YouTube video: ୟୁଟ୍ୟୁବ୍‌ ଭିଡିଓର ପ୍ରଥମ ଫ୍ରେମ୍‌ରୁ ଭ୍ୟୁ ଗଣନା

Aug 27, 2026 - 05:30
YouTube video: ୟୁଟ୍ୟୁବ୍‌ ଭିଡିଓର ପ୍ରଥମ ଫ୍ରେମ୍‌ରୁ ଭ୍ୟୁ ଗଣନା

"ଚଳିତ ମାସ ୨୪ ତାରିଖ (୨୪ ଅଗଷ୍ଟ, ୨୦୨୬)ରୁ ୟୁଟ୍ୟୁବ୍‌ ଏହାର ପ୍ଲାଟ୍‌ଫର୍ମରେ ଭିଡିଓର ପବ୍ଲିକ୍ ଭ୍ୟୁ ଗଣନା ପଦ୍ଧତିରେ ପରିବର୍ତ୍ତନ କରିଛି।

ଏହି ଅପ୍‌ଡେଟ୍‌ ବିଭିନ୍ନ ଫର୍ମାଟ୍‌ରେ ଭିଡିଓଗୁଡ଼ିକୁ ଏକ ସାଧାରଣ ଭ୍ୟୁ-କାଉଣ୍ଟେସନ୍ ବ୍ୟବସ୍ଥା ଅଧୀନକୁ ଅଣାଯାଇଛି, ଯେଉଁଥିରେ ଭିଡିଓ ଚାଲିବା ଆରମ୍ଭ କରିବା ମାତ୍ରେ ଭ୍ୟୁ ଗଣନା ହେବ।

ଏହି ପ୍ଲାଟ୍‌ଫର୍ମରେ ଲଗ୍‌ ହୋଇଥିବା ଭିଡିଓର ଭ୍ୟୁ ହିସାବ କରିବାକୁ ଏହା କେତେ ସମୟ ଚାଲିବା ଦରକାର, ତା"ର କୌଣସି ମାନଦଣ୍ଡ ନଥିଲା।

ତେବେ ୨୪ ତାରିଖରୁ ଭିଡିଓ ଚାଲିବା ଆରମ୍ଭ କରିବା ମାତ୍ରେ ତା"ର ଭ୍ୟୁ ହିସାବ ହେଉଛି।

ଏହା ପୂର୍ବରୁ ସର୍ଟସ୍‌ର ଭ୍ୟୁ ଗଣନାରେ ଏଭଳି ପରିବର୍ତ୍ତନ ଅଣାଯାଇଥିଲା।

ଏହି ପ୍ଲାଟ୍‌ଫର୍ମରେ ବ୍ୟବହୃତ ବିଭିନ୍ନ ମେଟ୍ରିକ୍ସର ଦ୍ୱନ୍ଦ୍ୱ ଦୂର କରିବାକୁ କମ୍ପାନି ସବୁ ଭିଡିଓ ଫର୍ମାଟ୍‌ରେ ସମାନ ମାନଦଣ୍ଡ ସ୍ଥିର କରିଛି।Advertisment Horoscope 2026 August 27: ଜାଣନ୍ତୁ ଆଜିର ରାଶିଫଳ...

ଭ୍ୟୁ ସହିତ କ"ଣ ପରିବର୍ତ୍ତନ ହେବ?ଆଗରୁ ୟୁଟ୍ୟୁବ୍‌ ବିଭିନ୍ନ ଭିଡିଓ ଫର୍ମାଟ୍‌ ପାଇଁ ଭିନ୍ନ ଭିନ୍ନ ଭ୍ୟୁ କାଉଣ୍ଟିଂ ସିଷ୍ଟମ୍‌ ବ୍ୟବହାର କରିଆସୁଥିଲା।

ଅଗଷ୍ଟ ୨୪ରୁ ଯେତେବେଳେ ଏକ ଭିଡିଓ ଚାଲୁଛି, ସେତେବେଳେ ପବ୍ଲିକ ଭ୍ୟୁ ପଞ୍ଜୀକୃତ ହେଉଛି।

ସାର୍ବଜନୀନ ଭ୍ୟୁ ସଂଖ୍ୟା ପୂର୍ବ ଅପେକ୍ଷା ଅଧିକ ଶୀଘ୍ର ବୃଦ୍ଧି ପାଉଛି।

କାରଣ ପ୍ଲେବ୍ୟାକ୍‌ ନିଜେ ଭ୍ୟୁକୁ ଟ୍ରିଗର୍‌ କରୁଛି।

ଏହି ପରିବର୍ତ୍ତନ ୟୁଟ୍ୟୁବ୍‌ର ଭିଡିଓ ଫର୍ମାଟ୍‌ଗୁଡ଼ିକରେ ସାରା ବିଶ୍ୱରେ ଲାଗୁ ହୋଇଛି।

ଏହାର ଅର୍ଥ ନୁହେଁ ଯେ, ବ୍ୟବହାରକାରୀମାନେ ସ୍କ୍ରଲ୍‌ କରୁଥିବା ପ୍ରତ୍ୟେକ ଭିଡିଓ ସ୍ୱୟଂଚାଳିତ ଭାବେ ଅଧିକ ସମୟ ଧରି ଦେଖୁଥିବା ଦର୍ଶକଙ୍କ ପରି ସମାନ ଆକର୍ଷଣ ସୃଷ୍ଟି କରିବ।

