Workshop: ଖଣିଅଞ୍ଚଳରେ ରାଜ୍ୟସ୍ତରୀୟ କର୍ମଶାଳା; ପ୍ରଶିକ୍ଷଣ ଦେଲେ ଖଣି ସୁରକ୍ଷା ନିର୍ଦ୍ଦେଶକ

Jul 14, 2026 - 22:56
Workshop: ଖଣିଅଞ୍ଚଳରେ ରାଜ୍ୟସ୍ତରୀୟ କର୍ମଶାଳା; ପ୍ରଶିକ୍ଷଣ ଦେଲେ ଖଣି ସୁରକ୍ଷା ନିର୍ଦ୍ଦେଶକ

"କାଳିଆପାଣି (ରବି ନାରାୟଣ କର): କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଧାନବାଦ ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ ଭୁବନେଶ୍ବର ଜୋନ ଆନୁକୂଲ୍ୟରେ ଇମ୍ଫା ସହଭାଗିତାରେ କାଳିଆପାଣି ମହାଗିରି ଏନକ୍ଲେଭ୍ ପ୍ରେକ୍ଷାଳୟରେ ୨ ଦିନିଆ ରାଜ୍ୟସ୍ତରୀୟ ଖଣି ସୁରକ୍ଷା କର୍ମଶାଳା ଆଜି ଉଦ୍‌ଯାପିତ ହୋଇଯାଇଛି।

କାଳିଆପାଣି ଖଣିଅଞ୍ଚଳରେ ପ୍ରଥମେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ କର୍ମଶାଳକୁ ଖଣି ସୁରକ୍ଷା ନିର୍ଦ୍ଦେଶକ(ଡିଏମ୍‌ଏସ୍‌) ଅବନୀଶ କୁମାର ମିଶ୍ର ଉଦ୍‌ଘାଟନ କରି ଏହାର ଲକ୍ଷ୍ୟ ଓ ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ।Advertisment ଖଣି ସୁରକ୍ଷା ଉପନିର୍ଦ୍ଦେଶକ ନିଲ୍ଲୀପ ମଲ୍ଲିକ, ସତ୍‌ନା ଏକେଏସ୍‌ ବିଶ୍ବବିଦ୍ୟାଳୟର ଯାନ୍ତ୍ରିକ ଓ ବୈଷୟିକ ବିଭାଗ ମୁଖ୍ୟ(ଡିନ) ଡ.

ଜ୍ଞାନୀନ୍ଦ୍ର କୁମାର ପ୍ରଧାନ ଓ ଭୁବନେଶ୍ବର ସିଏମ୍‌ପିଡିଆଇର ଖଣି ପ୍ରବନ୍ଧକ ପ୍ରୀତରଞ୍ଜନ ସିଂହ ପ୍ରଶିକ୍ଷକ ଭାବେ ଖଣି ସୁରକ୍ଷାର ବିଭିନ୍ନ ଦିଗ‌କୁ ନେଇ ବିସ୍ତୃତ ଆଲୋଚନା କରିଥିଲେ।

ପ୍ରଥମ ଦିନରେ ଶିଳ୍ପ ସଂପର୍କ ସଂହିତା-୨୦୨୦, ସାମାଜିକ ନିରାପତ୍ତା ସଂହିତା-୨୦୨୦ ଏବଂ ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ଯ୍ୟ ସ୍ଥିତି ସଂହିତା-୨୦୨୦ ବ୍ୟାଖ୍ୟା କରାଯାଇଥିଲା।

୧୯୫୨ ମସିହାର ଶିଳ୍ପ ସଂହିତା ଆଧାରରେ ତୁଳନାତ୍ମକ ଚିତ୍ର ଅବତାରଣା କରାଯାଇ ସବୁ ଖଣିରେ ବିଧିବଦ୍ଧ ଭାବେ ଶ୍ରମ ସଂହିତା-୨୦୨୦ ଅନୁପାଳନ ପାଇଁ ଡିଡିଏମ୍‌ଏସ୍ ଶ୍ରୀ ମଲ୍ଲିକ ଗୁରୁତ୍ବାରୋପ କରିଥିଲେ।

ଇମ୍ଫାର ଖଣିଜ ଉତ୍ପାଦନ ପରିଚାଳନା ମୁଖ୍ୟ ବରିଷ୍ଠ ମହାପ୍ରବନ୍ଧକ ଇଂ ଲଲାଟେନ୍ଦୁ ମହାପାତ୍ର ଖଣିରେ ସୁରକ୍ଷା ସୁଦୃଢ଼ୀକରଣ ଅପରିହାର୍ଯ୍ୟ ଦର୍ଶାଇ ଏ ଦିଗରେ ଖଣି କର୍ତ୍ତୃପକ୍ଷ ଯତ୍ନବାନ ରହିବାକୁ ପରାମର୍ଶ ଦେଇଥିଲେ।

