DMK Targets Congress: DMKର ଅଭିଯୋଗ, ବିଜେପିକୁ ସାହାଯ୍ୟ କରୁଛି କଂଗ୍ରେସ

Aug 01, 2026 - 12:32
DMK Targets Congress: DMKର ଅଭିଯୋଗ, ବିଜେପିକୁ ସାହାଯ୍ୟ କରୁଛି କଂଗ୍ରେସ

ତାମିଲନାଡୁର ପ୍ରମୁଖ ବିରୋଧୀ ଦଳ DMK କଂଗ୍ରେସ ଉପରେ ଗୁରୁତର ଅଭିଯୋଗ ଆଣିଛି। ଦଳର କହିବା ଅନୁସାରେ, କଂଗ୍ରେସ ପ୍ରକୃତ ଜନ ସମସ୍ୟାକୁ ପଛକୁ ପକାଇ ବିଜେପିକୁ ପରୋକ୍ଷ ଭାବେ ସାହାଯ୍ୟ କରୁଛି। ସଂସଦରେ ବିରୋଧୀ ଦଳ ଭାବେ ନିଜର ଭୂମିକା ଜାରି ରଖିବ ବୋଲି ମଧ୍ୟ DMK ସ୍ପଷ୍ଟ କରିଛି।

ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟକୁ ନେଇ ସମସ୍ତ ରାଜନୈତିକ ଦଳର ନଜର DMK ଉପରେ ରହିଛି। ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକ୍ ସହ ଶାସକ ବିଜେପି ଓ NDA ମଧ୍ୟ DMKର ଆଗାମୀ ରଣନୀତି ଉପରେ ଦୃଷ୍ଟି ରଖିଛନ୍ତି।

ଏହି ପରିସ୍ଥିତିରେ DMK ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୟାନିଧି ମାରନ କଂଗ୍ରେସ ଓ ଇଣ୍ଡିଆ ବ୍ଲକ୍ ବିରୋଧରେ ଖୋଲାଖୋଲି ମତ ପ୍ରକାଶ କରି ରାଜନୈତିକ ଚର୍ଚ୍ଚାକୁ ଆହୁରି ଜୋରଦାର କରିଛନ୍ତି।
FCRA ସଂଶୋଧନ ବିଲ୍କୁ ବିରୋଧ କରିବ DMK

ଦୟାନିଧି ମାରନଙ୍କ କହିବା ଅନୁସାରେ, ସଂସଦରେ DMK ବିରୋଧୀ ଦଳ ଭାବେ ନିଜ ଭୂମିକା ଜାରି ରଖିବ ଏବଂ ସରକାର ଆସନ୍ତା ସପ୍ତାହରେ ଆଣିବାକୁ ଥିବା ବିଦେଶୀ ଅନୁଦାନ ସଂଶୋଧନ ବିଲ୍ (FCRA Amendment Bill)କୁ ବିରୋଧ କରିବ।

ମୌସୁମୀ ଅଧିବେଶନର ଆଗାମୀ ରଣନୀତିକୁ ନେଇ ବିରୋଧୀ ଦଳଗୁଡ଼ିକ ଆଲୋଚନାରେ ବ୍ୟସ୍ତ ଅଛନ୍ତି।ସୂଚନା ଅନୁଯାୟୀ, ଅନେକ ବିରୋଧୀ ନେତା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଏହି ଆଲୋଚନାରେ ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ଦୁର୍ନୀତି ଅଭିଯୋଗ ଦାବି ମଧ୍ୟ ସାମିଲ ରହିଛି। DMKର ଏହି ନୂଆ ଆଭିମୁଖ୍ୟ କଂଗ୍ରେସ ଓ ଇଣ୍ଡିଆ ବ୍ଲକ୍ ପାଇଁ ବଡ଼ ଝଟକା ବୋଲି ଧରାଯାଉଛି।

ଦଳର ସାଂସଦମାନେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ କାର୍ଯ୍ୟାଳୟରେ ପ୍ରତିଦିନ ହେଉଥିବା ବିରୋଧୀ ଦଳର ରଣନୀତି ବୈଠକକୁ ଯିବା ବନ୍ଦ କରିଦେଇଛନ୍ତି।
DMKର ଅଭିଯୋଗ, କଂଗ୍ରେସ ସେମାନଙ୍କୁ ଧୋକା ଦେଇଛି ଏବଂ ଏହାପରେ ଦଳ କଂଗ୍ରେସ ଓ ଇଣ୍ଡିଆ ବ୍ଲକ୍ ସହ ନିଜର ରାଜନୈତିକ ସମ୍ପର୍କ ଛିନ୍ନ କରିଛି।

DMKର ଏହି ମନୋଭାବ ମୌସୁମୀ ଅଧିବେଶନରେ ବିରୋଧୀ ଶିବିରର ଏକତା ଉପରେ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି।
ଡିଏମକେ ସାଂସଦ ଦୟାନିଧି ମାରାନ କହିଛନ୍ତି ଯେ, ଆମେ ସରକାରକୁ ବିରୋଧ କରିବୁ । କିନ୍ତୁ କଂଗ୍ରେସ କିମ୍ୱା ଇଣ୍ଡିଆ ବ୍ଲକ ସହ ରହିବୁ ନାହିଁ । ଏହାର ଏକମାତ୍ର କାରଣ, କଂଗ୍ରେସ ଆମକୁ ଧୋକା ଦେଇଛି ବୋଲି ସେ କହିଛନ୍ତି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।