Youth Buys New Bike: ମାଟି କୁଣ୍ଡିରେ ଟଙ୍କା ସଞ୍ଚୟ କରିଥିଲେ ଯୁବକ; ସୋ’ରୁମ୍‌ରୁ କିଣିଲେ ନୂଆ ବାଇକ୍‌

Nov 08, 2026 - 20:26
Youth Buys New Bike: ମାଟି କୁଣ୍ଡିରେ ଟଙ୍କା ସଞ୍ଚୟ କରିଥିଲେ ଯୁବକ; ସୋ’ରୁମ୍‌ରୁ କିଣିଲେ ନୂଆ ବାଇକ୍‌

ଝରିଗାଁ (ରମେଶ ପଟ୍ଟନାୟକ): ପିଲାଟି ଦିନରୁ ଏକ ବାଇକ୍‌ କିଣିବା ପାଇଁ ସପ୍ନ ଥିଲା।

କିନ୍ତୁ ଏଥିରେ ବାଧକ ସାଜୁଥିଲା ଅର୍ଥ।

ଅର୍ଥାଭାବ ଯୋଗୁଁ ବାଇକ୍‌ କିଣିବାରେ ବିଳମ୍ବ ହୋଇଥିଲା।

ଦୀର୍ଘ ବର୍ଷ ଧରି ମାଟି କୁଣ୍ଡିରେ ଟଙ୍କା ସଞ୍ଚୟ କରି ଶେଷରେ ଆଜି ବାଇକ କିଣିବାରେ ସଫଳ ହୋଇଛନ୍ତି।

ଏଭଳି ଘଟଣା ଝରିଗାଁ ସ୍ଥିତ ଗୀତାଞ୍ଜଳି ହିରୋ ସରୁମରେ ଦେଖିବାକୁ ମିଳିଛି।

Advertisment ସୂଚନା ପ୍ରକାରେ ଝରିଗାଁ ବ୍ଲକ କରମରି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଗଣ୍ଡଙ୍କ ପୁଅ ଲମ୍ବୁଧର ଗଣ୍ଡ ପିଲା ବେଳୁ ବାଇକ୍‌ ପସନ୍ଦ କରୁଥିଲେ।

ଆଉ ଦିନେ ନିଜେ ବାଇକ୍‌ କିଣିବା ପାଇଁ ସପ୍ନ ଦେଖିଥିଲେ।

ବାଇକ୍‌ କିଣିବା ପାଇଁ ଘରେ ହାତ ଖର୍ଚ୍ଚ ପାଇଁ ଦେଉଥିବା ଟଙ୍କାକୁ ମାଟି କୁଣ୍ଡିରେ ସଞ୍ଚୟ ଆରମ୍ଭ କରିଥିଲେ।

ଦୀର୍ଘ ବର୍ଷ ଧରି ସଞ୍ଚୟ କରିବା ପରେ ବାଇକ କିଣିବା ପାଇଁ ସ୍ଥିର କରିଥିଲେ।

Royal Enfield's 5 new bikes: ରୟାଲ ଏନ୍‌ଫିଲ୍‌ଡର ୫ ନୂଆ ବାଇକ୍‌ ଆଜି ଲମ୍ବୁଧରଙ୍କ ବାପା ପୂର୍ଣ୍ଣଚନ୍ଦ୍ର ମାଟି କୁଣ୍ଡି ଭାଙ୍ଗି ଟଙ୍କା ନେଇ ବାଇକ କିଣିବା ପାଇଁ ଗୀତାଞ୍ଜଳି ହିରୋ ସୋ'ରୁମ ଆସିଥିଲେ।

ଶହେ ଟଙ୍କିଆ, ପଚାଶ ଟଙ୍କିଆ, କୋଡିଏ ଟଙ୍କିଆ ମିଶି କୋଡିଏ ହଜାର ଥିବା ବେଳେ ଦଶ ଟଙ୍କିଆ କଏନ ୧୧ ହଜାର ଥିଲା।

ଆଉ କିଛି ଟଙ୍କା ବାପା ପୂର୍ଣଚନ୍ଦ୍ର ମିଶାଇ କିସ୍ତିରେ ବାଇକ କିଣି ପୁଅର ସପ୍ନକୁ ପୁରଣ କରିଥିଲେ।

ବାଇକ୍‌ ଦେଖି ପୁଅ ଲମ୍ବୁଧର ଖୁସି ହୋଇ ଥିବା ବେଳେ ଇଛାଶକ୍ତି ଥିଲେ ସବୁ ସମ୍ଭବ ବୋଲି କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)