Worker Buried Alive: ପାଇପ୍ ଲାଇନ୍ କାମ ବେଳେ ଖସିଗଲା ମାଟି, ପୋତି ହୋଇଗଲେ ଶ୍ରମିକ

Jun 12, 2026 - 11:04
Worker Buried Alive: ପାଇପ୍ ଲାଇନ୍ କାମ ବେଳେ ଖସିଗଲା ମାଟି, ପୋତି ହୋଇଗଲେ ଶ୍ରମିକ

ମାଟି ଅତଡ଼ା ଖସି ଶ୍ରମିକ ମୃତ। ପାଇପ୍ ଲାଇନ୍ କାମ କରୁଥିଲା ବେଳେ ଖସି ଗଲା ମାଟି। ପୋତି ହୋଇଗଲେ ଶ୍ରମିକ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ଭକ୍ତିପାଳ ନିକଟରେ। ମୃତକ ଜଣକ ହେଲେ ଦିଲ୍ଲୀର ଅମନ୍ କୁମାର। ଅମନ୍ ଏକ ଠିକା ସଂସ୍ଥା ମାଧ୍ୟମରେ ପାଇପ୍ ଲାଇନ୍ କାମ କରିବାକୁ ଅନୁଗୁଳ ଆସିଥିଲେ। 

ଆଇରନ ସ୍ଲାରି ଯିବା ପାଇଁ ଗତକାଲି ମାଟି ଭିତରେ ପାଇପ୍ ବିଛାଇବା କାମ ଚାଲିଥିଲା। ସେହି ସମୟରେ ତାଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତୁ ହୋଇଥିବା ଜଣା ପଡ଼ିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।