Woman Dead: ଅକର୍ମଣ୍ୟ ସ୍ବାମୀ ଓ ଦୁଇ ବର୍ଷର ଝିଅକୁ ଛାଡ଼ି ଜୀବନ ହାରିଲେ ମହିଳା
"ଚାନ୍ଦିପୁର: ଚାରିବର୍ଷ ପୂର୍ବେ ସାହାଦା ଗ୍ରାମର ମଣିଷ କୁମାର ସାହୁ(୨୨) ହର୍ଷପୁରା ଗ୍ରାମର ମମତା ମହାଳିକ (୨୧)କୁ ଭଲପାଇ ବାହା ହୋଇଥିଲେ।
କିଛି ଦିନ ପୂର୍ବରୁ ସ୍ୱାମୀ ମଣିଷ ଦୁର୍ଘଟଣାରେ ବିଛଣାଶାୟୀ ହୋଇଛନ୍ତି।
ଚଲାବୁଲା କିଛି କରି ନପାରିବାରୁ ପାରିବାରିକ ଅବସ୍ଥା ବହୁତ ଖରାପ ହୋଇପଡ଼ିଥିଲା।
୨ ବର୍ଷର ଝିଅ ଏବଂ ସ୍ୱାମୀ ଆକର୍ମଣ୍ୟ।
ଦୁଃଖରେ ଭାଙ୍ଗି ପଡ଼ି ମମତା ଗତକାଲି ଘରେ ଫାଶୀ ଦେଇଦେଇଥିଲା।Advertisment Minor Boy Dies: ବିଦ୍ୟୁତ ସଂସ୍ପର୍ଶରେ ଆସି ଶିଶୁପୁତ୍ର ମୃତ ମାମଲା ରୁଜୁ କରି ତଦନ୍ତ ଜାରି ବାଲେଶ୍ୱର ଡାକ୍ତରଖାନାକୁ ଆଣିବା ପରେ ଚାନ୍ଦିପୁର ପୁଲିସ ଏବଂ ସାଇଣ୍ଟିଫିକ ଟିମ୍ ଉପସ୍ଥିତ ରହି ଆଜି ବ୍ୟବଛେଦ କରିବା ସାଙ୍ଗେ, ଚାନ୍ଦିପୁର ପୁଲିସ ୧୩୬/୨୬ର ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
ଏ ବାବଦରେ ଝିଅ ଘର ତରଫରୁ ଝିଅକୁ ସ୍ୱାମୀ ଘର ଲୋକ ମାରି ଦେଇଛନ୍ତି ବୋଲି ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି।
"