Youth Found Dead : କଟକରେ ଚାଞ୍ଚଲ୍ୟ: ଅଟୋ ମିରରରୁ ଉଦ୍ଧାର ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
କଟକ : ଅଟୋ ମିରରରେ ଝୁଲୁଛି ଯୁବକ ଙ୍କ ମୃତଦେହ ।
କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ପ୍ରଧାନ ଗାଁର ଇଦ୍ଘା ପଡ଼ିଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।
ମୃତକ ହେଉଛନ୍ତି ଜାଭିର ମହମ୍ମଦ ।
ଏକ ଅଟୋର ମିରରରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ମିଳିବା ପରେ ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
Advertisment ସୂଚନା ଅନୁସାରେ, ସକାଳେ ଗ୍ରାମର ଇଦ୍ଘା ପଡ଼ିଆରେ ଥିବା ଏକ ଅଟୋର ମିରରରେ ଜାଭିରଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।
ଏହା ଦେଖିବା ପରେ ତୁରନ୍ତ କଟକ ସଦର ପୁଲିସକୁ ଖବର ଦେଇଥିଲେ ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମୃତ୍ୟୁର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ତେବେ ଯୁବକଙ୍କ ମୃତ୍ୟୁକୁ ନେଇ ଏକାଧିକ ସନ୍ଦେହ ସୃଷ୍ଟି ହୋଇଛି ।
ଜାଭିରଙ୍କୁ ହତ୍ୟା କରିବା ପରେ ଅଟୋରେ ଝୁଲାଇ ଦିଆଯାଇଥିବା ଆଶଙ୍କା କରାଯାଉଛି ।
ଏହା ପଛରେ ପୂର୍ବ ଶତ୍ରୁତା ରହିଥାଇପାରେ ବୋଲି ମଧ୍ୟ ସନ୍ଦେହ ପ୍ରକାଶ ପାଇଛି।
ତେବେ ଏହି ସବୁ ଆଶଙ୍କାର ସତ୍ୟତା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ଯୁବକଙ୍କ ମୃତ୍ୟୁ କେମିତି ଓ କେଉଁ ପରିସ୍ଥିତିରେ ହେଲା, ତାହା ଏବେ ବି ଅସ୍ପଷ୍ଟ।
ପୁଲିସର ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଏବଂ ଘଟଣା ପଛର ରହସ୍ୟ ସାମ୍ନାକୁ ଆସିବ ।
Cuttack Fire, Minor Dies: କଟକ ହାତୀପୋଖରୀରେ ଭୟାବହ ଅଗ୍ନିକାଣ୍ଡ: ନାବାଳକ ମୃତ; ବୟସ୍କ ଗୁରୁତର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
