Banjara gang: ପୁଲିସ ପଞ୍ଝାରେ ବନ୍ଜାରା ଗ୍ୟାଙ୍ଗ୍: ୩ ମହିଳାଙ୍କ ସମେତ ୭ଗିରଫ, ୫୦ ମୋବାଇଲ୍ ଜବତ
"ଭୁବନେଶ୍ବର: ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ର ୩ଜଣ ମହିଳାଙ୍କ ସମେତ ୭ଜଣ ଲୁଟିଆଙ୍କୁ ଗିରଫ କରିଛି ନୂଆପଲ୍ଲୀ ଥାନା ପୁଲିସ।
ପଶ୍ଚିମବଙ୍ଗର ଚାନ୍ଦ ସିଂ, ସୋନି ସିଂ, ସରସ୍ବତୀ ସିଂ, ସରସ୍ବତୀ ସିଂ, କାର୍ତ୍ତିକ ସିଂ, ରାଜେଶ ସିଂ, ଶକ୍ତି ସିଂ ଓ ବ୍ୟାସ ସିଂ।
ପୁଲିସ ସେମାନଙ୍କ ପାଖରୁ ୫୦ଟି ମୋବାଇଲ୍ ଓ ନଗଦ ଟଙ୍କା ଜବତ କରିଛି।
ଏହି ଗ୍ୟାଙ୍ଗ୍ର ଅନ୍ୟ ଜଣେ ସଦସ୍ୟ ଗୌରବ ନୋନିଆକୁ ଗତକାଲି ପୁଲିସ ଗିରଫ କରିଥିଲା।
ତାକୁ ଜେରାରୁ ମିଳିଥିବା ସୂଚନା ଆଧାରରେ ଆଜି ଏହି ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।Advertisment Women Opposed Wine: ଦିନରେ ଧାନରୁଆ, ସଂଧ୍ୟାରେ ମଦୁଆ ଧରା ଅଭିଯାନ ଖବର ଅନୁସାରେ, ଆଜି ସକାଳେ ନୂଆପଲ୍ଲୀ ଥାନା ପୁଲିସକୁ ସୂଚନା ମିଳିଲା, କିଛି ହିନ୍ଦୀ ଭାଷାଭାଷୀ ଲୋକ ୩ଟି ବ୍ୟାଗ୍ରେ ମୋବାଇଲ୍ ସାଙ୍ଗରେ ଧରି କେଉଁଆଡ଼େ ଯିବାକୁ ଯୋଜନା କରୁଛନ୍ତି।
ସୂଚନା ଆଧାରରେ ପୁଲିସ ଚଢ଼ଉ କରି ୨ ଯୁବକ ଓ ଜଣେ ମହିଳାଙ୍କୁ ଉଠାଇ ଆଣିଥିଲା।
ମହିଳାଙ୍କ ଭ୍ୟାନିଟି ବ୍ୟାଗ୍ ଯାଞ୍ଚ୍ କରିବାରୁ ସେଥିରୁ ୨୦ଟି ମୋବାଇଲ୍ ବାହାରିଥିଲା।
ଏହା ପରେ ପୁଲିସ ଅଧିକ ପଚରାଉଚରା କରିବାରୁ ଜଣାପଡ଼ିଥିଲା, ଏକ ୧୨ଜଣିଆ ଗ୍ୟାଙ୍ଗ୍ ଏକତ୍ରିତ ହୋଇ ପଶ୍ଚିମବଙ୍ଗରୁ ଆସିଛନ୍ତି।
ସେମାନେ କଟକ ଜଗତପୁର ଓଭରବ୍ରିଜ୍ ତଳେ ରହୁଛନ୍ତି।
ତେଣୁ କାଳବିଳମ୍ବ ନ କରି ଘଟଣାସ୍ଥଳରେ ପହଞ୍ଚି ପୁଲିସ ଚଢ଼ଉ କରିଥିଲା।
ଜଗତପୁର ଓଭରବ୍ରିଜ ତଳୁ ପୁଲିସ ୨ଜଣ ମହିଳା ଓ ୨ଜଣ ପୁରୁଷଙ୍କୁ କାବୁ କରି ସେମାନଙ୍କ ନିକଟରୁ ୩୦ଟି ମୋବାଇଲ୍ ଜବତ କରିଥିଲା।
ଅପରପଟେ ରଥଯାତ୍ରା ଭିଡ଼ରେ ଲୋକଙ୍କ ଠାରୁ ମୋବାଇଲ୍ ଓ ସୁନାଗହଣା ଲୁଟ୍ପାଟ୍ କରିବାକୁ ଏହି ଗ୍ୟାଙ୍ଗ୍ ଯୋଜନା କରିଥିବା ପୁଲିସ ଜାଣିବାକୁ ପାଇଛି।
ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ପ୍ରମୁଖ ରାଜ୍ୟରୁ ମୋବାଇଲ୍ ଲୁଟ୍ ପରେ ବାଂଲାଦେଶକୁ ଚାଲାଣ କରୁଥିବା ନେଇ ପୁଲିସ ସୂଚନା ଦେଇଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଗ୍ୟାଙ୍ଗ୍ କମିସନି ବଦଳରେ ଚୋରି କରୁଥିଲା।
ଗ୍ୟାଙ୍ଗ୍ର ମୁଖିଆ ପଶ୍ଚିମବଙ୍ଗରୁ ରହି ସେମାନଙ୍କୁ ନିୟନ୍ତ୍ରଣ କରୁଥିଲା।
ତେଣୁ ଗ୍ୟାଙ୍ଗ୍ ମୁଖିଆଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି।
Indigo: ଲେହ ବିମାନବନ୍ଦରରେ ହେରୋଇନ ସହ ଗିରଫ ହେଲେ ଇଣ୍ଡିଗୋ ବିମାନ ଯନ୍ତ୍ରୀ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।