Yavana temple: ଯବନଙ୍କ ଶ୍ରୀମନ୍ଦିର ଲୁଣ୍ଠନ ଭଣ୍ଡୁର କରିଥିଲେ ଜିଜାବାଈ
"ପୁରୀ: ଯବନ ଶାସକମାନେ ଓଡ଼ିଶା ଆକ୍ରମଣ କଲେ, ନିଶାଣରେ ରହୁଥିଲା ଶ୍ରୀମନ୍ଦିର।
ମନ୍ଦିରରୁ ଲୁଣ୍ଠନ କରି ଶ୍ରୀବିଗ୍ରହଙ୍କୁ କ୍ଷତି ପହଞ୍ଚାଉଥିଲେ।
ପ୍ରଚଣ୍ଡ ଆକ୍ରମଣ ଭୟରେ ଲୋକେ ଅସହାୟ ପାଲଟି ଯାଉଥିଲେ।
ଚାରିଆଡ଼େ କୋକୁଆ ଭୟ ଖେଳି ଯାଉଥିଲା।
ମହାପ୍ରଭୁଙ୍କ ରତ୍ନଭଣ୍ଡାର ଲୁଟ୍ ହେବା ଆଶଙ୍କା ଥିବା ଜାଣି ମଧ୍ୟ ପ୍ରତିରୋଧ କରିବାକୁ ସାହସ ଜୁଟାଇ ପାରୁନଥିଲେ।
ଏହି ସମୟରେ ମରହଟ୍ଟା ତୀର୍ଥଯାତ୍ରୀ ଦଳ ସହ ଆସିଥିବା ସମ୍ରାଟ ଶିବାଜୀଙ୍କ ମା" ଜିଜାବାଈ ଓ ଗୁରୁ ସମର୍ଥ ରାମଦାସ ଲୋକଙ୍କ ନିଃସହାୟ ବୋଧ ଦେଖି ଅଣ୍ଟା ଭିଡ଼ିଥିଲେ।Advertisment Women Opposed Wine: ଦିନରେ ଧାନରୁଆ, ସଂଧ୍ୟାରେ ମଦୁଆ ଧରା ଅଭିଯାନ ୨୦୦୩ରେ ଶ୍ରୀମନ୍ଦିର ପତ୍ରିକାରେ ଡ.
ଚିତ୍ରସେନ ପଶାୟତଙ୍କ ଆଲେଖ୍ୟ ଅନୁଯାୟୀ, ସେତେବେଳେ ରାଜା ମୁକୁନ୍ଦ ଦେବ ଦେବାନମାନଙ୍କୁ ରାଜ୍ୟ ଦାୟିତ୍ବ ଅର୍ପଣ କରି ପ୍ରାଣତ୍ୟାଗ କରିଥିବା ଶୁଣାଯାଏ।
ତେଣୁ ବଙ୍ଗ ପ୍ରଦେଶ ପଟୁ ଅବଦୁଲ ସେର ଖାଁ ଶ୍ରୀମନ୍ଦିର ଲୁଣ୍ଠନ ପାଇଁ ଆକ୍ରମଣ କଲା।
ଯବନ ସେନାଙ୍କୁ ପ୍ରତିରୋଧ କରି ଅନେକ ଓଡ଼ିଆ ବୀର ପ୍ରାଣବଳି ଦେବା ପରେ ସ୍ଥିତି ବିଗିଡ଼ି ଯାଇଥିଲା।
ଏହି ସମୟରେ ଜିଜାବାଈ ଓ ଗୁରୁ ରାମଦାସ ଭୟଭୀତ ଲୋକଙ୍କୁ ଜାଗୃତ କରିବା ପାଇଁ ପ୍ରେରଣାଦାୟୀ କଥା କହିଲେ।
ବଜ୍ରଗମ୍ଭୀର ସ୍ବରରେ ଶ୍ରୀବିଗ୍ରହଙ୍କ ରକ୍ଷା ପାଇଁ ଉତ୍ସାହ ଭରିଲେ।
ଗୁରୁ ସମର୍ଥ ରାମଦାସଙ୍କ ନେତୃତ୍ବରେ ରାଜା ଓ ଶ୍ରୀବିଗ୍ରହଙ୍କୁ ସ୍ଥାନାନ୍ତର କରାଗଲା।
ଶ୍ରୀମନ୍ଦିରକୁ ରକ୍ଷା କରିବା ପାଇଁ ବଦ୍ଧ ପରିକର ହୋଇ ଜିଜାବାଈ ବଡ଼ଦାଣ୍ଡରେ ବସି ରହିଲେ।
ମହମ୍ମଦ କାଦର ଓ ମକ୍ରମ ଖାଁ ରତ୍ନଭଣ୍ଡାର ଲୁଟିବା ଉଦ୍ଦେଶ୍ୟରେ ଶଙ୍ଖକ୍ଷେତ୍ରକୁ ଆସିବା ବେଳକୁ ସହର ଜନଶୂନ୍ୟ।
ଏକମାତ୍ର ବୃଦ୍ଧା ଜିଜାବାଈ ବଡ଼ଦାଣ୍ଡରେ ବସିଥାନ୍ତି।
ତାଙ୍କୁ ପଚାରିଲେ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର କେଉଁଠି ଅଛି?
