Your Weekly Horoscope: ଜାଣନ୍ତୁ, ଏ ସପ୍ତାହ ଆପଣଙ୍କର କେମିତି କଟିବ; କଣ କଲେ ପାଇବେ ଶୁଭ ଫଳ
ମେଷ-
ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମ ଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ପ୍ରତିଷ୍ଠାର ଅଧିକାରୀ ହେବେ। ପରିବାର ସହ ସୁଖ ଶାନ୍ତିରେ ଦିନ କଟାଇବେ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ। କର୍ମକ୍ଷେତ୍ରରେ ଦାୟିତ୍ୱ ବଢିବା ସହ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ। ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ। ସହଜ ସରଳରେ କର୍ମ ନିଯୁକ୍ତି ପାଇବେ। ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ଗରିବ ଲୋକଙ୍କୁ ଭୋଜନ,ପୋଷାକ,ତୈଳ ଦାନ କରନ୍ତୁ।
ବୃଷ-
ଆପଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଜରୁରୀ କାମରେ ସଫଳ ହେବେ। ଟଙ୍କାପଇସା ଦେବାନେବାରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟ ଆଗକୁ ବଢ଼ାଇବା ଲାଗି ନୂଆ ମଉକା ପାଇବେ। ଅଫିସରେ କୌଣସି କାମକୁ ନେଇ ସହକର୍ମୀଙ୍କ ସହିତ ବିଚାର ବିମର୍ଶ କରିବେ। ବେକାର ଯୁବକ ଯୁବତୀଙ୍କ ଲାଗି ରୋଜଗାରର ଭଲ ଅବସର ଆସିବ। ପରିବାରରେ ଆପଣଙ୍କ ଗୁଣର ପ୍ରଶଂସା ହେବ। ଭାଇଭଉଣୀଙ୍କ ସହିତ ସମ୍ବନ୍ଧ ବହୁତ ଭଲ ହେବ। ଛାତ୍ରଛାତ୍ରୀଙ୍କର ବନ୍ଧୁମାନଙ୍କ ସହିତ ମିଳାମିଶା ବଢ଼ିବ। ଶାରୀରିକ ଦୃଷ୍ଟିରୁ ସ୍ବାସ୍ଥ୍ୟ ଭଲ ରହିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ।
ମିଥୁନ-
କୌଣସି ଯୋଜନାରେ ଉନ୍ନତିମୂଳକ କାମ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ। ପାଦ ପୀଡା ସହ ଦୈନିକ କାର୍ଯ୍ୟରେ ବ୍ୟବଧାନ ଉତ୍ପନ୍ନ ହୋଇପାରେ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ, ଯାହାକି ଦୁଶ୍ଚିନ୍ତାର ମାତ୍ରାକୁ ବଢ଼ାଇଦେବ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ ପାଇଁ ପ୍ରସ୍ତୁତ ହେବେ। ପାରିବାରିକ ସମସ୍ୟା ବଡ ଚିନ୍ତାର କାରଣ ହେବ। ହାତ ପାହାନ୍ତାରେ ଥିବା ସୁଯୋଗ ହରାଇ ମନ ବିଚଳିତ ହୋଇପାରେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- କୈାଣସି ଧର୍ମାନୁଷ୍ଠାନରେ ତେଲ, କଳା ଲୁଗା ଦାନ କରନ୍ତୁ।
କର୍କଟ-
ନିଜ ଶକ୍ତିକୁ ଠିକ୍ ଦିଗରେ ଲଗାନ୍ତୁ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଜରୁରୀ କାମରେ ବରିଷ୍ଠ ଲୋକ ସାହାଯ୍ୟ କରିବେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ କୌଣସି ଖବରକୁ କଭରେଜ୍ ପାଇଁ ଅଧିକ ଯାତାୟାତ କରିବେ। ଆଇନଜୀବୀ କୌଣସି ମକଦ୍ଦମାକୁ ନେଇ ବ୍ୟସ୍ତ ରହିବେ। ଯେଉଁମାନେ ଦୀର୍ଘଦିନ ଧରି ବାହାରେ ରହୁଛନ୍ତି ସେମାନେ ଜୀବନସାଥୀ ସହିତ ମିଶିବାର ମଉକା ପାଇବେ। ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂରହେବ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ ଭଲ ପରିଣାମ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କ୍ଷୀର ଢାଳି ଦିନ ଆରମ୍ଭ କରନ୍ତୁ।
