Wood trams: ଧାଡ଼ିଦର୍ଶନ ପାଇଁ ରାଜଧାନୀରେ ପଡ଼ିଛି କାଠରାମ୍ପ୍‌: ବାଧକ ସାଜିଲା କିଏ?

Jun 24, 2026 - 06:28
Wood trams: ଧାଡ଼ିଦର୍ଶନ ପାଇଁ ରାଜଧାନୀରେ ପଡ଼ିଛି କାଠରାମ୍ପ୍‌: ବାଧକ ସାଜିଲା କିଏ?

ଭୁବନେଶ୍ବର: ବିଜେଡି ସରକାର ତିନି ଦ୍ବାରରେ ଭକ୍ତଙ୍କ ପ୍ରବେଶରେ ଲଗାଇଥିବା କଟକଣା ହଟିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିଲା। ହେଲେ ଶ୍ରୀମନ୍ଦିର ଭିତର ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆସିଲାନି। ନାଟମଣ୍ଡପ ଓ ସାତପାହାଚ ସ୍ଥିତି ଆଜି ମଧ୍ୟ ଅପରିବର୍ତ୍ତିତ। ଭକ୍ତ ପୁଣି ପୂର୍ବଭଳି ଦର୍ଶନ ପାଇଁ ଯନ୍ତ୍ରଣା ଭୋଗୁଛନ୍ତି। ସବୁଠୁ ବଡ଼ କଥା ହେଲା, ଭକ୍ତଙ୍କୁ ଦର୍ଶନ ଯନ୍ତ୍ରଣାରୁ ମୁକ୍ତି ପାଇଁ ନାଟମଣ୍ଡପରେ କାଠରାମ୍ପ କରିବା ଲାଗି ସରକାର ଘୋଷଣା କରିଥିଲେ। ହେଲେ ଏ ନିଷ୍ପତ୍ତିକୁ ଦୁଇବର୍ଷ ବିତିଗଲାଣି। ନା କାଠ ରାମ୍ପ ପଡ଼ୁଛି, ନା ଭକ୍ତଙ୍କ ଯନ୍ତ୍ରଣା ଦୂର ହେଉଛି। କେତେବେଳେ କାର୍ତ୍ତିକ ମାସର ଦ୍ବାହି ଦିଆଯାଉଛି, ଆଉ କେତେବେଳେ ରଥଯାତ୍ରାର ବାହାନା କରୁଛନ୍ତି କର୍ତ୍ତୃପକ୍ଷ। ସେପଟେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଶାଗୁଆନ କାଠର ଏହି ରାମ୍ପ ନୂଆପଲ୍ଲୀର ଏକ ଅର୍ଦ୍ଧନିର୍ମିତ କୋଠାରେ ପଡ଼ି ପଡ଼ି ନଷ୍ଟ ହେଲାଣି। ବର୍ଷା ସମୟରେ ପାଣି ମାଡ଼ ଖାଉଛି।

Raja Festival: ବେଦାନ୍ତ ଆଲୁମିନିୟମର ଋତୁସ୍ରାବ ସ୍ୱାସ୍ଥ୍ୟ ସଚେତନତା ସହିତ ରଜ ପର୍ବ ପାଳନ

ମୋହର ମାରିଥିଲେ ଶ୍ରୀମନ୍ଦିର ପ୍ରଶାସନ, ଛତିଶାନିଯୋଗ
ବାଧକ ସାଜିଲା କିଏ?