ତୁମ ଧର୍ମର ରାଣ ନେଇ ସତ୍ୟ କୁହ।
ଜିଜାବାଈ ଚାଲାକି କରି ଉତ୍ତର ଦେଲେ ୧,୨ ଓ ୩ ନମ୍ବର ଘରେ ଭଣ୍ଡାର ଅଛି।
ଯବନମାନେ ଶ୍ରୀମନ୍ଦିରକୁ ପ୍ରବେଶ କଲେ, କିନ୍ତୁ ସିଂହଦ୍ବାର, ଘୋଡ଼ାଦ୍ବାର, ଭୋଗ ମଣ୍ଡପକୁ ୧-୨-୩ ବୋଲି ଯଥାକ୍ରମେ ବିଚାର କରି ଖୋଜାଖୋଜି କରିଲେ, କିନ୍ତୁ ରତ୍ନ ପାଇଲେ ନାହିଁ।
ହତାଶ ହୋଇ ଫେରିଲେ।
ଏଣେ ଶ୍ରୀବିଗ୍ରହଙ୍କୁ ନେଇ ପଳାୟନ କରୁଥିବା ସୂଚନା ପାଇ ଯବନମାନେ ପଛରେ ପଡ଼ିଗଲେ।
ଏହା ଜାଣିପାରି ଗୁରୁ ରାମଦାସଙ୍କ ନେତୃତ୍ବରେ ଭକ୍ତଗଣ ଶ୍ରୀବିଗ୍ରହଙ୍କୁ ଗଜପଦା ନାମକ କିଲ୍ଲାରେ ଲୁଚାଇ ରଖିଲେ।
ସେତେବେଳେ ଗୁରୁ ରାମଦାସଙ୍କ ସହିତ ମାଣିତ୍ରୀଗଡ଼ ଦଳବେହେରା, କୁଅଁର ସିଂହ, ଚନ୍ଦନ ସିଂହଙ୍କ ଭଳି କିଛି ବୀର ଥିଲେ।
ମହାପ୍ରଭୁଙ୍କୁ ରକ୍ଷା କରିବା ପାଇଁ ପଣ କରି ବାହାରି ଆସିଥିଲେ।
ତେବେ ଯବନମାନଙ୍କ ଶକ୍ତି ଦେଖି ଗୁରୁ ରାମ ଦାସ ବିକଳ ହୋଇ ମହାପ୍ରଭୁଙ୍କୁ ସ୍ମରଣ କରି ତୁମେ ନିଜେ ନିଜକୁ ରକ୍ଷା କର ବୋଲି ଶରଣ ପଶିଲେ।
ଏଣେ ଆଶ୍ଚର୍ଯ୍ୟଜନକ ଭାବେ ଦୁଇଜଣ ବୀର ଆସି ରାମଦାସଙ୍କ ସହିତ ଯୁଦ୍ଧରେ ସାମିଲ ହେଲେ।
ଯବନ ସେନା ପରାସ୍ତ ହୋଇ ମୃତ୍ୟୁବରଣ କଲେ।
ଉକ୍ତ ସ୍ଥାନ ହନ୍ତୁଆଡ଼ ନାମରେ ପରିଚିତ ହେଲା।
Indigo: ଲେହ ବିମାନବନ୍ଦରରେ ହେରୋଇନ ସହ ଗିରଫ ହେଲେ ଇଣ୍ଡିଗୋ ବିମାନ ଯନ୍ତ୍ରୀ ଗଜପଦାରେ ଶ୍ରୀବିଗ୍ରହମାନଙ୍କୁ ସାମନ୍ତମାନେ ପୂଜାର୍ଚ୍ଚନା କରୁଥିଲେ।
ପରେ ନରସିଂହ ଦେବ ଶ୍ରୀବିଗ୍ରହଙ୍କୁ ଫେରାଇ ଆଣି ଭଗ୍ନ ଦେଉଳରେ ଚୂନ ଲଗାଇବା କାର୍ଯ୍ୟ ଆରମ୍ଭ କଲେ।
ତେଣୁ ଗୁରୁ ସମର୍ଥ ରାମଦାସଙ୍କୁ ବଡ଼ଦାଣ୍ଡ ମରିଚାଇ ପାଟଣାରେ ରାଜା ମଠ ପ୍ରଦାନ କରିଥିଲେ।
ଗୁରୁ ରାମଦାସ ମଠରେ କର୍ଣ୍ଣାମେଶ୍ବର ମହାଦେବଙ୍କୁ ସ୍ଥାପନ କରାଇଲେ।
ଉକ୍ତ ମଠ କର୍ଣ୍ଣାମଗିରି ମଠ ନାମରେ ପରିଚିତ ହେଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।