World Social Media Day: ବିଶ୍ବ ସାମାଜିକ ଗଣମାଧ୍ୟମ ଦିବସ
"୨୦୧୦ ମସିହାରେ "ମାସେବଲ୍" େଵବ୍ସାଇଟ୍ ଜୁନ୍ ୩୦ ତାରିଖକୁ ବିଶ୍ବ ସାମାଜିକ ଗଣମାଧ୍ୟମ ଦିବସ ରୂପେ ପାଳନ ଆରମ୍ଭ ହୋଇଥିଲା।
ସାମାଜିକ ଗଣମାଧ୍ୟମ କିଭଳି ବିଶ୍ବ ସ୍ତରରେ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ତା" ଉପରେ ଆଲୋକପାତ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ।
ଆଜି ସାମାଜିକ ଗଣମାଧ୍ୟମ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇଛି।
ପୃଥିବୀର ଯେକୌଣସି ସ୍ଥାନରେ ଥିବା ଲୋକଙ୍କୁ ଯୋଗାଯୋଗର ସୁବିଧା ପ୍ରଦାନ କରିବା, ବିଭିନ୍ନ ବ୍ରାଣ୍ଡ୍ଙ୍କୁ ନିଜ ଗ୍ରାହକଙ୍କ ସହ ଯୋଡ଼ିବା, ସଚେତନତା ସୃଷ୍ଟି କରିବା ଦିଗରେ ଏହାର ଭୂମିକା ଉଲ୍ଲେଖନୀୟ।
କୋଭିଡ୍-୧୯ ଭଳି ମହାମାରୀ କାଳରେ ଜରୁରୀ ସୁବିଧା ହାସଲ ପାଇଁ ଏହା ଏକ ବରଦାନ ସାବ୍ୟସ୍ତ ହୋଇଥିଲା।Advertisment Lord Jagannath: ଶିଳାବ୍ରହ୍ମ ଅଲାରନାଥଙ୍କୁ ଆଜିଠାରୁ ଲକ୍ଷାଧିକ ଭକ୍ତ କରିବେ ଦର୍ଶନ ସବୁପ୍ରକାର ସକାରାତ୍ମକ ଦିଗ ସତ୍ତ୍ବେ ସାମାଜିକ ଗଣମାଧ୍ୟମକୁ ଭ୍ରାନ୍ତି ଓ ମିଛ ଖବର ପ୍ରସାରଣ ସହିତ ବିଭିନ୍ନ ଆପରାଧିକ କାର୍ଯ୍ୟକଳାପ ପାଇଁ ମଧ୍ୟ ବ୍ୟବହାର କରାଯାଉଛି।
ତେଣୁ ବ୍ୟବହାର ବେଳେ ସତର୍କତା ଜରୁରି।
ଆଜି ବିଶ୍ବରେ ପ୍ରାୟ ୬୦୦ କୋଟି ଲୋକ ଇଣ୍ଟର୍ନେଟ୍ ସହ ଯୋଡ଼ି ହୋଇସାରିଛନ୍ତି।
ସେ ମଧ୍ୟରୁ ୫୬୬ କୋଟି ଲୋକ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିଛନ୍ତି।
ଭାରତରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ସଂଖ୍ୟା ୫୦ କୋଟି ଟପିସାରିଛି।
ପ୍ରତ୍ୟେକ ବ୍ୟବହାରକାରୀଙ୍କ ହାରାହାରି ଛଅଟି ପ୍ଲାଟ୍ଫର୍ମରେ ଆକାଉଣ୍ଟ ଅଛି।
ୟୁଟ୍ୟୁବ୍, ଫେସ୍ବୁକ୍, ହ୍ବାଟ୍ସଆପ୍ ଓ ଇନ୍ଷ୍ଟାଗ୍ରାମ୍ ହେଉଛି ସର୍ବାଧିକ ବ୍ୟବହୃତ ସାମାଜିକ ଗଣମାଧ୍ୟମ।
Pond Restoration: ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବଜାର ବନ୍ଧହୁଡ଼ାରେ ଉଚ୍ଛେଦ"