Human Trafficking Case: ଗଜପତିରୁ ହାଇଦ୍ରାବାଦ ମାନବ ଚୋରାଚାଲାଣ ମାମଲା: ରାକେଟର ଚେର ଖୋଜୁଛି ପୁଲିସ

Jul 03, 2026 - 14:59
Human Trafficking Case: ଗଜପତିରୁ ହାଇଦ୍ରାବାଦ ମାନବ ଚୋରାଚାଲାଣ ମାମଲା: ରାକେଟର ଚେର ଖୋଜୁଛି ପୁଲିସ

"ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରୁ ଚାକିରିର ପ୍ରଲୋଭନ ଦେଖାଇ  ଯୁବତୀମାନଙ୍କୁ ହାଇଦ୍ରାବାଦକୁ ନେଇ ମାନବ ଚୋରାଚାଲାଣ କରାଯାଉଥିବା ଘଟଣାରେ ତଦନ୍ତ ଦିନକୁ ଦିନ ନୂଆ ମୋଡ଼ ନେଉଛି।

ଏପର୍ଯ୍ୟନ୍ତ ୭ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।

ତେବେ ଏହି ଘଟଣା କେବଳ ଦୁଇଜଣଙ୍କ ମଧ୍ୟରେ ସୀମିତ ନା ଏହା ପଛରେ ଏକ ବଡ଼ ଆନ୍ତଃରାଜ୍ୟ ରାକେଟ ସକ୍ରିୟ ରହିଛି, ସେନେଇ ପୁଲିସ ତଦନ୍ତ ଚଳାଇଛି।

ଉଦ୍ଧାର ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ନାବାଳିକା ଏବଂ ସମସ୍ତେ ଆଦିବାସୀ ପରିବାରର ବୋଲି ଜଣାପଡ଼ିଛି।

ଏହି ତଥ୍ୟ ଗ୍ରାମାଞ୍ଚଳର ଦରିଦ୍ର ଓ ଅସହାୟ ପରିବାରକୁ ଟାର୍ଗେଟ କରି ସଙ୍ଗଠିତ ଭାବେ ମାନବ ଚୋରାଚାଲାଣ ରାକେଟ  କାର୍ଯ୍ୟ କରୁଥିବା ସନ୍ଦେହକୁ ଆହୁରି ଘନୀଭୂତ କରିଛି ।

ତେବେ ମାତ୍ର  ୩୦ ରୁ ୩୫ ହଜାର ଟଙ୍କାରେ ୭୦ ହଜାର ଟଙ୍କାରେ ଦୁଇଜଣଙ୍କ ଡିଲ ହେବା ସଭିଙ୍କୁ ଚକିତ କରିଛି ।Advertisment ପୁଲିସ ସ୍ଥାନୀୟ ସ୍ତରରେ ମଧ୍ୟ ତଥ୍ୟ ସଂଗ୍ରହ କରୁଛି ପ୍ରାଥମିକ ତଦନ୍ତରେ ରାୟଗଡ଼ା ଜିଲ୍ଲାର ଇଶ୍ୱର କୁସୁଲିଆ ଏବଂ ହାଇଦ୍ରାବାଦର ସରିତା ଜୈନଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି।

ତେବେ ଏତେ ବଡ଼ ନେଟୱର୍କ କେବଳ ଦୁଇଜଣଙ୍କ ଦ୍ୱାରା ପରିଚାଳିତ ହେଉଥିବା ସମ୍ଭାବନା କମ୍ ଥିବାରୁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।

ଅଭିଯୁକ୍ତମାନଙ୍କର କଲ୍ ରେକର୍ଡ, ଆର୍ଥିକ କାରବାର, ବ୍ୟାଙ୍କ ଲେନଦେନ ଓ ଯୋଗାଯୋଗର ମାଧ୍ୟମ, ସ୍ଥାନ ଯାଞ୍ଚ କରୁଛି ।

ବିଶେଷକରି ରା.

