wrongful arrest allegation ତେଲେଙ୍ଗାନା ପୁଲିସର ଦାଦାଗିରି ଓ ମିଥ୍ୟା ମାମଲା ବିରୋଧରେ ଦାବିପତ୍ର

Jul 23, 2026 - 18:59
wrongful arrest allegation ତେଲେଙ୍ଗାନା ପୁଲିସର ଦାଦାଗିରି ଓ ମିଥ୍ୟା ମାମଲା ବିରୋଧରେ ଦାବିପତ୍ର

"ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଓଡ଼ିଶାରେ ତେଲେଙ୍ଗାନା ପୁଲିସର ଦାଦାଗିରି।

ପ୍ରମାଣ ନ ଦେଖାଇ କୋରକୋଣ୍ଡା ଥାନା ଅନ୍ତର୍ଗତ କାମୱେଡା ପଞ୍ଚାୟତର ଏମଭି-୨୯ ଗାଁରେ ପଶି ଯୁବକଙ୍କୁ ଗିରଫ କରିନେବା ପ୍ରତିବାଦରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏନେଇ ଆଜି ଗିରଫ ଯୁବକଙ୍କ ପରିବାର ଓ ସ୍ଥାନୀୟ ବାସିନ୍ଦା ଜିଲ୍ଲା ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।Advertisment Malkangiri: ମାଲକାନଗିରିକୁ ଉଡ଼ିବ ବିମାନ: ଜୁଲାଇ ୨୨ରେ ଟ୍ରାଏଲ ରନ୍‌ ସୂଚନା ମୁତାବକ, ଜୁଲାଇ ୧୮ ରାତି ପ୍ରାୟ ୧୨ଟା ସମୟରେ ତେଲେଙ୍ଗାନା ରାଜ୍ୟର ସୁଞ୍ଚୂପାଲି ପୁଲିସ ଷ୍ଟେସନରୁ ଏସ୍‌ଆଇ ଏମ୍‌ ରବି କୁମାର ଓ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଥାନାର କିଛି ପୁଲିସ ଆସି କାମୱାଡା ପଞ୍ଚାୟତର ସୁମନ୍ ସରକାରଙ୍କୁ ଘରୁ ଗିରଫ କରିନେଇଥିଲେ।

ସୁମନଙ୍କ ବାପା ସଂଜୟ ସରକାର ଅଭିଯୋଗ କରିଛନ୍ତି, କାଲିମେଳା ଥାନା ଅଞ୍ଚଳରେ ମଧ୍ୟ ଏମଭି-୨୯ ଗାଁ ରହିଥିବା ବେଳେ ସେଠାରେ ଏହି ନାମରେ ଜଣେ ବ୍ୟକ୍ତି ରହିଛନ୍ତି।

ସୁମନକୁ ସାଧନ ବୋଲି ଅନୁମାନ କରି ଗିରଫକରିଛନ୍ତି ।

Malkangiri Court: ମାଲକାନଗିରି କୋର୍ଟ ପରିସରରେ ବୋମା ଆତଙ୍କ: ଖାଲି ହେଲା କୋର୍ଟ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସଞ୍ଜୟଙ୍କ କହିବାନୁସାରେ, ପୁଲିସ କର୍ମଚାରୀମାନେ ପ୍ରଥମେ ସୁମନଙ୍କୁ ପଚରାଉଚରା କରିବାକୁ କହିଥିଲେ।

ତେଲେଙ୍ଗାନା ପୁଲିସ  ଆଣିଥିବା ୧୫ ଜଣ  ଲିଷ୍ଟ ମଧ୍ୟ ଦେଖାଇଥିଲେ।

କିନ୍ତୁ ଏହି ଲିଷ୍ଟରେ ସୁମନର ନାମ କିମ୍ବା ଗାଁର ନାମ କିଛି ବି ନଥିଲା।

ଏହାପରେ ପୁଲିସ ଡିଜିଟାଲ ପ୍ରମାଣ ଅଛି ବୋଲି କହିଥିଲେ।

କିନ୍ତୁ ତାହାବି ପୁଲିସ ଅଧିକାରୀମାନେ ଦେଖାଇ ପାରିନଥିଲେ।

ତଥାପି ପୁଲିସ ସୁମନଙ୍କୁ କାମୱାଡା ଗାଁରୁ କୋରୁକୋଣ୍ଡା ଥାନାରେ ଆଣି ଅଟକ ରଖିବା ପରେ ତେଲେଙ୍ଗାନାକୁ ନେଇଯାଇଛନ୍ତି।ତେବେ ଏହି ସମସ୍ୟାର ସମାଧାନ ପାଇଁ ଆଜି ଏସ୍‌ ପି ଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୁମନଙ୍କ ପରିବାର ଲୋକ।

ତେଲେଙ୍ଗାନା ପୁଲିସର ଏଭଳି ମିଥ୍ୟା କେଶକୁ ବିରୋଧ କରିବା ସହ ତୁରନ୍ତ ସୁମନକୁ ମୁକ୍ତି କରାଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।