Women’s Hockey: ଭାରତୀୟ ମହିଳା ହକି ଦଳର ବିଜୟ ଅଭିଯାନ; ଉଜ୍‌ବେକିସ୍ତାନକୁ ୧୯-୦ରେ ହରାଇଲା

Sep 20, 2026 - 13:04
Women’s Hockey: ଭାରତୀୟ ମହିଳା ହକି ଦଳର ବିଜୟ ଅଭିଯାନ; ଉଜ୍‌ବେକିସ୍ତାନକୁ ୧୯-୦ରେ ହରାଇଲା

"କାକାମିଗାହାରା: ଭାରତୀୟ ମହିଳା ହକି ଦଳର ଚଳିତ ଏସୀୟ କ୍ରୀଡ଼ାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି।

ରବିବାର ପୁଲ୍‌-ବି"ର ନିଜର ପ୍ରଥମ ମ୍ୟାଚରେ ଭାରତ ୧୯-୦ ଗୋଲ୍‌ରେ ଉଜ୍‌ବେକିସ୍ତାନକୁ ପରାସ୍ତ କରିଛି।

ଦୁଇ ଦଳ ପ୍ରଥମ ଥର ମୁହାଁମୁହିଁ ହୋଇଥିଲା ବେଳେ ଏସିଆଡ୍‌ରେ ଭାରତ ସର୍ବବୃହତ୍‌ ବ୍ୟବଧାନ ବିଜୟ ରେକର୍ଡର ନିକଟତର ହୋଇଥିଲା।

ଭାରତ ପକ୍ଷରୁ ଦୀପିକା କୁମାରୀ ୮ ଗୋଲ୍‌ ଦେଇଥିଲା ବେଳେ ଈଶିକା ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ।

ନବନୀତ କୌର ଓ ଲାଲଥାନ୍ତଲୁଆଙ୍ଗି ୨ଟି ଲେଖାଏଁ ଏବଂ ଲାଲରେମସିଆମି, ବଲ୍‌ଜିତ କୌର, ନେହା ଓ ସାକ୍ଷୀ ରାଣା ଗୋଟିଏ ଲେଖାାଏଁ ‌ଗୋଲ୍‌ ଦେଇଥିଲେ।Advertisment ଭାରତ ୮ ଗୋଲ୍‌ ଲଦି ୧୬-୦ରେ ଅଗ୍ରଣୀ ଷଷ୍ଠ ମିନିଟ୍‌ରେ ଲାଲରେମସିଆମ୍‌ଙ୍କ ଫିଲ୍ଡ ଗୋଲ୍‌ରୁ ଭାରତ ଅଭିଯାନ ଆରମ୍ଭ କରିଥିଲା।

ଏହାପରେ ଦୀପିକା, ଈଶିକା ଓ ବଲଜିତ ଗୋଟିଏ ଲେଖାଏଁ ଫିଲ୍ଡ ଗୋଲ୍‌ ଦେଇ ଦଳକୁ ପ୍ରଥମ କ୍ବାର୍ଟରରେ ୪-୦ରେ ଆଗରେ ରଖିଥିଲେ।

ଦ୍ବିତୀୟ କ୍ବାର୍ଟରରେ ନେହା, ନବନୀତଙ୍କ ଫିଲ୍ଡ ଏବଂ ଦୀପିକାଙ୍କୁ ଯୁଗଳ ‌ପେନାଲ୍ଟି କର୍ଣ୍ଣର ଗୋଲ୍‌ ବଳରେ ଭାରତ ସ୍ଥିତି ୮-୦ କରିଥିଲା।

ତୃତୀୟ କ୍ବାର୍ଟରରେ ଭାରତ ୮ ଗୋଲ୍‌ ଲଦି ୧୬-୦ରେ ଅଗ୍ରଣୀ ନେଇଥିଲା।

ଏହି କ୍ବାର୍ଟରରେ ଦୀପିକା ୪ଟି ଓ ଲାଲଥାନ୍ତଲୁଆଙ୍ଗି ଗୋଟିଏ ପେନାଲ୍ଟି କର୍ଣ୍ଣର ଗୋଲ୍‌ କରିଥିଲା ବେଳେ ଈଶିକା, ସାକ୍ଷୀ ଓ ନବନୀତ ଗୋଟିଏ ଲେଖାଏଁ ଫିଲ୍ଡ ଗୋଲ୍‌ ଦେଇଥିଲେ।

ଶେଷ କ୍ବାର୍ଟରରେ ଲାଲଥାନ୍ତଲୁଆଙ୍ଗି ପେନାଲ୍‌ଟି ସୁଟ୍‌ ଗୋଲ୍‌ ଦେଇଥିଲା ବେଳେ ଈଶିକା ଓ ଦୀପିକା ଫିଲ୍ଡଗୋଲ୍‌ କରିଥିଲେ।

ଭାରତ ସୋମବାର ପରବର୍ତ୍ତୀ ମ୍ୟାଚ୍‌ ଇଣ୍ଡୋନେସିଆ ବିପକ୍ଷରେ ଖେଳିବ।

India First Medal: ଭାରତକୁ ପ୍ରଥମ ପଦକ ଦେଲେ ୧୦ ମିଟର ଏୟାର ରାଇଫଲ୍‌ ମହିଳା ଦଳ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)