Woman Dies After Daughter's Birth: ଝିଅ ହେଲା ବୋଲି ପିଶାଚ ପାଲଟିଗଲା ବାପା, ବିଷ ଦେଇ ସ୍ତ୍ରୀକୁ ମାରିଦେଲା

Aug 01, 2026 - 10:36
Woman Dies After Daughter's Birth: ଝିଅ ହେଲା ବୋଲି ପିଶାଚ ପାଲଟିଗଲା ବାପା, ବିଷ ଦେଇ ସ୍ତ୍ରୀକୁ ମାରିଦେଲା

ଝିଅ ଜନ୍ମ ପରେ ସ୍ତ୍ରୀ ଉପରେ ଅତ୍ୟାଚାର ଏବଂ ଶେଷରେ ବିଷ ଦେଇ ହତ୍ୟା କଲା ସ୍ୱାମୀ। ବିବାହର  ବର୍ଷକ ପରେ ୨୩ ବର୍ଷୀୟା ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏପରି ଏକ ଘଟଣା ଉତ୍ତର ପ୍ରଦେଶ କାନପୁର ଗୋବିନ୍ଦ ନଗର ଥାନା ଅଞ୍ଚଳରେ ଘଟିଛି। ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ଥିବା ଜଣାପଡିଛି।  

ମୃତ ମହିଳା ଜଣକ ୨୩ ବର୍ଷୀୟା ରଞ୍ଜୁ କୁମାରୀ। ତାଙ୍କ ବିବାହ ୨୦୨୫ ମାର୍ଚ୍ଚ ୧୧ରେ କାନପୁରର ଗୋପାଳ ନଗରର ଜଣେ ଅଟୋ ଚାଳକ ପଙ୍କଜଙ୍କ ସହ ହୋଇଥିଲା।

ରଞ୍ଜୁଙ୍କ ଭାଇ ବିକାଶଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୪ ମାସ ପୂର୍ବେ ରଞ୍ଜୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହା ପରେ ସ୍ୱାମୀଙ୍କ ବ୍ୟବହାର ବଦଳି ଯାଇଥିଲା। ଝିଅ ଜନ୍ମ ହେବାକୁ ନେଇ ସେ ରଞ୍ଜୁଙ୍କୁ ମାରପିଟ କରୁଥିବା ଅଭିଯୋଗ ହୋଇଛି।

ବୁଧବାର ସନ୍ଧ୍ୟାରେ ଘରେ ପୁଣି ଝଗଡା ହୋଇଥିଲା। ଏହା ପରେ ସ୍ୱାମୀ ପ୍ରଥମେ ମାରପିଟ କରିବା ସହ ଜୋରଜବରଦସ୍ତ ବିଷାକ୍ତ ପଦାର୍ଥ ଖୁଆଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ପରେ ସ୍ୱାମୀ ଘରୁ ଫେରାର ହୋଇଯାଇଥିବା କୁହାଯାଉଛି।

ଗୁରୁତର ଅବସ୍ଥାରେ ରଞ୍ଜୁଙ୍କୁ କାନପୁରର ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ବାପଘର ଲୋକେ କାନପୁରରେ ପହଞ୍ଚି ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରିଛନ୍ତି।

ସେପଟେ ଗୋବିନ୍ଦ ନଗର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ କହିଛି ଯେ, ଏହା ଏକ ସନ୍ଦେହଜନକ ମୃତ୍ୟୁ ମାମଲା। ଫେରାର ସ୍ୱାମୀଙ୍କୁ ପୋଲିସ ଖୋଜିବା ସହ ପୋଷ୍ଟମର୍ଟମ ରିପୋର୍ଟ ଓ ପରିବାରର ଅଭିଯୋଗ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।