ସିଂହ-
ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ। ଅଫିସ କାମ କରିବା ବେଳେ ମନକୁ ବିଭିନ୍ନ ଯୋଜନା ଆସିବ। ଭାଇବନ୍ଧୁଙ୍କ ସହାୟତା ପାଇ ଶତ୍ରୁ ବିନାଶ କରିବେ ଓ ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ। ମନରେ ଅହଂଭାବ ଉଦ୍ରେକ ହୋଇପାରେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ଗୁରୁଜନ ମାନଙ୍କଠାରୁ ଆଶିର୍ବାଦ ନେଇ କର୍ମ ଆରମ୍ଭ କରନ୍ତୁ।
କନ୍ୟା-
ପୂର୍ବରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବା ଯୋଗୁଁ ଆପଣଙ୍କୁ ମାନସିକ ଶାନ୍ତି ମିଳିବ। କୌଣସି ଏଭଳି ଲୋକଙ୍କ ସହିତ ସାକ୍ଷାତ୍ ହେବ ଯିଏ ଆପଣଙ୍କ ବ୍ୟବସାୟ ଲାଗି ସାହାଯ୍ୟକାରୀ ହେବେ। ଆର୍ଥିକ ସ୍ଥିତି ବହୁତ ଭଲ ହେବ। ଅଫିସ କାମ ପ୍ରତି ସମୟ ଅନୁକୂଳ। ବରିଷ୍ଠ ଆପଣଙ୍କ କଥାକୁ ଗମ୍ଭୀରତାରେ ଗ୍ରହଣ କରିବେ। ଆପଣଙ୍କ ଲାଗି କୌଣସି ଭଲ ଜାଗାରେ ଚାକିରି ସୁଯୋଗ ଆସିପାରେ। ପରିବାରରେ ଧାର୍ମିକ କାର୍ଯ୍ୟରେ ଆୟୋଜନ ହୋଇପାରେ। ପ୍ରେମ ଜୀବନ ମଧୁର ରହିବ। ବାଣିଜ୍ୟ ଛାତ୍ରଛାତ୍ରୀ କିଛି ନୂଆ ଶିଖିବାର ସୁଯୋଗ ପାଇବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ।
ତୁଳା-
ଧାର୍ମିକ, ସାହିତ୍ୟ ପଢିବା ପାଇଁ ମନ ବଳାଇବେ। ନିଜର ଟେକ ରଖିବା ପାଇଁ କିଛି ଏମିତି କାର୍ଯ୍ୟ କରିବେ ଯାହା ଲୋକମାନେ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ସାମାଜିକ କ୍ଷେତ୍ରରେ ମାନସମ୍ମାନ, ଯଶ ପ୍ରତିଷ୍ଠା ବଢିବ। ବ୍ୟବସାୟରେ ଉନ୍ନତି ହେବ। ଗୁରୁତ୍ୱପୂର୍ଣ୍ଣ କାମରେ ମାନସିକ ଅବସାଦ ଲାଗି ରହିପାରେ। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଓଁ ହ୍ରୀଂ ଦୁଂ ଦୁର୍ଗାୟୈ ନମଃ ଜପ କରନ୍ତୁ।
ବିଛା-
ଚେଷ୍ଟାରେ ସଫଳ ହେବେ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କର ଧନଲାଭ ହେବ। କର୍ମଜୀବୀ ମହିଳା ଅଫିସରେ କର୍ତ୍ତୃପକ୍ଷଙ୍କଠାରୁ ପ୍ରୋତ୍ସାହନ ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବିରୋଧୀ ପକ୍ଷ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ଆପଣଙ୍କ ବ୍ୟବହାର ପରିବାରରେ ଭଲ ପରିବେଶ ସୃଷ୍ଟି କରିବ। ଘରେ ଧାର୍ମିକ କାର୍ଯ୍ୟ କରିବା ଲାଗି ଯୋଜନା କରିବେ। ଡାକ୍ତରୀ ଛାତ୍ରୀ ବଡ଼ ଡାକ୍ତରଙ୍କ ସହ କାମ କରିବାର ଅବସର ପାଇବେ। ଇଂଜିନିୟର ଛାତ୍ରଙ୍କ ଲାଗି ବଡ଼ କଂପାନିରେ ଚାକିରି ସୁଯୋଗ ଆସିବ। ବରିଷ୍ଠ ବ୍ୟକ୍ତିମାନେ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ।
