Woman: ରାଉରକେଲାର ଯୁବତୀଙ୍କୁ ମଧ୍ୟପ୍ରଦେଶରେ ବିକ୍ରି! ଜୋରଜବରଦସ୍ତ ଅଜଣା ଯୁବକଙ୍କୁ ବିବାହ
"ରାଉରକେଲା (ମଳୟ ରଂଜନ ସାହୁ): ମାସକୁ ଭଲ ଦି" ପଇସା ରୋଜଗାର ଲୋଭଦେଖାଇ ରାଉରକେଲାର ଜଣେ ଯୁବତୀଙ୍କୁ ମଧ୍ୟପ୍ରଦେଶରେ ଜଣେ ମହିଳା ଦଲାଲ ବିକିଦେଇଥିଲେ।
ଏମିତିକି ଯୁବତୀଙ୍କୁ ସେଠାରେ ଜୋରଜବରଦସ୍ତ ଅଜଣା ଯୁବକଙ୍କ ସହ ବିବାହ କରାଇ ଦିଆଯାଇଥିଲା।
କୌଣସିକ୍ରମେ ଯୁବତୀ ଜଣକ ସେଠାରୁ ଖସି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି।
Advertisment ଯୁବତୀ ଓ ତାଙ୍କ ପରିବାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ଫେରାର ମହିଳା ଦଲାଲ ଓ ତା"ର ସହଯୋଗୀକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।
ସୂଚନା ଅନୁଯାୟୀ, ରାଉରକେଲା ଗୋପବନ୍ଧୁପାଲିର ସମ୍ପୃକ୍ତ ମହିଳା ଦଲାଲ ସ୍ଥାନୀୟ ଅଞ୍ଚଳର ଜଣେ ମା" ଛେଉଣ୍ଡ ଯୁବତୀଙ୍କ ଘରେ ପହଞ୍ଚିଥିଲେ।
ମଧ୍ୟପ୍ରଦେଶର ଏକ କାରଖାନାରେ ମାସକୁ ୧୮ ହଜାର ଟଙ୍କା ଦରମାରେ କାମକରିବାର ଲୋଭ ଦେଖାଇଥିଲେ।
ବାପା କିଛି କାମଧନ୍ଦା ନକରି ନିଶାଗ୍ରସ୍ତ ଅବସ୍ଥାରେ ଘରେ ରହୁଥିବାରୁ ଯୁବତୀଙ୍କ ପେଟ ପୋଷିବାକୁ ମହିଳା ଦଲାଙ୍କ କଥାରେ ରାଜି ହୋଇଯାଇଥିଲେ।
ପରେ ଯୋଜନା ମୁତାବକ ମହିଳା ଦଲାଲ ଯୁବତୀଙ୍କୁ ଟ୍ରେନ୍ ଯୋଗେ ମଧ୍ୟପ୍ରଦେଶ ଅଶୋକନଗର ପିପିରେଇରେ ଜଣଙ୍କୁ ୨ ଲକ୍ଷ ଟଙ୍କା ଟେକିଦେଇ ଚାଲି ଆସିଥିଲେ।
ଯୁବତୀ ଜଣକ ସେଠାରେ କିଛି ଦିନ ରହିବାପରେ ତାଙ୍କୁ ଜୋରଜବରଦସ୍ତ ଅଜଣା ଯୁବକଙ୍କ ସହ ବିବାହ କରାଇ ଦିଆଯାଇଥିଲା।
Potato mission: ଲାଲଗଡ଼ରେ ଆଳୁ ମିସନ୍ ଫେଲ୍: ୨ ବର୍ଷ ହେବ ବିହନ ଯୋଗାଣରେ ଅବହେଳା, ବହୁ ଚାଷୀ ରୋଜଗାର ହରାଇଲେ ତେବେ ଯୁବତୀ ଜଣଙ୍କ ପ୍ରତିବାଦ କରିବାରୁ ତାଙ୍କୁ ମାରପିଟ୍ ମଧ୍ୟ କରାଯାଇଥିଲା।
ନିର୍ଯାତନା ସହି ନ ପାରି ଯୁବତୀ ଜଣକ ସେଠାରୁ ଲୁଚି ଖସିଆସିବାକୁ ପ୍ରୟାସ କରିଥିଲେ।
ଧରାପଡିଯିବାରୁ ସେଠିକାର ଦଲାଲ ଓ ଅନ୍ୟମାନେ ତାଙ୍କୁ ପୁଣି ମାରଧର କରିିଥିଲେ।
ଦୁଇ ଲକ୍ଷ ଟଙ୍କା ନ ଦେଲେ ଏଠାରୁ ଯାଇପାରିବ ନାହିଁ ବୋଲି ଧମକଚମକ ଦେଇଥିଲେ।
ଯୁବତୀ ଜଣକଙ୍କୁ ଦୁଇ ଲକ୍ଷ ଟଙ୍କା ମାଗିବାରୁ ସେ ଚକିତ ହୋଇଯାଇଥିଲେ।
ତାଙ୍କୁ କାମ ବାହାରେ ଏଠାରେ ବିକି ଦିଆଯାଇଥିବା ଜାଣିବାକୁ ପାଇଥିଲେ।
ଶେଷରେ ସେଠାରୁ ଲୁଚି ସ୍ଥାନୀୟ ଷ୍ଟେସନକୁ ଚାଲି ଆସିଥିଲେ।
ସେଠାରୁ ଟ୍ରେନ୍ ଧରି ରାଉରକେଲା ପଳାଇଆସି ପରିବାର ଲୋକଙ୍କ ଆଗରେ ସମସ୍ତ କଥା କହିଥିଲେ।
ଦଲାଲମାନେ କେବଳ ଗୋପବନ୍ଧୁପାଲୀ ନୁହେଁ ବିଭିନ୍ନ ବସ୍ତିର ନିରୀହ ଗରିବ ପରିବାରକୁ ଟାର୍ଗେଟ କରୁଛନ୍ତି।
କାମ ବାହାନାରେ ନେଇ ଦିଲ୍ଲୀ, ଜମ୍ମୁ କଶ୍ମୀର ଏମିତି ପ୍ରମୁଖ ସହରରେ ବିକି ଦେଉଥିବା ଅଭିଯୋଗ ହେଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।