Youth Swept Away at Naraj: ସେଲଫି ନେବାବେଳେ ଭାସିଗଲେ, ଏଯାଏଁ ବି ମିଳୁନି ପତ୍ତା, ସର୍ଚ୍ଚ ଅପରେସନ ଜାରି

Jul 06, 2026 - 10:41
Youth Swept Away at Naraj: ସେଲଫି ନେବାବେଳେ ଭାସିଗଲେ, ଏଯାଏଁ ବି ମିଳୁନି ପତ୍ତା, ସର୍ଚ୍ଚ ଅପରେସନ ଜାରି

ସେଲଫି ନେବାକୁ ଯାଇ ଭାସି ଯାଇଥିବା ଯୁବକଙ୍କ ପତ୍ତା ମିଳୁନି। ୨ ଜଣ ଉଦ୍ଧାର, ଏବେ ବି ଅନ୍ୟ ଜଣେ ନିଖୋଜ। ସେଲଫି ନେଇ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ। ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଜଣଙ୍କ ପତ୍ତା ମିଳୁନାହିଁ। କଟକ ନରାଜ ପୁରୁଣା ନଦୀବନ୍ଧରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଛି। 

ପ୍ରବଳ ପାଣି ମାଡ଼ି ଆସିବାରୁ ମାଛୁଆ ବଜାରର ୩ ଯୁବକ ଭାସିଯାଇଥିଲେ। ତେବେ ଡଙ୍ଗା ସହାୟତାରେ ୨ ଯୁବକଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଆଉ ଜଣେ ଯୁବକ ନିଖୋଜ ଅଛନ୍ତି। ଅଗ୍ନିଶମ କର୍ମଚାରୀ ନଦୀରେ ଖୋଜାଖୋଜି ଉଦ୍ୟମ କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନି। ଆଜି ପୁଣି ଥରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।