06 JULY 2026

Welcome!

Unlock your personalized experience.
Sign Up

Women's T20 World Cup 2026: ରେକର୍ଡ ସପ୍ତମ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଲା ଅଷ୍ଟ୍ରେଲିଆ, ଫାଇନାଲରେ ଆୟୋଜକ ଇଂଲଣ୍ଡକୁ ଦେଲା ମାତ୍‌

Jul 06, 2026 - 07:46
Women's T20 World Cup 2026: ରେକର୍ଡ ସପ୍ତମ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଲା ଅଷ୍ଟ୍ରେଲିଆ, ଫାଇନାଲରେ ଆୟୋଜକ ଇଂଲଣ୍ଡକୁ ଦେଲା ମାତ୍‌

ନୂଆଦିଲ୍ଲୀ,୦୬/୦୭; ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬କୁ ବିଜେତା ମିଳିଛି । ଆୟୋଜକ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ଫାଇନାଲ ଫାଇଟ୍ । ଲଣ୍ଡନର ଲର୍ଡସରେ ଅଷ୍ଟ୍ରେଲିଆ ୭ ୱିକେଟରେ ଆୟୋଜକ ଇଂଲଣ୍ଡକୁ ପରାସ୍ତ କରି ବିଶ୍ୱ ବିଜୟୀ ହୋଇଛି । ଅଷ୍ଟ୍ରେଲିଆକୁ ୧୫୧ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଇଂଲଣ୍ଡ । ୧୭. ୧ ଓଭରରେ ଟାର୍ଗେଟ୍ ହାସଲ କରି ନେଇଥିଲା କଙ୍ଗାରୁ ଦଳ । ଏହି ବଜୟ ସହ ରେକର୍ଡ ସପ୍ତମ ଥର ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଛି ଅଷ୍ଟ୍ରେଲିଆ ।

 

ଏହା ବି ପଢନ୍ତୁ....ଭାରତ- ଇଂଲଣ୍ଡର ତୃତୀୟ ଟି-୨୦ ସମୟ ବଦଳିଲା, ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍  

ଅଷ୍ଟ୍ରେଲିଆ ଦଳ ରେକର୍ଡ ସପ୍ତମ ଥର ପାଇଁ ମହିଳା ଟି-୨୦ ବିଶ୍ୱକପ୍ ଜିତିଛି । ଦଳ ୨୦୧୦, ୨୦୧୨, ୨୦୧୪, ୨୦୧୮, ୨୦୨୦, ୨୦୨୩ ଏବଂ ୨୦୨୬ ସଂସ୍କରଣରେ ବିଜୟୀ ହୋଇଛି । ଇଂଲଣ୍ଡ (୨୦୦୯), ୱେଷ୍ଟଇଣ୍ଡିଜ୍ (୨୦୧୬), ଏବଂ ନ୍ୟୁଜିଲାଣ୍ଡ (୨୦୨୪) ପ୍ରତ୍ୟେକ ଥରେ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଛନ୍ତି। ଉଲ୍ଲେଖଯୋଗ୍ୟ, ସୋଫି ମୋଲିନକ୍ସଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଦଳ ଚଳିତ ବିଶ୍ୱକପରେ ଗୋଟିଏ ବି ମ୍ୟାଚ୍ ହାରି ନାହିଁ । ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ବିଶ୍ୱ ବିଜୟୀ ହୋଇଛି ମହିଳା ଅଷ୍ଟ୍ରେଲିଆ ଦଳ ।