ସତ୍‌ନା ଏକେଏସ୍‌ ବିଶ୍ବବିଦ୍ୟାଳୟ ସହଭାଗିତାରେ ଅନୁଷ୍ଠିତ ଆଜିର କର୍ମଶାଳା "ଖଣିରେ ବିସ୍ଫୋରକର ନିରାପଦ ବ୍ୟବହାର" ଶୀର୍ଷକ ଉପରେ ପର୍ଯ୍ୟବେସିତ ଥିଲା।

ଏଥିରେ ବିସ୍ଫୋରଣ(ବ୍ଲାଷ୍ଟିଂ) ପ୍ରଯୁକ୍ତି ଓ ବୈଷୟିକ ଜ୍ଞାନ, ସୁରକ୍ଷା ମାନଦଣ୍ଡ, ଦୁର୍ଘଟଣା ନିବାରଣ, ଡିଜିଟାଲ୍‌ ବ୍ଲାଷ୍ଟିଂ ସିଷ୍ଟମ, ସ୍ବୟଂଚାଳନ ଓ ଶିଳ୍ପକ୍ଷେତ୍ର ଶ୍ରେଷ୍ଠ ଅଭ୍ୟାସ ଉପରେ ବିଭାଗୀୟ ମୁଖ୍ୟ(ଡିନ) ଡ.

ପ୍ରଧାନ ବିଭିନ୍ନ ଉଦାହରଣ ଓ ଘଟଣାକ୍ରମ ଉପସ୍ଥାପନ କରି କ୍ରିୟାଶୀଳ ଖଣିରେ ସର୍ବଦା ସଜାଗ ରହି ସୁରକ୍ଷା ପଦ୍ଧତିର ବିସ୍ତୃତ ଆଲୋଚନା କରିଥିଲେ।

ଇମ୍ଫା ଖଣି ଓ ବ୍ୟବସାୟୀକ ମୁଖ୍ୟ ଇଂ ସନ୍ଦୀପ ବାପୁରାଓଜୀ ନାରାଡ଼େ କାର୍ଯ୍ୟକ୍ରମରେ ପୌରହିତ୍ୟ କରି ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ।

ସହଆୟୋଜକ ଇମ୍ଫା ଅତିରିକ୍ତ ମହାନଦୀ କୋଇଲା କ୍ଷେତ୍ର(ଏମ୍‌ସିଏଲ୍‌), ଓଡ଼ିଶା ଖଣି ନିଗମ, ଟାଟାଷ୍ଟିଲ, ବେଦାନ୍ତ-ଫେକର, ଜିନ୍ଦଲ ଷ୍ଟେନଲେସ ଖଣି କର୍ତ୍ତୃପକ୍ଷ ଓ ପ୍ରାଧିକୃତ ବିସ୍ଫୋରକ ଯୋଗାଣକାରୀ ସଂସ୍ଥା ଓରିକା କମ୍ପାନି କର୍ତ୍ତୃପକ୍ଷଙ୍କ ପକ୍ଷରୁ ରାଜ୍ୟର ୧୫ରୁ ଅଧିକ ଜିଲ୍ଲାରେ ଥିବା ୨୫ ରୁ ଅଧିକ ଖଣିର ଶତାଧିକ ଖଣି ସୁରକ୍ଷା ଅଧିକାରୀ ଓ ଖଣିଯନ୍ତ୍ରୀ ଏବଂ ବିସ୍ଫୋରକ ଅଧିକାରୀ ଓ ସହକର୍ମୀ ଯୋଗଦେଇ ଉତ୍ତମ ଅଭ୍ୟାସ ସଂପର୍କିତ ଅନୁଭୂତି ବିନିମୟ କରିଥିଲେ।

ଫେକର-ବେଦାନ୍ତ ଖଣିମୁଖ୍ୟ ଇଂ ମୁଥୁମାରି ମଲାଇଚାମି ଓ ଟାଟାଷ୍ଟିଲ(ଏଫ୍‌ଏଏମ୍‌ଡି) ଖଣିମୁଖ୍ୟ ଇଂ ଶମ୍ଭୁନାଥ ଝା ଉପସ୍ଥିତ ଥିଲେ।

ଶେଷ ପର୍ଯ୍ୟାୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଇମ୍ଫା ଖଣିର ଉପମହାପ୍ରବନ୍ଧକ ଇଂ ଜଳନ୍ଧର ପାତ୍ର ଧନ୍ୟବାଦ ଦେଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।