Farmlands Flooded as Road Develops Breach: ଚାଷ ଜମିରେ ପଶିଲା ପାଣି, ରାସ୍ତାରେ ଘାଇ ସୃଷ୍ଟି ହୋଇ ଯାତାୟତ ବାଧାପ୍ରାପ୍ତ
ଲଗାଣବର୍ଷାରେ ବେହାଲ ବଡମ୍ବା ନରସିଂହପୁର। ରାସ୍ତାରେ ଚାଲିଲା ପାଣି। କିମ୍ଭିରତଳା ଗାଁ ନିକଟରେ ଘାଇ ସୃଷ୍ଟି ହୋଇଥିବାରୁ ୨୦ ଏକରରୁ ଉର୍ଦ୍ଧ୍ବ ଚାଷ ଜମିରେ ପାଣି ଭର୍ତ୍ତି ହୋଇଛି। ସେହିପରି ଦିନିଆରୀ ଗାଁରୁ ଯୋଡୁମୁ ଓ ବାଙ୍ଗେରିସିଙ୍ଗାକୁ ସଂଯୋଗ କରୁଥିବା ରାସ୍ତାରେ ୩୦ ଫୁଟର ଘାଇ ଭାଙ୍ଗିବା ଫଳରେ ଯାତାୟାତ ବନ୍ଦ ରହିଛି । ଗୋପମଥୁରାରୁ ଶଙ୍ଖାମେରୀକୁ ସଂଯୋଗ କରୁଥିବା ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ।
ଫଳରେ ମଙ୍ଗରାଜପୁର, ଶଙ୍ଖାମେରୀ, ଝାଜିଆ ତିନିଟି ପଞ୍ଚାୟତର ଲୋକମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିଜେ ବିଧାୟକ ବିଜୟ କୁମାର ଦଳବେହେରା ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥିତି ସମୀକ୍ଷା କରିବା ସହ କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ତେବେ ଚାଷ ଜମିରେ ପାଣି ମାଡି ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।