youth allegedly sold his buffalo to marry his girlfriend: ମଇଁଷି ବିକି ପ୍ରେମବିବାହ କଲେ ଯୁବକ, ଘର ଲୋକ ମାଡ଼ ମାରୁଥିବା ଭିଡିଓ ଭାଇରାଲ୍
ବିହାରରେ ମଇଁଷି ବିକ୍ରି କରି ପ୍ରେମିକାଙ୍କୁ ବିବାହ କଲେ ଜଣେ ଯୁବକ । ରାଗରେ ପରିବାର ଲୋକେ ଦେଲେ ମାଡ଼; ଭିଡିଓ ଭାଇରାଲ
ବିହାରର ସମସ୍ତିପୁରରୁ ଏକ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ମଇଁଷି ବିକ୍ରି କରି ସେହି ଟଙ୍କାରେ ପ୍ରେମିକାକୁ ବିବାହ କରିଛନ୍ତି । ବିବାହ ଖବର ପରିବାର ଲୋକଙ୍କ ପାଖରେ ପହଞ୍ଚିବା ପରେ ଘରେ ତୀବ୍ର ବିରୋଧ ଦେଖାଦେଇଥିଲା।
ଏପରିକି ଯୁବକଙ୍କୁ ପରିବାର ଲୋକେ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ହୋଇଛି। ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସମସ୍ତିପୁର ନଗର ଥାନା ଅଞ୍ଚଳସ୍ଥିତ ଥାନେଶ୍ୱର ମନ୍ଦିର ନିକଟର ଘଟଣାଟି ଘଟିଛି। ସୂଚନା ଅନୁସାରେ, ବିବାହ ପରେ ପରିବାର ମଧ୍ୟରେ ଏଭଳି ବିବାଦ ସୃଷ୍ଟି ହୋଇଥିଲା ଯେ ମାମଲା ରାସ୍ତାକୁ ଚାଲି ଆସିଥିଲା।
ବରଙ୍କ ଭଉଣୀ ମନ୍ଦିର ନିକଟରେ ପହଞ୍ଚି ବାହାଘରକୁ ବିରୋଧ କରି ଜୋରଦାର ହଙ୍ଗାମା କରିଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁସାରେ, ଯୁବକ ଜଣକ ନିଜ ମଇଁଷି ବିକ୍ରି କରି ବାହାଘର ଖର୍ଚ୍ଚ ପାଇଁ ଟଙ୍କା ଯୋଗାଡ଼ କରିଥିଲେ।
ଅନ୍ୟ ଜାତିରେ ନିଜ ପ୍ରେମିକାକୁ ବିବାହ କରିଥିଲେ। ବିବାହର ସୂଚନା ପାଇବା ପରେ ପୁଅ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ। ବରର ଭଉଣୀ ମନ୍ଦିର ନିକଟରେ ପହଞ୍ଚି ହଙ୍ଗାମା କରିଥିବା କୁହାଯାଉଛି।
ଘଟଣାସ୍ଥଳରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା। ରାସ୍ତାରେ ଯାଉଥିବା ଲୋକଙ୍କ ଭିଡ଼ ଜମି ଯାଇଥିଲା।
ଏହି ସମୟରେ କେହି ଜଣେ ସମଗ୍ର ଘଟଣାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଖବର ପାଇ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ଶାନ୍ତ କରିଥିଲା।
ପ୍ରେମ ବିବାହକୁ ନେଇ ଘଟିଥିବା ଏହି ବିବାଦ ସମସ୍ତିପୁରରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାଇରାଲ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଲୋକେ ବିଭିନ୍ନ ପ୍ରକାରର ମତାମତ ଦେଉଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।