 16:42
ଅଂଶୁଲାଙ୍କୁ ଏହି ଗଛ ଉପହାର ହେଲେ ଜ୍ୟାକି ଶ୍ରଫ୍, ଭାଇରାଲ ହେଉଛି ଭିଡିଓ...

ନୂଆଦିଲ୍ଲୀ: ନିଜର ଅନନ୍ୟ ଷ୍ଟାଇଲ୍ ଏବଂ ପରିବେଶ ପ୍ରେମୀ ଭାବେ ବେଶ ଜଣାଶୁଣା ବଲିଉଡର ଆଗ ଧାଡ଼ିର କଳାକାର ଜ୍ୟାକି ଶ୍ରଫ୍ । ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସାବତ ଝିଅ ତଥା ବନ୍ନି କପୁରଙ୍କ ପ୍ରଥମ ପତ୍ନୀଙ୍କ ଝିଅ ଅଂଶୁଲାଙ୍କ ରିସେପ୍ସନରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଜ୍ୟାକି ଏକ ଗଛ ଉପହାର ଦେଇଥିବାବେଳେ ବେଶ ଖୁସି ହୋଇଥିଲେ ଅଂଶୁଲା । ଏବଂ ସେ ନିଜର ହସକୁ ରୋକି ପାରିନଥିଲେ । ଏହି ଗଛକୁ ଦେଖିବା ପରେ ସେ ହସିବାକୁ ଲାଗିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏବେ ଚର୍ଚ୍ଚା ହେଉଛି କି ଜ୍ୟାକି କେଉଁ ଗଛ ଉପହାର ହେଇଛନ୍ତି ? ଏହି ଗଛର କଣ ରହିଛି ମହତ୍ବ ।

 
 
 
 
 
 
 
 
 
 
 
 
 
 
 

ଜ୍ୟାକି ଯେଉଁ ଗଛ ଦେଇଛନ୍ତି ତାହା ହେଉଛି ‘ପିସ୍ ଲିଲି’ । ଯାହା ଏକ ସୁନ୍ଦର ଗଛ । ଏହାକୁ ସାଧାରଣତଃ ଘର ସଜାଇବାରେ ବ୍ୟବହାର ହୋଇଥାଏ । ଏହି ଗଛରେ ହେଉଥିବା ଫୁଲ ମଧ୍ୟ ବେଶ ସୁନ୍ଦର ହୋଇଥାଏ । ଘର ଏବଂ ଅଫିସରେ ମଧ୍ୟ ଏହାକୁ ଅନେକ ଲୋକ ରଖିଥାନ୍ତି । ଏହି ଗଛ ଏକ ରାଜକୀୟ ଏବଂ ଆଧୁନିକ ସ୍ପର୍ଶ ଯୋଗକେର । ଏହି ଗଛର ଏକ ଗୁରୁତ୍ବପୂର୍ଣ୍ଣ ବୈଶିଷ୍ଠ୍ୟ ହେଉଛି ପ୍ରାକୃତିକ ବାୟୂ ବିଶୋଧନ କରେ ।

ନାସାର ଏକ ଅଧ୍ୟୟନରୁ ଜଣାପଡ଼ିଛି କି, ଏହି ଗଛ ବାୟୂରେ ଥିବା ବିଷାକ୍ତ ପଦାର୍ଥକୁ ଶୋଷଣ କରେ । ଏହାସହ ଏହା ଘର ଭିତରେ ଥିବା ବାୟୂକୁ ଶୁଦ୍ଧ କରେ ଏବଂ ଅମ୍ଲଜାନର ସ୍ତର ବୃଦ୍ଧି କରେ । ଏହା ଲୋକଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣେ । ଘରେ ଏହାକୁ ଲଗାଇବା ଅତି ସହଜ । ମାତ୍ର ଏହାପାଇଁ ସଠିକ୍ ମାଟି ପ୍ରସ୍ତୁତ କରିବାକୁ ପଡ଼ିବ । ନଡ଼ିଆ, ଭର୍ମି କମ୍ପୋଷ୍ଟ ଏବଂ ଟିକିଏ ବାଲିକୁ ସାଧାରଣ ମାଟି ସହିତ ମିଶ୍ରଣ କରି ଏକ ଢିଲା ଏବଂ ଭଲ ଜଳ ନିଷ୍କାସନ ହୋଇଥିବା ମାଟି ତିଆରି କରନ୍ତୁ ଯାହା ପାଣି ଧରି ରଖେ ନାହିଁ। ପାତ୍ର ବାଛିବା ସମୟରେ, ନିଶ୍ଚିତ କରନ୍ତୁ ଯେ ଜଳ ନିଷ୍କାସନ ପାଇଁ ଏହାର ତଳ ଭାଗରେ ଗାତ ଅଛି। ତା'ପରେ, ଏକ ନର୍ସରୀରୁ ଗଛ ଲଗାନ୍ତୁ।

ଏହାସହ ପଢ଼ନ୍ତୁ: Sourav Ganguly: ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍‌ 'ଦାଦା'ର ପୋଷ୍ଟର ଲୁକ୍ ଆଉଟ୍, ରାଜକୁମାର ରାଓଙ୍କୁ ଟ୍ରୋଲ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।