କ୍ରିଏଟର୍‌ମାନେ ପ୍ଲାଟ୍‌ଫର୍ମରେ ଭ୍ୟୁ କିପରି ମାପ କରାଯାଏ, ସେଥିରେ ଅଧିକ ସ୍ଥିରତା ପାଇଁ ଅନୁରୋଧ କରିଆସୁଥିଲେ।

ପୂର୍ବରୁ ବିଷୟବସ୍ତୁର ଓଭର୍‌ଅଲ୍‌ ରିଚ୍‌କୁ ବୁଝିବା କଷ୍ଟକର ଥିଲା।

ହେଲେ ଏବେ ସମାନ ମାନକକୁ ବିଭିନ୍ନ ଫର୍ମାଟ୍‌ରେ ପ୍ରୟୋଗ କରି ୟୁଟ୍ୟୁବ୍‌ରେ ବିଷୟବସ୍ତୁ କେତେଥର ଚାଲୁଛି, ତା"ର ଏକ ଚିତ୍ର ମିଳିପାରିବ।

କ୍ରିଏଟର୍‌ମାନେ ଦର୍ଶକଙ୍କ ପାଖରେ ବ୍ରାଣ୍ଡ୍‌ ଏବଂ ସ୍ପନ୍‌ସର୍‌ଙ୍କୁ ପହଞ୍ଚାଇପାରିବେ।

ପୁରୁଣା ଭ୍ୟୁ ମେଟ୍ରିକ୍‌ର କ"ଣ ହେବ?ପୂର୍ବ ଭ୍ୟୁ ମେଜର୍‌ମେଣ୍ଟ ଯୁଟ୍ୟୁବ୍‌ ଆନାଲିଟିକ୍ସ୍‌ରେ ଉପଲବ୍‌ଧ ରହିବ, ହେଲେ ଏହାକୁ ଏନ୍‌ଗେଜ୍‌ଡ ଭ୍ୟୁଜ୍‌ ବୋଲି କୁହାଯିବ।

ଏକ ଭିଡିଓ ଚାଲିବା ଆରମ୍ଭ ହେବା ପରେ କେତେ ଜଣ ଦର୍ଶକ ଦେଖୁଥିଲେ, ତାହା ଦେଖାଇବା ପାଇଁ ଏନ୍‌ଗେଜ୍‌ଡ ଭ୍ୟୁ ଡିଜାଇନ୍‌ କରାଯାଇଛି।

କ୍ରିଏଟର୍‌ମାନେ ମେଟ୍ରିକ୍‌ ୟୁଟ୍ୟୁବ୍‌ ଆନାଲିଟିକ୍ସ୍‌ର ଆଡ୍‌ଭାନସ୍‌ଡ ମୋଡ୍‌ରେ ପାଇପାରିବେ।

ଏହି ପାର୍ଥକ୍ୟ ଗୁରୁତ୍ୱପୂର୍ଣ୍ଣ, କାରଣ ଏକ ଭିଡିଓର ପବ୍ଲିକ୍‌ ଭ୍ୟୁ କାଉଣ୍ଟ୍‌ ଓ ଏନ୍‌ଗେଜ୍‌ଡ ଭ୍ୟୁ ସମାନ ନ ହୋଇପାରେ।

Deras: ଡେରାସ୍‌ ସିଫୁଡ୍‌ ପାର୍କରେ ମୁଖ୍ୟ ଶାସନ ସଚିବ ମନିଟାଇଜେସନ୍‌କୁ କେତେ ପ୍ରଭାବିତ କରିବ?ଏହି ପରିବର୍ତ୍ତନ କ୍ରିଏଟର୍‌ଙ୍କ ରୋଜଗାର କିମ୍ବା ଯୁଟ୍ୟୁବ୍‌ ପାର୍ଟନର୍‌ ପ୍ରୋଗ୍ରାମ୍‌ ପାଇଁ ଯୋଗ୍ୟତାକୁ ପ୍ରଭାବିତ କରିବ ନାହିଁ ବୋଲି କୁହାଯାଇଛି।

ଉପାର୍ଜନ କ୍ଷମତା ଏନ୍‌ଗେଜ୍‌ଡ ସର୍ଟସ୍‌ ଭ୍ୟୁ ଓ ଏନ୍‌ଗେଜ୍‌ଡ ୱାଚ୍‌ ଆୱାର୍‌ର ବ୍ୟବହାର ଉପରେ ହିଁ ନିର୍ଭର କରିବ।

ସବୁଠାରୁ ବଡ଼ ପ୍ରଭାବ ପବ୍ଲିକ୍‌ ଭ୍ୟୁ କାଉଣ୍ଟ୍‌ ଉପରେ ପଡ଼ିବ।

ତେବେ ଅଧିକ ଭ୍ୟୁ ସଂଖ୍ୟାକୁ ସ୍ୱୟଂଚାଳିତ ଭାବେ ଅଧିକ ଏନ୍‌ଗେଜ୍‌ମେଣ୍ଟ୍‌ ଭାବେ ବିବେଚନା କରାଯିବା ଉଚିତ ନୁହେଁ।

ଦର୍ଶକମାନେ ପ୍ରକୃତରେ ବିଷୟବସ୍ତୁ ଦେଖିବା ଜାରି ରଖିଛନ୍ତି କି ନାହିଁ, ତାହା ବୁଝିବା ପାଇଁ ଭ୍ୟୁ ଗୁରୁତ୍ୱପୂର୍ଣ୍ଣ ରହିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)