Women's Rights: ବାଲିପାଟଣାରେ ବିଜେଡି ନାରୀ ଅଧିକାର ଅଭିଯାନ ସମାରୋହ: ବିଧାୟକଙ୍କ ଉପରେ ବର୍ଷିଲେ ମହିଳା ନେତ୍ରୀ

Jun 24, 2026 - 14:33
Women's Rights: ବାଲିପାଟଣାରେ ବିଜେଡି ନାରୀ ଅଧିକାର ଅଭିଯାନ ସମାରୋହ: ବିଧାୟକଙ୍କ ଉପରେ ବର୍ଷିଲେ ମହିଳା ନେତ୍ରୀ

"ବାଲିପାଟଣା: ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିପାଟଣା ବ୍ଲକରେ ଆଜି ବିଜେଡି ତରଫରୁ ନାରୀ ଅଧିକାର ଅଭିଯାନ ସମାବେଶ ଅନୁଷ୍ଠିତ ହୋଇ ଯାଇଛି।

ଜୟଦେବ ବିଜେଡି ନାରୀ ନେତ୍ରୀ ଭାଗ୍ୟଲକ୍ଷ୍ମୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେଡି ନାରୀ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟ ସଭା ସାଂସଦ ସୁଲତା ଦେଓ, ଭୁବନେଶ୍ୱର ମେୟର ସୁଲୋଚନା ଦାସ , ଯୁବ ନାରୀ ସଭାପତି ଈପସିତ ସାହୁ , ବିଧାୟକ ଅନନ୍ତ ନାରାୟଣ ଜେନା, କର୍ପୋରେଟର ଭାରତି ସିଂ, ସତ୍ୟଭାମା ବେହେରା  ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।Advertisment ୭ ଜଣିଆ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବିଜେପି ଭ୍ରଷ୍ଟାଚାର ଦୁର୍ନୀତି ବଢ଼ୁଛି।

ସରକାର ଗାଦିକୁ ଆସିବା ଠାରୁ ରାଜ୍ୟରେ ନାରୀ ଅସୁରକ୍ଷିତ ହୋଇ ପଡିଛି ।

ପ୍ରତ୍ୟେକ ଦିନ ନାରୀ ସମାଜରେ ଅତ୍ୟାଚାରର ଶିକାର ହେଉଛନ୍ତି ।

ନାରୀଙ୍କ ସୁରକ୍ଷା ଚିନ୍ତା ବିଜେପି ସରକାର ଭୁଲି ଯାଇଛି ।

ମହିଳାଙ୍କୁ ୩୩ ଶତକଡା ସଂରକ୍ଷଣ ବିଫଳ, ନାରୀ ନିର୍ଯ୍ୟାତନାକୁ ନିୟନ୍ତ୍ରଣ କରିବାକୁ ଅସମର୍ଥ ବିଜେପି ସରକାର।

ଗତ ନିର୍ବାଚନରେ ବିଜେଡି ଦଳରୁ ଟିକେଟ ପାଇ ଜୟଦେବ ବିଧାୟକ ଜିତିଥିଲେ।

ହେଲେ ବିଧାୟକ ନବ କିଶୋର ମଲ୍ଲିକ ରାଜ୍ୟସଭା ନିର୍ବାଚନରେ ବିଜେପିକୁ କ୍ରସ ଭୋଟିଙ୍ଗ କରି ଦଳ ସହ ବିଶ୍ୱାସଘାତକତା କରିଛନ୍ତି ।

ଆଗାମୀ ନିର୍ବାଚନରେ ସାଧାରଣ ଜନତା କେବେ ବି ତାଙ୍କୁ କ୍ଷମା ଦେବେନି ।

ନବୀନ ପଟ୍ଟନାୟକଙ୍କ ସାଙ୍ଗରେ ଯିଏ ବେଇମାନୀ କରିଛି ସେ ତଳି ତଳନ୍ତା ହୋଇଯିବେ ବୋଲି ବକ୍ତବ୍ୟରେ କହିଥିଲେ ।ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ଏବଂ ଜୟଦେବ ନିର୍ବାଚନ ମଣ୍ଡଳୀରେ ସଂଗଠନ ସୁଦୃଢ କରିବାକୁ ଦଳୀୟ ନେତୃବୃନ୍ଦ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ ।

ଜୟଦେବ ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ୭ ଜଣିଆ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଆହୁରି ପଢନ୍ତୁ:  Chief Minister: ସାମୁଦ୍ରିକ ବାଣିଜ୍ୟ ଓ ସୁରକ୍ଷା ହେଉଛି ବ୍ୟାପକ ପ୍ରଗତିର ପ୍ରବେଶ ପଥ: ମୁଖ୍ୟମନ୍ତ୍ରୀ "