Your Story: ତୁମ ଗପ: କୁନି ଫୁଲର ଦିନଟିଏ

Oct 20, 2026 - 21:52
Your Story: ତୁମ ଗପ: କୁନି ଫୁଲର ଦିନଟିଏ

"ଦେବେନ୍ଦ୍ର କର ଅନେକ ଦିନ ପରେ ରାସ୍ତା କଡ଼ କାମିନୀ ଗଛରେ ଆଜି ଗୋଟିଏ କୁନି ଫୁଲ ଫୁଟିଚି।

ଆଉ ଅଳ୍ପ କେଇଟା କଢ଼ି ଦିନ କେଇଟା ପରେ ଫୁଲର ରୂପ ନେବେ।

କୁନି ଫୁଲଟି ମନେ ମନେ ହସୁଛି ଗୁଣୁ ଗୁଣୁ ହେଇ ଗୀତ ଗାଉଛି।

ଶାଖା ପ୍ରଶାଖାରୁ ନିଗିଡ଼ି ପଡ଼ୁଛି କାକର ବୁନ୍ଦା।

କୁନି ଫୁଲଟି ହସହସ ମୁହଁରେ ନୂଆ ଦିନଟିକୁ କହିଲା ଶୁଭ ସକାଳ ବନ୍ଧୁ।

ନୂଆଦିନ ଖୁବ୍‌ ଗମ୍ଭୀର ହୋଇଉଠିଲା।

ବଡ଼ବଡ଼ ଆଖିକରି ମୁହଁ ଛିଞ୍ଚାଡ଼ିଲା।

ବୋଧେ ହୁଏ ଫୁଲ ସହିତ କଥା ହେବାକୁ ସେ ପସନ୍ଦ କରୁନଥିଲା।

ଫୁଲଟି ପୁଣି କହିଲା ବନ୍ଧୁ ତୁମର ମୋର ଆଜି ଖୁବ୍‌ ଜମିବ।

ଆମେ ସାଥି ହୋଇ ଦୁଃଖସୁଖ ହେବା।Advertisment Asian Para Games 2026: ଟେବୁଲ ଟେନିସ୍‌ରେ ଗୋଟିଏ ଦିନରେ ଭାରତକୁ ଆସିଲା ୫ ପଦକ ରାଗ ତମତମ ହେଇ ନୂଆ ଦିନ କହିଲା ଆରେ ତୁ ହେଲୁ ସାମାନ୍ୟ ଫୁଲ।

ଗଛରେ ଫୁଟିବୁ ଆଉ ଝଡ଼ିବୁ।

ମୁଁ ଅଲୋକମୟ ସକାଳରୁ ସୃଷ୍ଟି।

ସୁର୍ଯ୍ୟଙ୍କ ଆଗମନରେ ମୋର ହୁଏ ଶୁଭାରମ୍ଭ।

ତୁ କଦାପି ମୋ ସମତୁଲ ହେଇପାରିବୁ ନାହିଁ।

ମୁଁ ନଥିଲେ ତୋର କୌଣସି ଅସ୍ତିତ୍ବ ନଥାନ୍ତା।

ସାରା ଦୁନିଆ ଆଜି ମତେ ସ୍ୱାଗତ କରୁଛି।

ସବୁ କଥା ଶୁଣି ଫୁଲ କହିଲା ବନ୍ଧୁ ରାଗୁଛ କାହିଁକି?

