Woman Catches King Cobra: ଖବର ପାଇ ଧାଇଁ ଗଲେ ମହିଳା, ସୁରକ୍ଷିତ ଭାବେ ୧୦ଫୁଟର ନାଗ ସାପକୁ କଲେ କାବୁ

Jul 18, 2026 - 14:01
Woman Catches King Cobra: ଖବର ପାଇ ଧାଇଁ ଗଲେ ମହିଳା, ସୁରକ୍ଷିତ ଭାବେ ୧୦ଫୁଟର ନାଗ ସାପକୁ କଲେ କାବୁ

"ଭୋପାଳ: ବିହାରର ବଗହାରରେ ଘଟିଥିବା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କ ବେଶ ଦୃଷ୍ଟି ଆକର୍ଷଣ କରିଛି।

ଉକ୍ତ ଭିଡିଓରେ ଜଣେ ମହିଳା ପ୍ରାୟ ୧୦ ଫୁଟ ଲମ୍ବାର ନାଗସାପକୁ ନିର୍ଭୟରେ ଶରୀରରେ ଗୁଡ଼ାଇ ଧରିଥିବା ଦେଖିବାକୁ ମିଳୁଛି।

ଏଥିସହିତ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନଙ୍କୁ ସେ ଭୟଭୀତ ନହୋଇ ଶାନ୍ତ  ରହିବାକୁ ପରାମର୍ଶ ଦେଉଛନ୍ତି।

Advertisment ମହାକାଶ ଯାତ୍ରାରେ ଐତିହାସିକ ଅଧ୍ୟାୟ ଯୋଡ଼ିଲା ଭାରତ: ସଫଳତାର ସହ "ବିକ୍ରମ-୧"ର ଉତ୍‌କ୍ଷେପଣ ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣାଟି ବିହାରର ବଗହାର ବିଶାହା ଗାଁରେ ଘଟିଥିବା ଜଣାପଡ଼ିଛି।

ଏହି ଗାଁର ବାସିନ୍ଦା ମୁନିନ ଲାଲଙ୍କ ଘର ଭିତରେ ପ୍ରାୟ ୧୦ ଫୁଟ ଲମ୍ବାର ନାଗ ସାପ  ଥିବା ଦେଖିବାକୁ ମିଳିବା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।

ଘଟଣାର ଖବର ପାଇବା ପରେ ପ୍ରଶିକ୍ଷିତ ସାପ ଉଦ୍ଧାରକାରୀ ଜାନକୀ ଦେବୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସେ ସାପଟିକୁ ସୁରକ୍ଷିତ ଭାବେ କାବୁ କରି ନେଇଥିଲେ।

ଯାହା ସ୍ଥାନୀୟ ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିଥିଲା।ଭିଡିଓ ଭାଇରାଲ ହେବା ପରେ, ସୋସିଆଲ ମିଡିଆରେ ଲୋକମାନେ ମହିଳାଙ୍କ ସାହସକୁ ପ୍ରଶଂସା କରୁଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।