ଧନୁ-
ଆପଣଙ୍କ ଅଧିକାରୀ ଓ ସହକର୍ମୀମାନେ କାମର ପ୍ରଶଂସା କରିବେ। ଜନସମ୍ପର୍କ ସୁଦୃଢ ହେବ। ଯାହା ଚିନ୍ତା କରିଛନ୍ତି ତାହା ପୂରଣ ହେବ। ମାନସିକ ଚିନ୍ତା ଦୂର ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେବ। ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ପ୍ରୟାସରତ ରହିବେ। ପରୋପକାର ଓ ସମାଜସେବା କାର୍ଯ୍ୟରେ ରୁଚି ବୃଦ୍ଧିହେବ। ଅଳ୍ପ ପରିଶ୍ରମରେ ଅଧିକ ଧନ ଲାଭ ହେବ। ନୂତନ ଚାକିରୀ ପାଇଁ ପ୍ରୟାସ ରତ ରହିବେ। ବୟସ୍କ ବ୍ୟକ୍ତିଙ୍କ ସମର୍ଥନ ପାଇ ବ୍ୟବସାୟରେ ହରେଇଥିବା ଟଙ୍କା ଫେରି ପାଇପାରନ୍ତି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ।
ମକର-
ସକାରାତ୍ମକ ଭାବନା ନେଇ ଆଗକୁ ବଢ଼ିବେ। ବ୍ୟବସାୟ ସମ୍ବନ୍ଧୀୟ କୌଣସି ସମ୍ମିଳନୀକୁ ଯିବା ପୂର୍ବରୁ ନିଜକୁ ଭଲଭାବେ ପ୍ରସ୍ତୁତ କରନ୍ତୁ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଅଫିସ କାମ ସଂପୂର୍ଣ୍ଣ କରିବାର ସଫଳତା ପାଇବେ। ଅଧିକାରୀବର୍ଗ ଆପଣଙ୍କ କାମରେ ଖୁସି ରହିବେ। ସାମାଜିକ କାର୍ଯ୍ୟରେ ସହଯୋଗ ଦିଅନ୍ତୁ ମାନସମ୍ମାନ ବଢ଼ିବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହେବ। କୌଣସି ଧାର୍ମିକ ଆୟୋଜନକୁ ଯିବାର ଅବସର ପାଇବେ। ଲେଖାପଢ଼ାରେ ଶିକ୍ଷାର୍ଥୀଙ୍କର ମନ ଲାଗିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳୀଙ୍କୁ ପୂଜା କରନ୍ତୁ।
କୁମ୍ଭ-
ଏକାଧିକ କାମରେ ପ୍ରବେଶ କାରଣରୁ ବହୁତ ଝଡ଼ଝଞ୍ଜା ମଧ୍ୟ ଦେଇ କାମ ସମ୍ପନ୍ନ ହେବ। ପାରସ୍ପରିକ ବୁଝାମଣା ହେତୁ ପାରିବାରିକ ଜୀବନ ସୁଖରେ କଟିବ। କାରଣ ନ ଥାଇ ମଧ୍ୟ ଅଭିଯୋଗର ସାମ୍ନା କରିବାକୁ ପଡିବ। ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି। ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରି ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଅସହାୟ ବ୍ୟକ୍ତି ବା ମହିଳାମାନଙ୍କୁ କମ୍ବଳ ଦାନ କରନ୍ତୁ।
ମୀନ-
ଆପଣଙ୍କ କଳ୍ପନାଶକ୍ତି ଲକ୍ଷ୍ୟ ପ୍ରାପ୍ତିରେ ସହାୟକ ହେବ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ। ବ୍ୟବସାୟରେ ଭାଗୀଦାରିଙ୍କ ସହ ସମ୍ବନ୍ଧ ଭଲ ହେବ। ସକାରାତ୍ମକ ମାନସିକତା ଚାକିରିରେ ଉନ୍ନତି ଆଣିଦେବ। ସାମାଜିକ ଜୀବନ ଭଲ ରହିବ। କିଛି ନୂଆ ଲୋକଙ୍କ ସହ ଯୋଡ଼ି ହେଇପାରନ୍ତି। କୌଣସି ବନ୍ଧୁଙ୍କ ଆଗମନରେ ଘରେ ଖୁସିର ପରିବେଶ ସୃଷ୍ଟି ହେବ। ଜୀବନସାଥୀଙ୍କୁ ସମୟ ଦିଅନ୍ତୁ ସମ୍ବନ୍ଧରେ ମଧୁରତା ବଢ଼ିବ। ଫାଇନ୍ ଆର୍ଟ ଛାତ୍ର ସଫଳତାର କିରଣ ଦେଖିବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବାଇକ୍ ଚଳାଇବା ସମୟରେ ସଚେତନ ରହିବା ଆବଶ୍ୟକ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।