ଆସ ହସିବା, ଗାଇବା, ମଜା କରିବା।

ଏ ଧରାପୃଷ୍ଠାର ନିୟମ ହସିବା ଆଉ ହସାଇବା।

ପ୍ରତିଟି ମୁହୂର୍ତ୍ତ ବହୁତ ମୂଲ୍ୟବାନ ଆମ ପାଇଁ।

ବେଳ ବୁଡ଼ିଲେ ନା ତୁମେ ଥିବ ନା ମୁଁ।

ଆସ ରାଗ ଅହଙ୍କାର ଘୃଣା ଭାବ ପରିତ୍ୟାଗ କରି ସ୍ନେହ ଶ୍ରଦ୍ଧାର ଡୋରିରେ ସଭିଙ୍କୁ ଆଦରି ନେବା।

ସଭିଙ୍କୁ ନିଜର କରିନେଲେ ସାରା ଦୁନିଆ ହୋଇଯିବ ଆନନ୍ଦମୟ।

ନୂଆ ଦିନ ଆଉ କିଛି ନକହି ଚୁପ ରହିଲା।

କୁନି ଫୁଲକୁ ସାନ କଢ଼ିଟି ପ୍ରଶଂସା କରି କହିଲା ତୁ ସତରେ ବହୁତ ସୁନ୍ଦର ଦିଶୁଚୁ।

ଆମେ ଫୁଟିବୁ କି ନାହିଁ ସନ୍ଦେହ।

କୁନି ଫୁଲଟି ସାହସ ଦେଇ କହିଲା ଆରେ ଧୈର୍ଯ୍ୟ ନଥିଲେ ଜୀବନ ଅସାର।

ଧୈର୍ଯ୍ୟ ଧର ସବୁ ଭଲ ହିଁ ହେବ।

ମୋର ବିଶ୍ୱାସ କାଲିକି ତୁମେମାନେ ନିଶ୍ଚୟ ଫୁଟିବ।

କୁନିକୁନି କଢ଼ି ମାନଙ୍କ ସହିତ କାମିନୀ ଫୁଲଟି ମନ ଭରି ଦୁଃଖସୁଖ ହେଲା।

ନୂଆ ଦିନଟି ଏସବୁ ସହଜରେ ହଜମ କରିପାରୁ ନଥାଏ।

ସୂର୍ଯ୍ୟାଲୋକ ଛୁଇଁଲା ବେଳକୁ ଫୁଲର ରଙ୍ଗ ଆହୁରି ଆକର୍ଷଣୀୟ ଦିଶିଲା।

ଫୁଲର ସୁଗନ୍ଧ ଆଖପାଖରେ ଭରି ଦେଉଥାଏ ମନ ମହକିଆ ବାସ୍ନା।

କେତେ କୁଆଡୁ ଭ୍ରମର, କୀଟ ପତଙ୍ଗ ଫୁଲ ପାଖକୁ ଛୁଟି ଆସୁଥାନ୍ତି।

Communal Harmony: ସଂପ୍ରଦାୟିକ ସଂପ୍ରୀତି: ଦଶହରାରେ ହିନ୍ଦୁ-ମୁସଲମାନ୍‌ଙ୍କ ବାଡ଼ିଖେଳ ଧୀରେଧୀରେ ସୂର୍ଯ୍ୟଦେବ ମୁଣ୍ଡ ଉପରେ ଉଠିଲେ।

ଦିନ ଢଳିବାକୁ ଲାଗିଲା।

ସୂର୍ଯ୍ୟଙ୍କ ତେଜ ଧୀରେଧୀରେ କମିଆସିଲା।

କାମିନୀ ଫୁଲ ନୂଆଦିନକୁ କହିଲା ବନ୍ଧୁ ଆମ ଦୁହିଁଙ୍କର ଏବେ ବିଦାୟର ବେଳ।

ନୂଆ ଦିନର ଆଉ ସେଭଳି ଦମ୍ଭ ନଥିଲା।

ମୁହଁ ଶୁଖାଇ କହିଲା ତୁମେ ଠିକ୍‌ କହିଥିଲ ବନ୍ଧୁ, ଆମେ ସଭିଏଁ ଏଠି ସ୍ୱଳ୍ପ ସମୟର ଅତିଥି।

ଏ ଧରାପୃଷ୍ଠରେ କିଛି ବି ଚିରସ୍ଥାୟୀ ନୁହେଁ।

ସମସ୍ତଙ୍କର ସଂଚାଳକ ଜଣେ ସେଇ ପରମେଶ୍ବର।

ସୂର୍ଯ୍ୟଙ୍କ ରକ୍ତିମ ଆଭା ଅନ୍ଧକାରକୁ ନିମନ୍ତ୍ରଣ ଦେଉଥାଏ।

ଫୁଲଟି ଧୀରେ ଧୀରେ ଝାଉଁଳି ପଡ଼ିଲା।

ଏବେ ସେ ଖୁବ୍‌ ଦୁର୍ବଳ ଆଉ ଅସହାୟ।

ଥିଲା ଥିଲା ଦଲକାଏ ପବନ ଛୁଟି ଆସିଲା, ଫୁଲଟି ସାମ୍ନା କରିପାରିଲା ନାହିଁ ପବନକୁ।

ଧୀରେ ଲୋଟିପଡ଼ିଲା ଭୂମି ଉପରେ। ।

ନୂଆ ଦିନ ବିଦାୟ ନେଇ ସାରିଥାଏ।

ଚାରିଆଡେ ଅନ୍ଧାର ଘୋଟି ଆସିଲା।

ଆକାଶରେ ଜହ୍ନ, ତାରାଙ୍କ ଶୁଭ୍ର ଆଲୋକ ବିଛୁରି ପଡ଼ିଲା।

କାମିନୀ ଫୁଲର ମହକ ଏବେ ପର୍ଯ୍ୟନ୍ତ ମହକୁଥାଏ।ମଙ୍ଗଳାବାଗ, କଟକ-୧"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)