World Cup celebrations Spain: ସ୍ପେନ୍‌ରେ ବିଜୟୋତ୍ସବ ବେଳେ ଦୁର୍ଘଟଣା, ୧ ମୃତ

Jul 20, 2026 - 16:40
World Cup celebrations Spain: ସ୍ପେନ୍‌ରେ ବିଜୟୋତ୍ସବ ବେଳେ ଦୁର୍ଘଟଣା, ୧ ମୃତ

"ସିଉଡାଡ୍ ରୋଡ୍ରିଗୋ: ବିଶ୍ବକପ୍‌ ବିଜୟ ପରେ ସମଗ୍ର ସ୍ପେନ୍‌ରେ ବିଜୟୋତ୍ସବ ପାଳନ କରାଯାଉଛି।

ତେବେ ପଶ୍ଚିମ ସ୍ପେନ୍‌ରେ ଥିବା ସାଲାମାଙ୍କା ରାଜ୍ୟର ଐତିହାସିକ ସହର ସିଉଡାଡ୍ ରୋଡ୍ରିଗୋରେ ଚାଲିଥିବା ଏକ ବିଜୟ ଉତ୍ସବ ଦୁଃଖଦ ମୋଡ଼ ନେଇଛି।

କେତେକ ଯୁବକ ଏକ ସ୍ମାରକୀ ଉପରେ ଚଢି ଉତ୍ସବ ପାଳନ କରୁଥିବାବେଳେ ତାହା ଭାଙ୍ଗିପଡ଼ିଥିଲା।

ଏଥିରେ ଜଣେ ୧୩ ବର୍ଷୀୟ ବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି।

ସ୍ପେନର ଆଞ୍ଚଳିକ ଜରୁରୀକାଳୀନ ସେବା ସଂସ୍ଥାର ସୂଚନା ଅନୁଯାୟୀ, ସେହି ସ୍ମାରକୀର ଉପର ଭାଗଟି ଭାଙ୍ଗିଯାଇ ଭିଡ଼ ଉପରେ ପଡ଼ିଥିଲା, ଯାହା ଫଳରେ ଏହା ତଳେ କିଛି ଲୋକ ଚାପି ହୋଇଯାଇଥିଲେ।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।