ଉଦୟଗିରି ଓ ମୋହନା ଅଞ୍ଚଳରୁ ଚାକିରି ନାଁରେ ଆଉ କେତେ ଯୁବତୀ ବାହାର ରାଜ୍ୟକୁ ଯାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେହି ଏପର୍ଯ୍ୟନ୍ତ ଫସି ରହିଛନ୍ତି କି ନାହିଁ, ସେନେଇ ପୁଲିସ ସ୍ଥାନୀୟ ସ୍ତରରେ ମଧ୍ୟ ତଥ୍ୟ ସଂଗ୍ରହ କରୁଛି।

ଆବଶ୍ୟକ ପଡ଼ିଲେ ଅନ୍ୟ ରାଜ୍ୟର ପୁଲିସ ସହ ସମନ୍ୱୟ କରାଯିବ ବୋଲି ସୂଚନା ମିଳିଛି।

ତଦନ୍ତର ପରିସର କେବଳ ଗଜପତିରେ ସୀମିତ ରହିନାହିଁ।

ରାୟଗଡ଼ା, କନ୍ଧମାଳ ଓ ପଡ଼ୋଶୀ ଜିଲ୍ଲାରୁ ମଧ୍ୟ ସମାନ ଢଙ୍ଗରେ ଯୁବତୀମାନଙ୍କୁ ବାହାରକୁ ପଠାଯାଇଥିଲା କି ନାହିଁ, ସେନେଇ ମଧ୍ୟ ଖୋଳତାଡ଼ ଚାଲିଛି।

ଏହି ମାମଲାରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିପାରେ।

Road Construction: ମାଟିଆପଡ଼ା ଆର୍‌ଓବିର ସ୍ଥିତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ ରିମାଣ୍ଡରେ ପଚରାଉଚରା ବେଳେ ରାକେଟର ମାଷ୍ଟରମାଇଣ୍ଡ, ସ୍ଥାନୀୟ ଏଜେଣ୍ଟ, ଅର୍ଥ କାରବାରର ଉତ୍ସ ଏବଂ ଅନ୍ୟ ରାଜ୍ୟ ସହ ଥିବା ଯୋଗସୂତ୍ର ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଅନୁମାନ କରାଯାଉଛି।

ଘଟଣା ପରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଚାକିରିର ପ୍ରଲୋଭନ ଦେଇ ଯୁବତୀମାନଙ୍କୁ ବାହାରକୁ ନେଉଥିବା ଦଲାଲଙ୍କ ଉପରେ କଡ଼ା ନଜର ରଖିବାକୁ ପୁଲିସ ପଦକ୍ଷେପ ନେଇଛି।

ସେହିପରି ଅଭିଭାବକମାନଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ପୁଲିସର କହିବା ଅନୁସାରେ, ତଦନ୍ତ ଏବେ ବି ଜାରି ରହିଛି ଏବଂ ପ୍ରମାଣ ମିଳିଲେ ରାକେଟ ସହ ସମ୍ପୃକ୍ତ ଅନ୍ୟ ସମସ୍ତଙ୍କ ବିରୋଧରେ ମଧ୍ୟ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏହି ଘଟଣା କେବଳ ଏକ ଅପରାଧିକ ମାମଲା ନୁହେଁ, ବରଂ ଆଦିବାସୀ ଅଞ୍ଚଳରେ ବେକାରି, ଦାରିଦ୍ର୍ୟ ଓ ଚାକିରିର ପ୍ରଲୋଭନକୁ ପୁଞ୍ଜି କରି ସକ୍ରିୟ ଥିବା ମାନବ ଚୋରାଚାଲାଣ ରାକେଟର ଭୟାବହ ଚିତ୍ର ସାମ୍ନାକୁ ଆସିଛି ।

ତଦନ୍ତର ଅଗ୍ରଗତି ପରେ ରାକେଟର ଆହୁରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

"