WODC: ବିନିଯୋଗ ହେଉନି ପଶ୍ଚିମ ଓଡ଼ିଆ ବିକାଶ ପରିଷଦ ଅନୁଦାନ

Aug 06, 2026 - 09:00
WODC: ବିନିଯୋଗ ହେଉନି ପଶ୍ଚିମ ଓଡ଼ିଆ ବିକାଶ ପରିଷଦ ଅନୁଦାନ

"ରାଉରକେଲା (ଦେବବ୍ରତ ଗଡ଼ତିଆ): ଆଞ୍ଚଳିକ ବୈଷମ୍ୟ ଦୂର କରିବା ତଥା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଗଠନ କରାଯାଇଥିଲା।

ତେବେ, ଏହା ମୂଳ ଉଦ୍ଦେଶ୍ୟ ପୂରଣ କରିପାରୁନଥିବା ଅଭିଯୋଗ ହେଉଛି।

ଯଦିଓ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପରିଷଦ ପକ୍ଷରୁ ଅର୍ଥ ବରାଦ ହେଉଛି, କିନ୍ତୁ ଏହା ବ୍ୟୟ ହୋଇପାରୁନି।

ଗତ ୫ ବର୍ଷରେ ଆସିଥିବା ଅନୁଦାନରୁ କେବଳ ୫୪% ବ୍ୟୟ ହୋଇଛି।Advertisment ଗତ ୫ ବର୍ଷ, ଅର୍ଥାତ୍‌ ୨୦୨୦-୨୧ରୁ ୨୦୨୪-୨୫ ଯାଏ ଡବ୍ଲ୍ୟୁଓଡିସି ପକ୍ଷରୁ ମୋଟ୍‌ ୧୪୪୫ କୋଟି ଟଙ୍କା ଅନୁମୋଦିତ ହୋଇଥିଲା।

ତେବେ ଏଥିମଧ୍ୟରୁ କେବଳ ୭୮୫ କୋଟି ୧୪ ଲକ୍ଷ ୨୪ ହଜାର ୮୯୫ ଟଙ୍କା ବ୍ୟୟ ହୋଇଥିଲା।

ଅର୍ଥାତ୍‌, ପ୍ରାୟ ୬୫୯.୮୬ କୋଟିର ବହୁ ମୂଲ୍ୟବାନ ସରକାରୀ ଅନୁଦାନ ବିନା କୌଣସି ବ୍ୟବହାରରେ ପ୍ରଶାସନିକସ୍ତରରେ ପଡ଼ିରହିଛି।

ପାଞ୍ଚ ବର୍ଷ ଭିତରେ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍‌ ୯୮,୪୧,୬୫,୨୬୮ ଟଙ୍କା ବ୍ୟୟ ହୋଇଥିବାବେଳେ ଅନୁଗୁଳ ଜିଲ୍ଲାରେ ୨୩,୦୦,୩୬,୨୫୬ ଟଙ୍କା, ବରଗଡ଼ ଜିଲ୍ଲାରେ ୧୦୮,୬୪,୯୮,୩୪୯, ବଲାଙ୍ଗୀରରେ ୯୧,୧୫,୦୪,୦୨୩, ବୌଦ୍ଧରେ ୪୬,୫୭,୯୧,୫୨୫, ଦେବଗଡ଼ରେ ୩୪,୧୯,୬୦,୭୩୫, ଝାରସୁଗୁଡ଼ାରେ ୩୩,୧୫,୯୪,୬୨୫, କଳାହାଣ୍ଡିରେ ୧୦୮,୨୮,୮୭,୯୩୨, ନୂଆପଡ଼ାରେ ୭୨,୪୪,୭୬,୮୫୭, ସମ୍ବଲପୁରରେ ୮୭,୪୩,୯୪,୮୬୩ ଓ ସୋନପୁର ଜିଲ୍ଲାରେ ୬୮,୫୫,୩୨,୩୩୧ ଟଙ୍କା ବ୍ୟୟ ହୋଇଛି।

ପ୍ରଶାସନିକ କାର୍ଯ୍ୟ ସମ୍ପୂର୍ଣ୍ଣ ମାନ୍ଦା ଏତଦ୍‌ବ୍ୟତୀତ ୧୩.୨୫ କୋଟି ଟଙ୍କା ଡବ୍ଲ୍ୟୁଓଡିସିର ପ୍ରଶାସନିକ ଖର୍ଚ୍ଚ ହୋଇଛି।

ଦଶନ୍ଧି ଧରି ପଶ୍ଚିମ ଓଡ଼ିଶାର ଲୋକେ ଦାଦନ ସମସ୍ୟା, ସ୍ୱାସ୍ଥ୍ୟ ସେବାର ବିପର୍ଯ୍ୟସ୍ତ ଅବସ୍ଥା, ଶିକ୍ଷାଗତ ଅନଗ୍ରସରତା ଭଳି ଗମ୍ଭୀର ସମସ୍ୟା ଦେଇ ଗତି କରୁଥିବା ବେଳେ, ଏହି ଅଞ୍ଚଳର ଭାଗ୍ୟ ବଦଳାଇବାକୁ ଉଦ୍ଦିଷ୍ଟ ଥିବା ପରିଷଦ, ନିଜର ଆର୍ଥିକ ସମ୍ବଳକୁ ସଠିକ୍ ଭାବେ ବିନିଯୋଗ କରିବାରେ ବିଫଳ ହୋଇଛି।

କୃଷି, ଜଳସେଚନ, ଗମନାଗମନ ଭଳି ମୌଳିକ କ୍ଷେତ୍ରରେ ନୂତନ ପ୍ରକଳ୍ପ ଆରମ୍ଭ କରିବା ପରିବର୍ତ୍ତେ ସରକାରୀ ନାଲିଫିତା ପ୍ରଶାସନିକ କାର୍ଯ୍ୟକୁ ସମ୍ପୂର୍ଣ୍ଣ ମାନ୍ଦା କରିଦେଇଛି।

Highest waterfall: ସର୍ବାଧିକ ଜଳପ୍ରପାତ: ପର୍ଯ୍ୟଟନର ବିକାଶ ଅଧୁରା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।