Parliament Monsoon Session: ମୌସୁମୀ ଅଧିବେଶନ ପାଇଁ ସରକାରଙ୍କ ବିଗ୍ ପ୍ଲାନ୍

Jul 16, 2026 - 22:28
Parliament Monsoon Session: ମୌସୁମୀ ଅଧିବେଶନ ପାଇଁ ସରକାରଙ୍କ ବିଗ୍ ପ୍ଲାନ୍

ସଂସଦର ଆଗାମୀ ଅଷ୍ଟମ ଅଧିବେଶନ ପାଇଁ ସରକାର ପ୍ରସ୍ତୁତ କରିଛନ୍ତି ବଡ଼ ରୋଡ଼ମ୍ୟାପ୍‌। ଏଥର ଲୋକସଭାରେ ପାରିତ ହେବାକୁ ଯାଉଛି ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଲ୍‌। ବିଦେଶୀ ଅନୁଦାନ ନିୟମଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପର୍ଯ୍ୟନ୍ତ, ଅନେକ ବଡ଼ ବିଲ୍ ଏହି ଅଧିବେଶନରେ ଉପସ୍ଥାପନ ଓ ପାରିତ କରିବାକୁ ସରକାରଙ୍କ ଯୋଜନା ରହିଛି।

ଏହି ଅଧିବେଶନରେ ପୂର୍ବରୁ ଆଗତ ହୋଇଥିବା ‘ବିଦେଶୀ ଅନୁଦାନ (ନିୟମନ) ସଂଶୋଧନ ବିଲ୍-୨୦୨୬’ କୁ ବିଚାର ଓ ପାରିତ କରାଯିବ। ଏହା ସହିତ ‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍-୨୦୨୫’ ଉପରେ ଯୁଗ୍ମ ସଂସଦୀୟ କମିଟିର ରିପୋର୍ଟ ଆଧାରରେ ଆଲୋଚନା ହେବ।

ଏଥିସହିତ ଏହି ଅଧିବେଶନରେ ସରକାର ପାଞ୍ଚଟି ନୂଆ ବିଲ୍ ଆଗତ କରିବାକୁ ଯୋଜନା କରିଛନ୍ତି। 

ଆୟକର ସଂଶୋଧନ ବିଲ୍-୨୦୨୬: ଭାରତର ଋଣ ବଜାରକୁ ଶକ୍ତିଶାଳୀ କରିବା ଓ ବିଶ୍ୱ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ଲକ୍ଷ୍ୟ।

ସୁପ୍ରିମକୋର୍ଟ ସଂଶୋଧନ ବିଲ୍-୨୦୨୬: ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ୩୩ରୁ ୩୭କୁ ବୃଦ୍ଧି କରାଯିବ।

ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ବିଲ୍-୨୦୨୬: ବିଳମ୍ବିତ ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ।

ଜାତୀୟ ସମ୍ମାନ ଅପମାନ ନିବାରଣ ବିଲ୍-୨୦୨୬: ୧୯୭୧ ମସିହାର ପୁରୁଣା ଆଇନରେ ହେବ ସଂଶୋଧନ।

MSME ବିକାଶ ବିଲ୍-୨୦୨୬: କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ବ୍ୟବସାୟିକ ସୁଗମତା ପାଇଁ ଅଧିକ ଫ୍ୟାସିଲିଟେସନ୍ କାଉନସିଲ୍ ଗଠନର ପ୍ରସ୍ତାବ।

ବିଧାନିକ କାର୍ଯ୍ୟ ବ୍ୟତୀତ ଆର୍ଥିକ କାର୍ଯ୍ୟସୂଚୀରେ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ଅନୁଦାନ ଦାବି ଉପରେ ଉପସ୍ଥାପନ, ଆଲୋଚନା ଓ ଭୋଟିଂ ମଧ୍ୟ ହେବ। ତେବେ ସରକାର ପ୍ରସ୍ତୁତ କରିଥିବା ଏହି ତାଲିକା ପ୍ରସ୍ତାବିତ ହୋଇଥିବାରୁ ଅଧିବେଶନ ସମୟରେ ଏଥିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।