Yogi Adityanath: ‘ମନୁସ୍ମୃତି’ ଉପରେ ରାହୁଲଙ୍କ ମନ୍ତବ୍ୟକୁ ‌ଯୋଗୀ ଆଦିତ୍ୟନାଥଙ୍କ କଟାକ୍ଷ

Aug 24, 2026 - 22:05
Yogi Adityanath: ‘ମନୁସ୍ମୃତି’ ଉପରେ ରାହୁଲଙ୍କ ମନ୍ତବ୍ୟକୁ ‌ଯୋଗୀ ଆଦିତ୍ୟନାଥଙ୍କ କଟାକ୍ଷ

"ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ତାଙ୍କ "ମନୁସ୍ମୃତି" ମନ୍ତବ୍ୟକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି।

ଭାରତର ପରମ୍ପରା ଓ ଐତିହ୍ୟକୁ ନିନ୍ଦା କରିବା ରାହୁଲ ତାଙ୍କ "ଜନ୍ମଗତ ଅଧିକାର" ଭାବରେ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି।

ଆଦିତ୍ୟନାଥ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ପଚାରିଥିଲେ ଯେ ସେ "ସହରୀ ନକ୍ସଲ"ଙ୍କ ପ୍ରଭାବରେ ଆସି ଦେଶର ଯୁବପିଢ଼ିଙ୍କ ଭବିଷ୍ୟତକୁ କାହିଁକି ନଷ୍ଟ କରିବାକୁ ଚାହୁଁଛନ୍ତି?

୧୮୫୭ ବିଦ୍ରୋହର ନେତା ରାଣା ବେଣୀମାଧବ ବକ୍ସ ସିଂହଙ୍କ ୨୨୨ତମ ଜନ୍ମବାର୍ଷିକୀ ପାଳନ ପାଇଁ ରାୟବରେଲିଠାରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଆଦିତ୍ୟନାଥ କହିଛନ୍ତି ଯେ, ସଂସଦରେ ବିରୋଧୀ ଦଳ ନେତା ଭାବରେ ରାହୁଲ ଗାନ୍ଧୀଙ୍କର ଦେଶର ଗଣତନ୍ତ୍ର ପ୍ରତି ଏକ ଦାୟିତ୍ୱ ରହିଛି।Advertisment ଆହୁରି ପଢନ୍ତୁ: Puri Shock: ମା"କୁ ମାରି ରନ୍ଧାଘରେ ପୋତି ପୁଅ ଫେରାର୍‌!

ରାହୁଲ ଏହି ଦେଶର ସମ୍ବିଧାନ ଅନୁଯାୟୀ ଶପଥ ନେଇଛନ୍ତି, କିନ୍ତୁ ଏହାର ପରମ୍ପରା ଓ ଐତିହ୍ୟ ମାନିବାକୁ ଚାହୁ ନାହାନ୍ତି।

ରାହୁଲ ଉତ୍ତର ପ୍ରଦେଶର ରାୟବରେଲିରୁ ସାଂସଦ ଅଛନ୍ତି।

ଯୋଗୀ ଆଦିତ୍ୟନାଥ କହିଛନ୍ତି, ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶ ବାହାରକୁ ଗଲେ ରାଜ୍ୟକୁ ଅପମାନ କରନ୍ତି। ‌ସେ ବିଦେଶ ଗଲେ ଭାରତକୁ ଅପମାନିତ କରନ୍ତି।

ଯେତେବେଳେ ଭାରତୀୟ ସେନା ସୀମାରେ ଶତ୍ରୁ ସହିତ ଲଢ଼ନ୍ତି, ରାହୁଲ ଗାନ୍ଧୀ ଏହାର ପ୍ରମାଣ ମାଗନ୍ତି। ‌ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ ବିରୋଧୀ ଉପାଦାନଙ୍କୁ ପ୍ରୋତ୍ସାହିତ କରନ୍ତି।

ଆହୁରି ପଢନ୍ତୁ: canada: କାନାଡ଼ାରେ ନିଜାର ହତ୍ୟା ପାଇଁ ନିଜକୁ ଦାୟୀ କଲା ଗୋଲ୍ଡି ବ୍ରାର୍‌ ରାହୁଲ ଗାନ୍ଧୀ ଅଯୋଧ୍ୟାରେ ରାମଙ୍କ ଅସ୍ତିତ୍ବ ଉପରେ ପ୍ରଶ୍ନବାଚୀ ସୃ‌ଷ୍ଟି କରନ୍ତି ବୋଲିି ଯୋଗୀ କହିଛନ୍ତି।

ମହାରାଷ୍ଟ୍ରର ପୁଣେରେ "ଛାତ୍ରୋଁ କି ଗୁଞ୍ଜ" କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆଦିତ୍ୟନାଥ କହିଛନ୍ତି, ତୁମେ ମନୁ, ରାମ ଓ ଭାରତର ଐତିହ୍ୟ ଉପରେ ପ୍ରଶ୍ନ ଉଠାଉଛ।

ଯଦି ତୁମେ ମନୁଙ୍କ ବିଷୟରେ ଜାଣିବାକୁ ଚାହୁଛ, ତେବେ ଅଥର୍ବବେଦ, ଶତପଥ ବ୍ରାହ୍ମଣ ଓ ମତ୍ସ୍ୟ ପୁରାଣ (ଧାର୍ମିକ ଗ୍ରନ୍ଥ) ପଢ଼।

ତୁମେ ସମସ୍ତ ସୂଚନା ପାଇବ ବୋଲି ରାହୁଲଙ୍କୁ ପରାମର୍ଶ ଦେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)