ଭକ୍ତ ଅଭିଯୋଗ କଲେଣି, ଯେହେତୁ ଦର୍ଶନ ପାଇଁ ହାତଗୁଞ୍ଜା ବେପାର ଭଲ ଚାଲିଛି; ଏଣୁ ଉଦ୍ଦେଶ୍ୟମୂଳକ ଭାବେ ନାଟମଣ୍ଡପ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଇ ଦିଆଯାଉନି। ଶ୍ରୀମନ୍ଦିର ପ୍ରଶାସନ ବି ଏ ଦିଗରେ ତତ୍ପରତା ଦେଖାଉନି। ସମସ୍ତେ ଜାଣନ୍ତି ଯେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେଲେ, ଉଭୟ ଯାତ୍ରୀଙ୍କୁ ଲୁଟ୍‌ ଓ ଏହି ଗଳା ବାଟ ଦେଇ ଅର୍ଥ ଉପାର୍ଜନ ବନ୍ଦ ହୋଇଯିବ। ୨୦୨୪ ମସିହାରେ ନାଟମଣ୍ଡପ ଧାଡ଼ି ଦର୍ଶନ ନିଷ୍ପତ୍ତି ହୋଇଥିଲା। ଉଭୟ ଛତିଶାନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ଏଥିରେ ମୋହର ମାରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସେବେ କହିଥିଲେ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ 
ପାଇଁ ସେବର୍ଷ କାର୍ତ୍ତିକ ମାସ ପରେ ନାଟମଣ୍ଡପରେ ୬ଟି ଧାଡ଼ି ହେବ। ବାହାର କାଠ ପାଖରେ ଭକ୍ତଙ୍କ ପାଇଁ କାଠରାମ୍ପ ପଡ଼ିବ। ନାଟମଣ୍ଡପ ଶୀତତାପ ନିୟନ୍ତ୍ରିତ ହେବ। ପରମ୍ପରା ଓ ସେବା ପୂଜାରେ ବିଘ୍ନ ନ ଘଟାଇ ଏହି ବ୍ୟବସ୍ଥା କରାଯିବ। ଭକ୍ତମାନେ ଧାଡ଼ିରେ ସାତପାହାଚ ଦେଇ ପ୍ରବେଶ ପରେ ଦର୍ଶନ ସାରି ଘଣ୍ଟିଦ୍ବାର ଦେଇ ବାହାରିବେ। ୬ଟି ଧାଡ଼ିରୁ ପୁରୁଷଙ୍କ ପାଇଁ ୩ଟି ଏବଂ ବୟସ୍କ, ମହିଳା, ଶିଶୁ, ଦିବ୍ୟାଙ୍ଗଙ୍କ ପାଇଁ ୩ଟି ଧାଡ଼ି ହେବ। ପ୍ରଥମ ଧାଡ଼ିଠାରୁ ଦ୍ବିତୀୟ ଧାଡ଼ି ୪ ଇଞ୍ଚ ଅଧିକ ଉଚ୍ଚ ରହିବ। କାଠରାମ୍ପ ଉଚ୍ଚତା ପଛକୁ ପଛ ୪ ଇଞ୍ଚ ଲେଖାଏଁ ବଢ଼ିଚାଲିବ।

Elephant: ସାହି ଭିତରେ ଦୀର୍ଘ ସମୟ ବୁଲିଲା ଦନ୍ତା, ଲୋକ ଭୟଭୀତ ଘର ଛାତ ଉପରକୁ ଚଢ଼ିଲେ

ଓବିସିସି ‘ଅବଢ଼ା’ ଯୋଜନାରେ ନୂଆପଲ୍ଲୀର ଠିକାଦାର ଦିଲ୍ଲୀପ ଖଟେଇଙ୍କ ଜରିଆରେ ଏହି କାମ କଲା ଓ କାଠ ରାମ୍ପ ପ୍ରସ୍ତୁତ ହେଲା। ୨୦ ଫୁଟରୁ ଅଧିକ ଲମ୍ବର ଏହି କାଠ ରାମ୍ପ ଦୁଇପାର୍ଶ୍ବରେ କୁନ୍ଦ ବାଡ଼ା ଲାଗିଲା। ‌ଗୋଡ଼ ନ ଖସିବା ପାଇଁ ମଝିରେ ସିଡି ଭଳି ପରସ୍ତ ପରସ୍ତ ପଟା ଲାଗିଲା। ରାମ୍ପକୁ ମଝିରୁ ଅଲଗା କରିବା ପାଇଁ ଦୁଇପାର୍ଶ୍ବରେ ଲୁହା ଶିକୁଳି ଓ ରଶି ଲାଗିବା ବ୍ୟବସ୍ଥା ହେଲା। ଏହା ଦ୍ବାରା ପୂଜା ସମୟରେ ଦୁଇ ପାର୍ଶ୍ବରୁ ଏହି ରଶି ଭିଡ଼ି ଅଲଗା କରି ନାଟମଣ୍ଡପ ଦୁଇକଡ଼ରେ ରଖାଯାଇପାରିବ। ପୂଜାରେ ବାଧାବିଘ୍ନ ରହିବନି। ହେଲେ କିଏ କାହିଁକି ଏ ବ୍ୟବସ୍ଥାକୁ ମୋଡ଼ି ମକଚି ଦେଲେ ତାହା ବୁଝାପଡ଼ୁନି। ନା ଆଇନମନ୍ତ୍ରୀ ନା ମୁଖ୍ୟମନ୍ତ୍ରୀ କେହି ବି ଏହାର ଆଉ ତର୍ଜମା କରୁନାହାନ୍ତି। ସେହିଭଳି ଶ୍ରୀମନ୍ଦିର ପ୍ରଶାସନର ନିରବତା ପଛର କାରଣ ବି ଅନୁସନ୍ଧାନ ସାପେକ୍ଷ।